30.1 C
Bhubaneswar
Tuesday, January 20, 2026
Homeଅପରାଧଆଇଫୋନ୍ ପାଇଁ ଡେଲିଭରି ବୟଙ୍କୁ ନିର୍ମମ ହତ୍ୟା

ଆଇଫୋନ୍ ପାଇଁ ଡେଲିଭରି ବୟଙ୍କୁ ନିର୍ମମ ହତ୍ୟା

ଲକ୍ଷ୍ମୌ : ଆଇଫୋନ୍ ପାଇଁ ଡେଲିଭରି ବୟଙ୍କୁ ନିର୍ମମ ହତ୍ୟା । ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ମୌରେ ଘଟିଛି ଏଭଳି ଅଭାବନୀୟ ଘଟଣା ।ଫ୍ଲିପକାର୍ଟରେ ଆଇଫୋନ୍ ମଗାଇଥିଲେ।ଡେଲିଭରି ବୟ ଫୋନ୍‌ ଦେଇ ଟଙ୍କା ମାଗିବାରୁ ଚିପି ଦେଲେ ତଣ୍ଟି। ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତର ସହଯୋଗୀକୁ ଅଟକ ରଖି ପଚରାଉଚରା କରୁଛି ପୁଲିସ। ମୃତ ଡେଲିଭରି ବୟ ଜଣଙ୍କ ହେଲେ ଭରତ ସାହୁ(୩୫)। ଡିସିପି ଶଶାଙ୍କ ସିଂହଙ୍କ କହିବା ଅନୁଯାୟୀ, ଚିନହଟ ନିବାସୀ ଗଜାନନ ଫ୍ଲିପକାର୍ଟରୁ କ୍ୟାସ୍‌ ଅନ୍‌ ଡେଲିଭରୀରେ ପ୍ରାୟ ୧ ଲକ୍ଷ ଟଙ୍କା ମୂଲ୍ୟର ମୋବାଇଲ ଫୋନ୍ ମଗାଇଥିଲେ। ସେପ୍ଟେମ୍ବର ୨୩ରେ ନିଶାତଗଞ୍ଜ ନିବାସୀ ଭରତ କୁମାର ଫୋନ୍‌ ଦେବା ପାଇଁ ତାଙ୍କ ଘରକୁ ଯାଇଥିଲେ ଏବଂ ସେଠାରେ ଗଜାନନ ନିଜ ସାଥୀମାନଙ୍କ ସହ ମିଶି ତଣ୍ଟି ଚିପି ଭରତଙ୍କୁ ହତ୍ୟା କରିଥିଲେ। ଏହାପରେ ଡେଲିଭରୀ ବୟଙ୍କ ବ୍ୟାଗ୍‌ରେ ହିଁ ତାଙ୍କ ମୃତଦେହକୁ ଭର୍ତ୍ତି କରି ବାରାବଙ୍କୀର ମାତି ଅଞ୍ଚଳକୁ ଯାଇ ଇନ୍ଦିରା କେନାଲରେ ଫିଙ୍ଗି ଦେଇଥିଲେ। କ୍ୟାସ୍ ଅନ୍ ଡେଲିଭରୀରେ ଫୋନ୍‌ର ଟଙ୍କା ଯେପରି ଦେବାକୁ ନ ପଡ଼ିବ, ସେଥିପାଇଁ ଏହି ହତ୍ୟାକାଣ୍ଡ ଘଟିଥିବା କୁହାଯାଇଛି। ପୁଲିସ ଦୁଇ ଅଭିଯୁକ୍ତ ହିମାଂଶୁ କନୌଜିଆ ଓ ଆକାଶକୁ ଗିରଫ କରିଛି। ତୃତୀୟ ଅଭିଯୁକ୍ତ ଗଜାନନକୁ ଖୋଜିବା ପାଇଁ ତିନୋଟି ଟିମ୍‌ ମୁତୟନ କରାଯାଇଛି। ଏସଡିଆରଏଫ ଟିମ୍‌ ମୃତଦେହ ଖୋଜିବାରେ ନିୟୋଜିତ ଅଛନ୍ତି। ମଙ୍ଗଳବାର ମଧ୍ୟ ମୃତଦେହ ଖୋଜିବା ପ୍ରୟାସ ଜାରି ରହିଛି। ପୁଲିସ ସୂଚନା ଅନୁସାରେ, ଡେଲିଭରୀ ବୟ ଭରତ କୁମାର ଘରକୁ ନ ଫେରିବାରୁ ତାଙ୍କ ପରିବାର ଲୋକେ ସେପ୍ଟେମ୍ବର ୨୫ରେ ଚିନହଟ ଥାନାରେ ନିଖୋଜ ଏତଲା ଦେଇଥିଲେ। ପୁଲିସ ମୃତକଙ୍କ ଲୋକେସନ ଓ କଲ୍ ଡିଟେଲ୍ସ ଯାଞ୍ଚ କରି ଗଜାନନର ନମ୍ବର ପାଇଥିଲା ଏବଂ ତା’ର ସାଙ୍ଗ ଆକାଶକୁ ଗିରଫ କରିଥିଲା। ପଚରାଉଚରା ସମୟରେ ଆକାଶ ନିଜ ଅପରାଧ ସ୍ଵୀକାର କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking