ପାଟନା: ପାଟନାରେ ଜଣେ ୧୫ବର୍ଷର ବାଳିକାଙ୍କ ବେକରେ ଗୁଳି ଫୁଟିବା ଘଟଣା ବର୍ତ୍ତମାନ ସବୁ ଆଡେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ପ୍ରେମ ସମ୍ପର୍କକୁ ନେଇ ଏଇ ଘଟଣା ଘଟି ଥିବାର ଜଣା ପଡିଛି । ଏହି ଘଟଣା ସିସିଟିଭିରେ କଏଦ ହୋଇଛି । ବୁଧବାର ରାତି ପ୍ରାୟ ସାଢେ ସାତ ଟା ବେଳେ ସେ କୋଚିଂରୁ ଫେରୁଥିବା ବେଳେ ସିପାରା ଇନ୍ଦ୍ରପୁରୀ ଅଞ୍ଚଳରେ ଏହି ଘଟଣା ଘଟିଥିବା ପୋଲିସ କହିଛି । ଏହି ଫୁଟେଜରୁ ଜଣାପଡିଛି ଯେ ଜଣେ ବ୍ୟକ୍ତି ଝିଅଟିକୁ ଧରି ବ୍ୟାଗରୁ ବନ୍ଧୁକ ବାହାର କରି ଗୁଳି ଚଳାଇଥିଲା । ତା’ପରେ ସେ ଘଟଣାସ୍ଥଳରୁ ଖସି ପଳାନ୍ତି । ପୀଡିତାଙ୍କ ପିତା ଜଣେ ପରିବା ବ୍ୟବସାୟୀ ଅଟନ୍ତି । ପିଲାଟି କୋଚିଙ୍ଗ ସାରି ଆସୁଥିବା ବେଳେ ଏହି ଘଟଣା ଘଟିଥିଲା । ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ ଗୁଳି ବିନିମୟ ପଛରେ ପ୍ରେମ ସମ୍ପର୍କର ମୂଳ କାରଣ । ତେବେ ପୀଡିତାଙ୍କ ବିବୃତ୍ତି ରେକର୍ଡ କରିବା ପରେ ପ୍ରକୃତ କାରଣ ଜାଣିହେବ ବୋଲି ପୋଲିସ କହିଛି । ସୂଚନାମୁତାବକ ଝିଅ ଟି ୯ ମ ଶ୍ରେଣୀ ଛାତ୍ରୀ ଥିଲେ ସେ ବର୍ତ୍ତମାନ ଗୁରୁତର ଅବସ୍ଥାରେ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି କିନ୍ତୁ ଏପର୍ଯ୍ୟନ୍ତ ଗିରଫ କରାଯାଇ ନାହିଁ ବୋଲି ସୂଚନା ମିଳିଛି ।