ନୂଆଦିଲ୍ଲୀ: ୟୁପିରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଅ୍ଧମ ମାତ୍ର କିଛି ମାସ ରହିଗଲା । ନିର୍ବାଚନ ପାଖେଇ ପାଖେଇ ଆସୁଥିବା ବେଲେ ରାଜନୀତି ମହଲରେ ବି ସେତିକି ଉତଥାନ ପତନ ଦେଖିବାକୁ ମିଳୁଛି । ମଙ୍ଗଳବାର ବିଏସପିର ୬ ବାଗୀ ବିଧାୟକ ଅଚାନକ ସପା ଅଧ୍ୟକ୍ଷ ଅକିଳେଶ ଯାଦବଙ୍କ ସହ ସାକ୍ଷାତ ପାଇଁ ପଂହଚିଛନ୍ତି । ବିଏସପିର ବାଗୀ ନେତା ଲକ୍ଷନଉସ୍ଥିତ ସପା କାର୍ଯ୍ୟାଳୟରେ ପୂର୍ବ ସିଏମଙ୍କ ସହିତ ସାକ୍ଷାତ କରିଛନ୍ତି । ବିଏସପି ନେତା ବାଗୀ ବିଧାୟକ ଅସଲମ ରାଇନୀଙ୍କ ନେତୃତ୍ୱରେ ସାକ୍ଷାତ ପାଇଁ ପହଂଚିଥିଲେ । ଅଧଘଣ୍ଟା ସମୟ ଯାଏଁ ଆଲୋଚନା ହୋଇଥିଲା । ଏଥିରେ ସାମିଲ ଥିବା ନେତାଙ୍କ ମଧ୍ୟରେ ଅସଲମ ରାଇନୀ, ଅସଲମ ଅଲ୍ଲୀ, ମୁସ୍ତବା ସିଦ୍ଦକୀ, ହାକିମ ଲାଲ, ସୁଷମା ପଟେଲ ଓ ହରଗୋବିନ୍ଦ ଭାର୍ଗବ ଥିଲେ । ଅସଲମ ରାଇନୀ ଅତିଲେଶଙ୍କ ସହ ସାକ୍ଷାତ ପରେ ଏବିପି ଗଙ୍ଗାଙ୍କ ସହ କଥା ହୋଇଥିଲେ । ସେ ଆଉ ଏକ ଅଲଗା ଦଳ ବନାଇବା ପାଇଁ ଦାବି କରିଥିଲେ । ସେ କହିଛନ୍ତି, ତାଙ୍କ ସହ ଆଉ କିଛି ବିଧାୟକ ବି ରହିଛନ୍ତି । ୧୧ ବିଧାୟକ ଥିବା ସେ କହିଥିଲେ । କିଛି ଦିନ ମଧ୍ୟରେ ସେ ଭିନ୍ନ ଏକ ଦଳ ଗଠନ କରିବେ ବୋଲି କହିଥିଲେ ।