18.1 C
Bhubaneswar
Monday, November 25, 2024
Homeଅପରାଧ୪୩ ଲକ୍ଷ ଠକେଇ ଅଭିଯୋଗରେ ବିଲ୍ଡର ଗିରଫ

୪୩ ଲକ୍ଷ ଠକେଇ ଅଭିଯୋଗରେ ବିଲ୍ଡର ଗିରଫ

ଭୁବନେଶ୍ୱର: ଜଣେ ବ୍ୟକ୍ତିଙ୍କ ଠାରୁ ୪୩ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ମଞ୍ଚେଶ୍ୱର ଥାନା ପୁଲିସ ଜଣେ ବିଲ୍ଡରଙ୍କୁ ଗିରଫ କରି କୋର୍ଟଚାଳାଣ କରିଛି । ଗିରଫ ବିଲଡର ଜଣଙ୍କ ହେଲେ ମନୋଜ କୁମାର ସାହୁ । ତାଙ୍କ ଘର ପାଟକୁରା ନିକଟସ୍ଥ ବଜ୍ରବାଣ ଗ୍ରାମରେ । ସେ ଭୁବନେଶ୍ୱରରେ ସତ୍ୟବିହାର ଅଞ୍ଚଳରେ ରହୁନ୍ତି । ସୂଚନାଯୋଗ୍ୟ ଯେ,ସୌରଭ ଏକ ଘର ତିଆରି ପାଇଁ ଭୁବନେଶ୍ୱର ସହର ଭିତରେ ଏକ ପ୍ଲଟ୍ କିଣିବାକୁ ଚାହୁଁଥିଲେ । ଇତି ମଧ୍ୟରେ ଅଭିଯୁକ୍ତ ମନୋଜଙ୍କ ବଜ୍ରସେଣ ନିର୍ମାଣର ସୁଲୋଚାନା ସେଠୀ ନାମକ କର୍ମଚାରୀ ସୌରଭଙ୍କ ସହ ଫୋନ ମାଧ୍ୟମରେ ଯୋଗାଯୋଗ କରିଥିଲେ । ତାଙ୍କୁ ପାହାଳ ଥାନା ଅଧୀନରେ ଥିବା ଶିବ ଶକ୍ତି ନଗରରେ ଅବସ୍ଥିତ ବଜ୍ରସେଣ ନିର୍ମାଣର ପ୍ରକଳ୍ପ ବିଷୟରେ ପଚାରିଥିଲେ ।

ଏହା ପରେ ଗତବର୍ଷ ଡିସେମ୍ବରରେ ବଜ୍ରସେଣ ନିର୍ମାଣକୁ ଯାଇଥିଲେ ଏବଂ ମନୋଜଙ୍କ ସହିତ ପ୍ଲଟର ମୂଲ୍ୟ ପଚାରି ବୁଝିଥିଲେ । ଚୂଡ଼ାନ୍ତକରଣ ପରେ ୨ ହଜାର ବର୍ଗଫୁଟ ପାଇଁ ୪୩ ଲକ୍ଷ ଟଙ୍କା ପ୍ଲଟର ମୂଲ୍ୟ ନିର୍ଦ୍ଧାରଣ ହେଇଥିଲା । ସୌରଭ ୨ଲକ୍ଷ ଟଙ୍କା ମନୋଜଙ୍କ ଏକାଉଣ୍ଟକୁ ଟ୍ରାନ୍ସଫର କରିଥିଲେ । ପରବର୍ତ୍ତୀ ସମୟରେ ସୌରଭଙ୍କ ଅନେକ ଅନୁରୋଧ ସତ୍ୱେ ମନୋଜ ଉକ୍ତ ପ୍ଲଟର କୌଣସି ଅଧିକାର ଦେଇ ନଥିଲେ କିମ୍ବା ନେଇଥିବା ଅଗ୍ରୀମ ଟଙ୍କାକୁ ଫେରସ୍ତ କରି ନଥିଲେ । ମଞ୍ଚେଶ୍ୱର ଥାନାରେ ମାମଲା ରୁଜୁ ହେବା ପରେ ଏହି ମାମଲାର ତଦନ୍ତ କରୁଥିବା ସମୟରେ ଅନ୍ୟ ଏକ ମାମଲାରେ ଅଭିଯୁକ୍ତ ମନୋଜ ୧୦ ଲକ୍ଷ ଟଙ୍କା ଅନ୍ୟ ଜଣେ ଅଭିଯୋଗକାରୀଙ୍କ ଠାରୁ ଠକେଇ କରିଥିବା ରୁଜୁ ହୋଇଥିଲା । ତଦନ୍ତ ସମୟରେ ମନୋଜ ଏହି ୨ଟି ମାମଲାର ଅଭିଯୋଗକାରୀଙ୍କ ଠାରୁ ଠକେଇ କରିଥିବା ସ୍ୱୀକାର କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking