19.1 C
Bhubaneswar
Saturday, November 23, 2024
Homeକରୋନାପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ କରୋନାରେ ସଂକ୍ରମିତ

ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ କରୋନାରେ ସଂକ୍ରମିତ

କୋଲକାତା : ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ହସପିଟାଲରେ ଭର୍ତ୍ତି କରାଯାଇଛି। ୭୭ ବର୍ଷ ବୟସ୍କ ସିପିଆଇ (ଏମ) ନେତା ଗତ ସପ୍ତାହରେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ ଏବଂ ନିଜ ଘରେ ରହି ଚିକିତ୍ସିତ ହେଉଥିଲେ। ତାଙ୍କ ଅବସ୍ଥା ଗୁରୁତର ହୋଇପଡିବାରୁ ମଙ୍ଗଳବାର ତାଙ୍କୁ କୋଲକାତାସ୍ଥିତ ଏକ ଘରୋଇ ଡାକ୍ତରଖାନାର ଆଇସିୟୁରେ ଭର୍ତ୍ତି କରାଯାଇଛି। ତାଙ୍କ ପରିବାର ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ବୁଦ୍ଧଦେବଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଅଛି। ସେ କ୍ରନିକ ଅବଷ୍ଟ୍ରକଟିଭ ପଲମୋନାରୀ ଡିଜିଜ (ସିଓପିଡି)ରେ ଆକ୍ରାନ୍ତ ଥିବାରୁ ତାଙ୍କୁ ଅମ୍ଳଜାନ ସହାୟତା ଆବଶ୍ୟକ ପଡୁଛି।

ବାତ୍ୟା ‘ୟାଶ୍‌’ କୁ ଦୃଷ୍ଟିରେ ରଖି ତାଙ୍କୁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି। ସୂଚନାଯୋଗ୍ୟ,  ବୁଦ୍ଧଦେବଙ୍କ ପତ୍ନୀ ମୀରା ଭଟ୍ଟାଚାର୍ଯ୍ୟ ମଧ୍ୟ ଚଳିତ ମାସ ୧୭ ତାରିଖରେ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଥିଲେ। ତାଙ୍କୁ ଚିକିତ୍ସା ପାଇଁ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ୨୪ ତାରିଖରେ ସେ ସୁସ୍ଥ ହୋଇ ଘରକୁ ଫେରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking