34.1 C
Bhubaneswar
Friday, October 18, 2024
Homeଓଡିଶାଗାଁ ଦାଣ୍ଡରେ ଯୁବକଙ୍କୁ ନିର୍ମମ ହତ୍ୟା

ଗାଁ ଦାଣ୍ଡରେ ଯୁବକଙ୍କୁ ନିର୍ମମ ହତ୍ୟା

ଗାଁ ଦାଣ୍ଡରେ କଙ୍ଗାରୁ କୋର୍ଟ । ଅତି ନିର୍ମମ, ନିଷ୍ଠୁର । ହଜିଗଲା ମାନବିକତା । ନା ଆଇନ ଉପରେ ଅଛି ଭରସା ନା ଦଣ୍ଡାଦେଶକୁ ଅଛି ଭୟ l ଗାଁ ଦାଣ୍ଡରେ ସର୍ବ ସମ୍ମୁଖରେ ମିଳିଛି ମୃତ୍ୟୁଦଣ୍ଡ । ଚୋରି ଅଭିଯୋଗରେ ଗାଁ ଦାଣ୍ଡରେ ଜଣେ ଯୁବକଙ୍କୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ଅତି ନୃଶଂସ ଭାବେ ଗାଁ ଦାଣ୍ଡରେ ପିଟି ପିଟି କରାଯାଇଛି ହତ୍ୟା ।

ତାହା ପୁଣି ଛୋଟ ଛୋଟ ପିଲା ଓ ଶତାଧିକ ଲୋକଙ୍କ ଉପସ୍ଥିତିରେ । ଅତି ନିର୍ମମ, ନିଷ୍ଠୁର ଭାବେ କିଏ ଗୋଇଠା ମାରିଛି, ତ ଆଉ କିଏ ଠେଙ୍ଗା ଓ ପଥରରେ ଆକ୍ରମଣ କରିଛି । ଏଭଳି ଦୃଶ୍ୟ ଦେଖାଇବା ସମ୍ଭବ ନୁହେଁ । ଏଭଳି ଛାତି ଥରାଇ ଦେବା ଭଳି ଦୃଶ୍ୟ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି । ପ୍ରଥମେ ଏଭଳି ଏକ ଭିଡିଓ ଭାଇରାଲ ହୋଇଥିଲା । ପରେ ଏହି ଘଟଣା ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଚିଙ୍ଗୁଡିଘାଇ ଅଞ୍ଚଳରେ ବୋଲି ଜଣାପଡିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking