21.1 C
Bhubaneswar
Monday, November 18, 2024
Homeଦେଶ ବିଦେଶହିଜାବକୁ ନେଇ ଏବେ ଆରୋପ ପ୍ରତ୍ୟାରୋପ କିନ୍ତୁ ଏହିସବୁ ଦେଶରେ ମୁହଁ ଢ଼ାଙ୍କିବା ମନା

ହିଜାବକୁ ନେଇ ଏବେ ଆରୋପ ପ୍ରତ୍ୟାରୋପ କିନ୍ତୁ ଏହିସବୁ ଦେଶରେ ମୁହଁ ଢ଼ାଙ୍କିବା ମନା

ନୂଆଦିଲ୍ଲୀ: ଏବେ କର୍ଣ୍ଣାଟକରେ ହିଜାବ ବ୍ୟାନ ବିବାଦ ଏବେ ସୁପ୍ରିମକୋର୍ଟରେ ପହଁଚିଛି । ଯଦିଓ ତୁରନ୍ତ ଏହି ମାମଲାର ଶୁଣାଣି ପାଇଁ ସର୍ବୋଚ୍ଚ କୋର୍ଟ ମନା କରିଦେଇଛନ୍ତି ତଥାପି ସୋସିଆଲ ମିଡିଆରେ ଏହାକୁ ନେଇ ଯୋରଦାର ଚର୍ଚ୍ଚା, ବିତର୍କ, ଘମାସାନ ଓ ଆଲୋଚନା । ରାଜନୈତିକ ବୟାନବାଜି ଭିତରେ ସପକ୍ଷ ଓ ବିପକ୍ଷବାଦୀଙ୍କ ଭିତରେ ଚାଲିଛି ଆରୋପ ପ୍ରତ୍ୟାରୋପର ପର୍ବ । ଭାରତରେ ଧାର୍ମିକ କପଡ଼ା ପନ୍ଧିବାକୁ ନେଇ ସ୍ୱାଧୀନତା ରହିଛି । କିନ୍ତୁ ଆସନ୍ତୁ ଜାଣିବା କେଉଁ ଦେଶରେ ରହିଛି କେଉଁ ନିୟମ….
ଚୀନ
ଚୀନର ହେନାନ ଦ୍ୱୀପର ଜାତୀୟ ସଂଖ୍ୟାଲଘୁ ଅନସୁଲ ସମୁଦାୟ ଲୋକଙ୍କ ଉପରେ ଲଗାଯାଇଛି ପ୍ରତିବନ୍ଧକ । ସେଠାକାର କମ୍ୟୁନିଷ୍ଟ ସରକାର ଉଡଗର ମୁସଲିମଙ୍କ ଭଳି ଏହି ସଂପ୍ରଦାୟ ଉପରେ ଲଗାଇଛନ୍ତି ପ୍ରତିବନ୍ଧକ । ଯାହାକୁ ନେଇ ଅନ୍ତରାଷ୍ଟ୍ରୀୟ ସ୍ତରରେ ବିରୋଧ କରାଯାଉଛି । ଏଠାକାର ସାନ୍ୟା ସହରରେ ଏହି ସମୁଦାୟର କେବେଳ ୧୦ହଜାର ଲୋକ ବସବାସ କରନ୍ତି । ସ୍କୁଲ ଓ ସରକାରୀ କାର୍ଯ୍ୟାଳୟରେ ନିଜର ପାରମ୍ପରିକ କପଡ଼ା ପରିଧାନ ଉପରେ ଚୀନ ସରକାର ଲଗାଇଛନ୍ତି କଟକଣା ।
ଫ୍ରାନ୍ସ
ଫ୍ରାନ୍ସ ପ୍ରଥମ ଦେଶ ଯିଏ ୨୦୧୧ ମସିହାରେ ଫେସ୍ କଭର କରୁଥିବା ବୁର୍ଖା ଉପରେ ଲଗାଇଥିଲା କଟକଣା । ୨୦୦୪ରେ ପ୍ରଥମେ ସ୍କୁଲରୁ ଆରମ୍ଭ ହୋଇଥିବା କଟକଣା ୨୦୧୧ ମସିହାରେ ସର୍ବସାଧାରଣ ସ୍ଥାନ ଯାଏଁ ଲମ୍ବିଥିଲା । ଉଲଂଘନକାରୀ କିମ୍ବା ସେଠାକାର ମହିଳାଙ୍କୁ ମୁହଁ ଘୋଡ଼ାଇବା ପାଇଁ ପ୍ରବର୍ତ୍ତାଉଥିବା ଲୋକଙ୍କ ଉପରେ ଲାଗିଛି ଜୋରିମନା ଆଦେଶ ।
ସ୍ୱିଜରଲ୍ୟାଣ୍ଡ
୨୦୨୧ ମସିହାରେ ସ୍ୱିଜରଲ୍ୟାଣ୍ଡରେ ବୁର୍ଖା ଉପରେ ଲଗାଯାଇଛି ବ୍ୟାନ୍ । ସେଥିପାଇଁ ଧର୍ମଗତ ସ୍ୱାଧୀନତା, ସୁରକ୍ଷା ଓ ମହିଳା ଅଧିକାରକୁ ନେଇ ଉଠିଛି ପ୍ରଶ୍ନ । ଏହାପରେ ୫୧ ପ୍ରତିଶତ ଭୋଟର ବ୍ୟାନ ସପକ୍ଷରେ ଭୋଟିଂ କରିଥିଲେ ।
ନେଦରଲ୍ୟାଣ୍ଡସ୍‌
ଅଗଷ୍ଟ ୨୦୧୯ରେ ନେଦରଲ୍ୟାଣ୍ଡସେରେ ବୁର୍ଖା ଓ ନକାବ ଉପରେ ଲଗାଯାଇଛି ଆଂଶିକ ପ୍ରତିବନ୍ଧକ । ସାଧାରଣ ପରିବହନ ସେବା, ସରକାରୀ କାର୍ଯ୍ୟାଳୟ, ଚିକିତ୍ସାଳୟ, ଶିକ୍ଷାନୁଷ୍ଠାନରେ ଏହାର ବ୍ୟବହାର ଉପରେ ବ୍ୟାନ ଲଗାଇଥିଲେ । ଖିଲାପକାରୀଙ୍କ ଉପରେ ଦଣ୍ଡବିଧାନର ବ୍ୟବସ୍ଥା ବି ରହିଛି ।
ଶ୍ରୀଲଙ୍କା
ଅପ୍ରେଲ ୨୦୨୧ ମସିହାରେ ଶ୍ରୀଲଙ୍କା କ୍ୟାବିନେଟ୍ ବୁର୍ଖା ଉପରେ ବ୍ୟାନ ଲଗାଇବାକୁ ପ୍ରସ୍ତାବ ପାରିତ କରିଥିଲା । ଜାତୀୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି । ପୂର୍ବରୁ ଶ୍ରୀଲଙ୍କାରେ ଅନେକ ଆତଙ୍କବାଦୀ ହମଲା ପାଇଁ ଷଡ଼ଯନ୍ତ୍ର ପରେ ନିଆଯାଇଥିଲା ଏହି ପଦକ୍ଷେପ ।
ବେଲଜିୟମ
୨୦୧୧ମସିହାରେ ବେଲଜିୟମେରେ ମୁହଁ ଘୋଡ଼ାଇବା ଉପରେ ଲାଗିଲା ପ୍ରତିବନ୍ଧକ । ଯେଉଁମାନେ ଉଲଂଘନ କରିବେ ଜୋରିମନା ସହ ୭ଦିନର ଜେଲ୍ ସଜ୍ଜା ଭୋଗିବେ । ଏଠାରେ ଅଧିକ ସଂଖ୍ୟାରେ ମୁସଲିମ ମହିଳା ରହୁଥିଲେ ବି ସେମାନେ ଅଛନ୍ତି ନିୟମ ସପକ୍ଷରେ ।
ଅଷ୍ଟ୍ରିୟା
୨୦୧୭ ଅକ୍ଟୋବରରେ ଅଷ୍ଟ୍ରିୟାରେ ଧାର୍ମିକ ପୋଷାକ ପରିଧାନ ସମେତ ଫେସ୍ କଭର୍ ଉପରେ ବ୍ୟାନ ଲଗାଯାଇଛି । ଯେଉଁଥିରେ ବୁର୍ଖା, ନକାବ ଇତ୍ୟାଦି ସାମିଲ । ନିୟମ ଭାଙ୍ଗିଲେ ୧୨ହଜାର ଟଙ୍କାର ତଣ୍ଡ ଗଣିବା ସହ ପୋଲିସ କାର୍ଯ୍ୟାନୁଷ୍ଠାନ ଭୋଗିବେ ଉଲଂଘନକାରୀ ।
ବୁଲଗେରିୟା
୨୦୧୬ ମସିହାରେ ସୁରକ୍ଷା କାରଣରୁ ବୁଲଗେରିୟା ସଂସଦ ମୁହଁ ଢଙ୍କା କପଡ଼ା ଉପରେ ଲଗାଇଛି ବ୍ୟାନ । ନିୟମ ଖିଲାପ କଲେ ଜୋରିମନାର ପ୍ରାବଧାନ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking