23.1 C
Bhubaneswar
Friday, November 22, 2024
Homeଓଡିଶାବିଷ ପିଇ ଭାଇ-ଭଉଣୀଙ୍କ ମୃତ୍ୟୁ, ମା’ ଗୁରୁତର

ବିଷ ପିଇ ଭାଇ-ଭଉଣୀଙ୍କ ମୃତ୍ୟୁ, ମା’ ଗୁରୁତର

ବରଗଡ଼ : ବରଗଡ଼ ଜିଲ୍ଲା ସୋହେଲା ଥାନା ଅନ୍ତର୍ଗତ ମାଷ୍ଟର ପଡ଼ାରେ ଗୋଟିଏ ପରିବାରରୁ ୩ ଜଣ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ମା’ , ଝିଅ ଓ ପୁଅ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଏଥିରେ ଏଥିରେ ଭାଇ-ଭଉଣୀଙ୍କ ମୃତ୍ୟୁ ହୋଇଛି । ମା’ ଗୁରୁତର ହୋଇଛନ୍ତି। ସୂଚନା ଅନୁସାରେ ମାଷ୍ଟର୍ ପଡାର ସ୍ବର୍ଗତ ଅର୍ଜୁନ ସାହୁଙ୍କ ସ୍ତ୍ରୀ କୁମୁଦିନି ସାହୁ,ପୁଅ ବଂଶୀଧର ସାହୁ ଓ ଝିଅ ସୁବର୍ଣ୍ଣ। ମହାଜନ ରବିବାର ପୂର୍ବାହ୍ନ ୧୧ ଟା ରେ ଘର କବାଟ ବନ୍ଦ କରି କୀଟନାଶକ ପିଇ ଘରେ ଶୋଇପଡ଼ିଥିଲେ । କୌଣସି ସୂତ୍ରରୁ ପାଖ ପଡୋଶୀ ଖବର୍ ପାଇ ପୋଲିସକୁ ଖବର୍ ଦେଇଥିଲେ ।

ପୋଲିସ ପହଞ୍ଚି କବାଟ ଭାଙ୍ଗି ସମସ୍ତଙ୍କୁ ଉଦ୍ଧାର କରି ସୋହେଲା ହସ୍ପିଟାଲରେ ଭର୍ତ୍ତି କରିଥିଲା । ତିନି ଜଣଙ୍କ ମଧ୍ୟରୁ ବଂଶୀଧର ସାହୁଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପ୍ରଥମେ ବୁର୍ଲା ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା ପରେ ମା’ ଓ ଝିଅକୁ ବୁର୍ଲା ସ୍ଥାନାନ୍ତରିତ କରାଯାଇଥିଲା ବୁର୍ଲାରେ ବଂଶୀଧରଙ୍କୁ ଡ଼ାକ୍ତର ମୃତ ଘୋଷଣା କରିଛନ୍ତି । ମାନସିକ ଚାପ ଗ୍ରସ୍ତ ହୋଇ ଏଭଳି ଉଦ୍ୟମ କରିଥିବା ସୂଚନା ମିଳିଛି । ଗତ ୬ ତାରିଖରେ ଘରର ମୁଖିଆ ବାପା ଅର୍ଜୁନ ସାହୁଙ୍କ ରୋଗଗ୍ରସ୍ତ ଅବସ୍ଥାରେ ଦେହାନ୍ତ ପରେ ପୁରା ପରିବାର ଭାଙ୍ଗି ପଡ଼ିଥିଲେ । ମାନସିକ ଚାପ ଗ୍ରସ୍ତ ହୋଇ ଏଭଳି ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking