19.1 C
Bhubaneswar
Sunday, December 21, 2025
Homeଓଡିଶାବ୍ରାଉନ୍‌ସୁଗାର ଜବତ, ୩ ଗିରଫ

ବ୍ରାଉନ୍‌ସୁଗାର ଜବତ, ୩ ଗିରଫ

ପାରାଦୀପ: ଅଭୟଚାନ୍ଦପୁର ଥାନା ଅଞ୍ଚଳରୁ ବ୍ରାଉନସୁଗାର ଜବତ ହେବାର ଦୁଇ ଦିନ ନପୁରୁଣୁ ଅଭୟଚାନ୍ଦପୁର ଥାନା ପୁଣି ବ୍ରାଉନସୁଗାର ବିକ୍ରେତାଙ୍କୁ ଗିରଫ କରିବାରେ ସଫଳ ହୋଇଛି । ବଗଦିଆ ନିକଟସ୍ଥ ଡାଲିମପୁରରୁ ଅଭୟଚାନ୍ଦପୁର ପୁଲିସ ଶୁକ୍ରବାର ରାତିରେ ୧୫.୫୮ଗ୍ରାମ୍‌ର ବ୍ରାଉନ୍‌ସୁଗାର ଜବତ କରିଛି । ଏଥି ସହିତ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ସେମାନେ ବ୍ୟବହାର କରୁଥିବା ଏକ ମୋଟର ସାଇକେଲ୍ ଜବତ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ଥାନା ଅଧିକାରୀ ସମୀର କୁମାର ରାଉତ। ଶୁକ୍ରବାର ବିଳମ୍ବିତ ରାତିରେ ବଗଦିଆ ନିକଟସ୍ଥ ଡାଲିମପୁର ମଶାଣୀ ପଡିଆରେ ବ୍ରାଉନସୁଗାର କାରବାର ହେଉଥିବା ନେଇ ଥାନା ଅଧିକାରୀଙ୍କୁ ସୂଚନା ମିଳିଥିଲା । ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ୍‌ର ଏକ ସ୍ୱତନ୍ତ୍ର ଟିମ୍ ସେଠାକୁ ଥାନା ଅଧିକାରୀ ଶ୍ରୀ ରାଉତ ପଠାଇଥିଲେ ।

ସବଇନ୍ସପେଟ୍‌କର ବିଶ୍ୱନାଥ ଗଡନାୟକଙ୍କ ନେତୃତ୍ୱରେ ଏହି ସ୍ୱତନ୍ତ୍ର ଟିମ୍ ଡାଲିମପୁର ମଶାଣୀ ପଡିଆରେ ବ୍ରାଉନସୁଗାର କାରବାର କରୁଥିବା ଡାଲିମପୁର ଗ୍ରାମର ପ୍ରଦୀପ୍ତ ଦଳାଇଙ୍କ ପୁଅ ସଂଗ୍ରାମ ଦଳାଇ ଓରଫ ରାକା, ରାକେଶ, ପାରାଦୀପ ଲକ୍ ଥାନା ଅଧିନସ୍ଥ ସିଜୁ ଗ୍ରାମର କୈଳାସ ନାୟକଙ୍କ ପୁଅ ବିକ୍ରମ ନାୟକ ଓ ଖେର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅଧିନସ୍ଥ ସୋରଣ ଗ୍ରାମର ସୁରେଶ ପତିଙ୍କ ପୁଅ ଦୀପକ ପତିଙ୍କୁ ଧରିଥିଲେ । ସେମାନଙ୍କ ନିକଟରୁ ୧୫.୫୮ଗ୍ରାମର ବ୍ରାଉନ୍ ସୁଗାର ଜବତ କରାଯିବା ସହିତ ଅଭିଯୁକ୍ତମାନେ ବ୍ୟବହାର କରୁଥିବା ପଲସର ମୋଟର ସାଇକେଲ୍ ଜବତ କରିଥିଲେ । ଅଭିଯୁକ୍ତ ସଂଗ୍ରାମ ନାମରେ ପୂର୍ବରୁ ବିଭିନ୍ନ ଅପରାଧିକ କାର୍ଯ୍ୟ ନିମନ୍ତେ ୪ଗୋଟି ମାମଲା ରହିଥିବା ବେଳେ ବିକ୍ରମ ପୂର୍ବରୁ ବ୍ରାଉନସୁଗାର ବ୍ୟବସାୟ ସହିତ ସଂପୃକ୍ତି ଥିବା ପୁଲିସ୍ ଜାଣିବାକୁ ପାଇଛି । ଅନ୍ୟତମ ଅଭିଯୁକ୍ତ ଦୀପକ ନାମରେ ଅପରାଧିକ ମାମଲା ରହିଛି କି ନାହିଁ ସେ ସମ୍ପର୍କରେ ପୁଲିସ ଟାଙ୍ଗୀ ଥାନା ସହିତ ଯୋଗାଯୋଗ କରିଥିବା ଥାନା ଅଧିକାରୀ ଶ୍ରୀ ରାଉତ ସୂଚନା ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking