19.1 C
Bhubaneswar
Friday, November 22, 2024
Homeବ୍ରେକୀଙ୍ଗଯୌତୁକ ପାଇଁ ନବବଧୂକୁ ଜାଳିଦେଲେ 

ଯୌତୁକ ପାଇଁ ନବବଧୂକୁ ଜାଳିଦେଲେ 

ନାଉଗାଁ : ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଅଧୀନସ୍ଥ ଗାରୋଇ ଫାଣ୍ଡି ଅନ୍ତର୍ଗତ ଗାରୋଇ ଗହିରପଡା ଗ୍ରାମରେ ଯୌତୁକ ପାଇଁ ଜଣେ ନବବଧୂକୁ ଶାଶୂ ଘର ଲୋକେ କିରାସିନି ଢାଳି ଜାଳି  ଦେଇଥିବା ନେଇ ତାଙ୍କ ବାପା ନାଉଗାଁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସୂଚନା ଅନୁଯାୟୀ,  ଗାରୋଇ ଫାଣ୍ଡି ଅନ୍ତର୍ଗତ ଭଟଣା ଗ୍ରାମର ରଞ୍ଜିତ ବରାଳଙ୍କ ଝିଅ ଲିପସା(୨୨)ଙ୍କ ୨୦୧୮ ମସିହାରେ ସେହି ଫାଣ୍ଡି ଅଧୀନସ୍ଥ ଗାରୋଇ ଗହିରପଡା ଗ୍ରାମର ହୃଷିକେଶ ବିଶ୍ୱାଳଙ୍କ ପୁଅ ଲିପୁ ସହିତ ବୈଦିକ ରୀତିରେ ବାହାଘର ହୋଇଥିଲା । ବିବାହ ସମୟରେ ବର ପକ୍ଷର ଦାବି ମୁତାବକ ଯୌତୁକ ଦିଆଯାଇ ଥିଲାବେଳେ  ବାକିଥିବା ୨୦ହଜାର ଟଙ୍କା ପାଇଁ ଶାଶୂ, ଶ୍ୱଶୁର ଓ ସ୍ୱାମୀ ଲିପସାଙ୍କୁ  ଶାରୀରିକ ଓ ମାନସିକ ନିର୍ଯର୍ାତନା ଦେବା ସହିତ ମାରିଦେବାର ଧମକ ଦେଉଥିଲେ । ତେବେ  ଗତ ୧୭ତାରିଖ ରାତି ୯ଟା ସମୟରେ ତାଙ୍କ ଝିଅକୁ ଶାଶୂଘର ଲୋକ ଲୁଗାରେ ହାତଗୋଡ଼ ବାନ୍ଧି ତା ଉପରେ କିରାସିନ୍‍ ଢାଳି ପୋଡି ଦେଇଥିବା  ରଞ୍ଜିତ ଖବର ପାଇ ସେଠାରେ ପହଞ୍ଚିବାରୁ  ଲିପସା ସମ୍ପୂର୍ଣ୍ଣ ପୋଡ଼ିହୋଇ ଚିତ୍କାର କରୁଥିବା ଦେଖିବାକୁ ପାଇଥିଲେ । ପାଖରେ ଶାଶୂଘର ଲୋକ କେହି ନଥିବାବେଳେ ମାତ୍ର ଦେଢ ବର୍ଷର ଝିଅ ପାଖରେ ବସି କାନ୍ଦୁଥିବା  ରଞ୍ଜିତ ଦେଖିବାକୁ ପାଇଥିଲେ ।  ତେବେ ରଞ୍ଜିତ  ଝିଅ ଶାଶୂଘର ସାହିପଡିଶାଙ୍କ ସହାୟତାରେ ଲିପସାଙ୍କୁ  କଟକ ବଡ ମେଡିକାଲକୁ ନେଇଥିଲେ ହେଁ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବାବେଳେ ଏହାର ତଦନ୍ତ କରାଯାଇ ସତ୍ୟାସତ୍ୟ ଅନୁସନ୍ଧାନ କରାଯିବ ବୋଲି ନାଉଗାଁ ଥାନା ଅଧିକାରୀ କହିଛନ୍ତି । escortnavi.com

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking