19.1 C
Bhubaneswar
Monday, February 2, 2026
Homeଦେଶ ବିଦେଶମହାକାଶ ବିଜ୍ଞାନ ବିକାଶ ଉପରେ ବଜେଟ୍‌ରେ ଗୁରୁତ୍ୱ

ମହାକାଶ ବିଜ୍ଞାନ ବିକାଶ ଉପରେ ବଜେଟ୍‌ରେ ଗୁରୁତ୍ୱ

ନୂଆଦିଲ୍ଲୀ: ସଂସଦରେ ବଜେଟ ୨୦୨୬ – ୨୭ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଲଗାତାର ନବମ ଥର ପାଇଁ ବଜେଟ ଆଗତ କରିଛନ୍ତି ନିର୍ମଳା ସୀତାରମଣ । ମହାକାଶ ବିଜ୍ଞାନ ବିକାଶ ଉପରେ ଆଜିର ବଜେଟ୍‌ରେ ଗୁରୁତ୍ୱ ଦିଆଯାଇଛି । ୪ଟି ସ୍ୱତନ୍ତ୍ର ଟେଲିସ୍କୋପ ସ୍ଥାପନ ହେବ । ନ୍ୟାସନାଲ ଲାର୍ଜ ସୋଲାର ଟେଲିସ୍କୋପ ସୂର୍ଯ୍ୟଙ୍କ ଉପରେ ନଜର ରଖିବ । ଚୁମ୍ବକୀୟ କ୍ଷେତ୍ର ଏବଂ ସୌରଝଡର ହାଇ – ରିଜୋଲ୍ୟୁସନ୍ ଚିତ୍ର ପ୍ରଦାନ କରିବ । ଯୋଗାଯୋଗ ବ୍ୟବସ୍ଥାକୁ ସୌରଝଡରୁ ରକ୍ଷା କରିବା ପାଇଁ ପୂର୍ବାନୁମାନ ଦେବ । ନ୍ୟାସନାଲ୍ ଲାର୍ଜ ଅପ୍ଟିକାଲ୍ ଇନଫ୍ରାରେଡ୍ ଟେଲିସ୍କୋପ୍ ମହାକାଶର ବହୁ ଦୂରରେ ଥିବା ଅସ୍ପଷ୍ଟ ବସ୍ତୁଗୁଡିକୁ ଦେଖିବ । ନୂଆ ତାରା, ଦୂରବର୍ତ୍ତୀ ଗାଲାକ୍ସି ଏବଂ ଅନ୍ୟ ସୌରମଣ୍ଡଳର ଗ୍ରହଗୁଡିକର ଗବେଷଣା କରିବ । ହିମାଳୟାନ୍ ଚନ୍ଦ୍ରା ଟେଲିସ୍କୋପ ଲଦାଖର ହାନ୍‌ଲେ, ବିଶ୍ୱର ସବୁଠାରୁ ଉଚ୍ଚତମ ଅବଜର୍ଭେଟୋରୀ ମଧ୍ୟରୁ ଗୋଟିଏ । ବଜେଟ୍‌ରେ ଏହାର ସେନ୍ସର ଏବଂ ଯନ୍ତ୍ରପାତିର ଆଧୁନିକୀକରଣ ପାଇଁ ଅର୍ଥ ବରାଦ କରାଯାଇଛି । ଏହା ଦ୍ୱାରା ହିମାଳ୍ୟର ସ୍ୱଚ୍ଛ ଆକାଶରୁ ମହାକାଶର ଅଧିକ ସୂକ୍ଷ୍ମ ତଥ୍ୟ ମିଳିପାରିବ । ସିଓଏସଏମଓଏସ ୨ ପ୍ଲାନେଟାରିୟମ୍ କ୍ୱଳ ଏକ ଟେଲିସ୍କୋପ୍ ନୁହେଁ, ଏକ ଆତ୍ୟାଧୁନିକ ମହାକାଶ ଶିକ୍ଷା କେନ୍ଦ୍ର । ଛାତ୍ରଛାତ୍ରୀଙ୍କୁ ଅଷ୍ଟ୍ରୋଫିଜିକ୍ସ ପ୍ରତି ଆକୃଷ୍ଟ କରିବ । ମହାକାଶ ଗବେଷଣାରେ ଘରୋଇ କମ୍ପାନୀ, ଷ୍ଟାର୍ଟଅପକୁ ପ୍ରୋତ୍ସାହନ ଦିଆଯିବ । ଅଥିପାଇଁ ପ୍ରାୟ ୧,୦୦୦ କୋଟିର ଭେଞ୍ଚର କ୍ୟାପିଟାଲ୍ ଫଣ୍ଡ ଘୋଷଣା କରାଯାଇଛି । ଗଗନଯାନ ମିସନରେ ମାନବ ମହାକାଶ ଯାତ୍ରା ପାଇଁ ବଜେଟ୍‌ରେ ଅଧିକ ଅର୍ଥ ବରାଦ କରାଯାଇଛି । ଅନ୍ତରୀକ୍ଷ ଷ୍ଟେସନରେ ୨୦୩୫ ସୁଦ୍ଧା ଭାରତର ନିଜସ୍ୱ ମହାକାଶ ଷ୍ଟେସନ ପ୍ରତିଷ୍ଠା ପାଇଁ ପାଣ୍ଟି ପ୍ରଦାନ କରାଯାଇଛି । ଆବଶ୍ୟକୀୟ ଅଷ୍ଟ୍ରୋଫିଜିକାଲ୍ ପରୀକ୍ଷଣ ଏବଂ ମାଇକ୍ରୋ – ଗ୍ରାଭିଟି ରିସର୍ଚ୍ଚ ପାଇଁ ପାଣ୍ଟି ପ୍ରଦାନ କରାଯାଇଛି । ‘ଲେଜର ଇଣ୍ଟରଫେରୋମିଟର ଗ୍ରାଭିଟେସନାଲ୍ – ୱେଭ୍ ଅବଜର୍ଭେଟୋରି’ ପାଇଁ କାମ ତ୍ୱରାନ୍ୱିତ ହୋଇଛି ।

ପ୍ରତିରକ୍ଷା ବଜେଟ୍‌ରେ ଅପରେସନ୍ ସିନ୍ଦୁରର ପ୍ରଭାବ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking