20.1 C
Bhubaneswar
Sunday, February 8, 2026
Homeଓଡିଶାସଡ଼କ ଦୁର୍ଘଟଣାରେ ବିଏସଏଫ ଯବାନ ମୃତ: ୬ ଗୁରୁତର

ସଡ଼କ ଦୁର୍ଘଟଣାରେ ବିଏସଏଫ ଯବାନ ମୃତ: ୬ ଗୁରୁତର

ମାଲକାନଗିରି: ଆନ୍ଧ୍ର ଚିନ୍ତୁର ଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଛୁଟି ସାରି ଘରକୁ ଫେରିବା ବେଳେ ବିଳମ୍ବିତ ରାତିରେ ଟ୍ରକକୁ ପିଟିଲା ଇନୋଭା କାର । ଘଟଣାସ୍ଥଳରେ ଜଣେ ବିଏସଏଫ ଯବାନଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଗୁରୁତର ଅଛନ୍ତି । ମୃତକ ହେଉଛନ୍ତି, ୧୪୨ ବାଟାଲିୟନର ବିଏସଏଫ ହାବିଲଦାର ଗୌରବ ପାଣ୍ଡେ । ୬ ଗୁରୁତର ଆହତ ଯବାନଙ୍କୁ ତେଲେଙ୍ଗାନା ଭଦ୍ରାଚଲାମକୁ ସ୍ଥାନାନ୍ତର କରାଯାଇଛି । ଏକ ଇନୋଭା କାରରେ ସାତ ଜଣ ସୀମା ସୁରକ୍ଷା ବାହିନୀ କର୍ମଚାରୀ ଖମ୍ମମରୁ ମାଲକାନଗିରି ଜିଲ୍ଲାର ବାଲିମେଳାକୁ ଯାଉଥିବା ବେଳେ ଏକ କଲଭର୍ଟରେ ଧକ୍କା ଦେଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ଅନ୍ୟମାନେ ଆହତ ହୋଇଥିଲେ। ସେମାନଙ୍କୁ ଚିନ୍ତୁର ସରକାରୀ ହସ୍ପିଟାଲରେ ଚିକିତ୍ସା କରାଯାଇଥିଲା ଏବଂ ପରେ ଭଦ୍ରାଚଳମ ହସ୍ପିଟାଲକୁ ପଠାଯାଇଥିଲା। ଚିନ୍ତୁର ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking