31.1 C
Bhubaneswar
Monday, October 21, 2024
Homeଓଡିଶାକ୍ଷମା ମାଗିଲେ ବୁଦ୍ଧାଦିତ୍ୟ

କ୍ଷମା ମାଗିଲେ ବୁଦ୍ଧାଦିତ୍ୟ

 ଭୁବନେଶ୍ୱର ; କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ସୋସିଆଲ ମିଡିଆରେ ପୋଷ୍ଟ ପାଇଁ କ୍ଷମା ମାଗିଲେ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି । ବିବାଦୀୟ ବୟାନକୁ ନେଇ ବିବାଦ ତେଜିବା ପରେ ତୁରନ୍ତ ପୋଷ୍ଟ ହଟାଇଥିବା ସହ କ୍ଷମା ମାଗିଛନ୍ତି । ଭୁଲ୍ ବଶତଃ ଏଭଳି ପୋଷ୍ଟ କରିଥିଵା କହିଛନ୍ତି ବୁଦ୍ଧାଦିତ୍ୟ । ଏନେଇ ସମଗ୍ର କଂଗ୍ରେସ ପରିବାର ଓ ରାହୁଲ ଗାନ୍ଧୀଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି । ଏଭଳି ଭୁଲ୍ ନହେବା ପାଇଁ ଆଗକୁ ସତର୍କ ରହିଵି ବୋଲି କହିଛନ୍ତି ବୁଦ୍ଧାଦିତ୍ୟ ମହାନ୍ତି ।
କିଛି ଦିନ ତଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ଫେସବୁକରେ ବିବାଦୀୟ ପୋଷ୍ଟ କରିଥିଲେ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି । ମୁମ୍ବାଇରେ ଏପସିପି ନେତା ବାବା ସିଦ୍ଦିକିଙ୍କୁ ଲରେନ୍ସ ବିଷ୍ଣୋୟୀ ଗ୍ରୁପ ହତ୍ୟା କରିବା ଘଟଣା ପରେ ଦ୍ୱିତୀୟ ପାଳି ରାହୁଲ ଗାନ୍ଧୀଙ୍କର ହେବା ଉଚିତ ବୋଲି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ବୁଦ୍ଧାଦିତ୍ୟ । ଏହାକୁ ନେଇ ରାଜ୍ୟ ଯୁବ କଂଗ୍ରେସ ମଧ୍ୟରେ ଘୋର ଅସନ୍ତୋଷ ପ୍ରକାଶ ପାଇଥିଲା । ଅକ୍ଟୋବର ୨୩ ସୁଦ୍ଧା ବୁଦ୍ଧାଦିତ୍ୟ ନିଜ ମନ୍ତବ୍ୟ ପାଇଁ କ୍ଷମା ନମାଗିଲେ ପରିଣତି ଭୟାବହ ହେବ ବୋଲି ଚେତାବନୀ ଦେଇଥିଲା ଯୁବ କଂଗେସ । ଏହାପରେ ଆଜି ସେ କ୍ଷମା ଭିକ୍ଷା କରିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking