29.1 C
Bhubaneswar
Friday, November 15, 2024
Homeଓଡିଶାରଥ ନିର୍ମାଣରେ ବ୍ରିଭାଟ, ରଥ ଚକରେ ଫାଟ

ରଥ ନିର୍ମାଣରେ ବ୍ରିଭାଟ, ରଥ ଚକରେ ଫାଟ

ପୁରୀ: ପାଖେଇ ଆସୁଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା । ଦୀର୍ଘ ଦୁଇବର୍ଷ ହେବ ଶ୍ରଦ୍ଧାଳୁ ମାନେ ରଥଯାତ୍ରା ଦର୍ଶନରୁ ବଞ୍ଚିତ ରହିଥିଲେ । ଏଥିସହ ଚଳିତବର୍ଷ ବଡ଼ଦାଣ୍ଡରେ ଭକ୍ତଙ୍କ ସଂଖ୍ୟା ଦ୍ୱିଗୁଣିତ ହେବ ବୋଲି ପ୍ରଶାସନ ଏବେଠୁ ଆକଳନ କରି ସାରିଲାଣି । ଏଭଳି ସ୍ଥିତିରେ ରଥ ନିର୍ମାଣରେ ବ୍ରିଭାଟ ଦେଖାଦେଇଛି । ଚଳିତବର୍ଷ ଦୁଇଗୁଣା ମଜୁରି ଦେଇ ରଥ ନିର୍ମାଣ କରାଯାଉଥିବା ବେଳେ ରଥ ଚକରେ ଅନେକ ଫାଟ ଦେଖିବାକୁ ମିଳୁଛି । ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ରଖାଯାଇଥିବା ନାହାକା ଚକରେ ଫାଟ ଦେଖିବାକୁ ମିଳିଥିଲା । ନାହାକା ଚକର ଏକ ପଇ ଓ ଅରରେ ମଧ୍ୟ ଫାଟ ରହିଥିଲା । ତେବେ ଏନେଇ ରଥଯାତ୍ରା ସମୟରେ କାଳେ କିଛି ଅଘଟଣ ଘଟିବ କି ଏପରି ଆଶଙ୍କା ଭକ୍ତଙ୍କ ମନରେ ବସାବାନ୍ଧିଲାଣି । ତେବେ ନିୟମ ଅନୁଯାୟୀ ରଥ ନିର୍ମାଣ ବେଳେ ଚକ, ଅଖ ସହ ଅନ୍ୟାନ୍ୟ କାଠରେ ଫାଟ ଓ ଅନ୍ୟାନ୍ୟ ତ୍ରୁଟି ଗୁଡିକୁ ଯାଞ୍ଚ କରିବା ପାଇଁ ସ୍ୱତନ୍ତ୍ର କମିଟି ଗଠନ କରାଯାଇଛି । ଏଥିରେ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ ସହ ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀମାନେ ପ୍ରମୁଖ ରହିଛନ୍ତି । କିନ୍ତୁ ରଥ ନିର୍ମାଣ ଠିକ୍ ଭାବେ ହେଉଛି କି ନାହିଁ, ଏହା ଯାଞ୍ଚ କରିବାର ପ୍ରମୁଖ ଦାୟିତ୍ୱ ହେଉଛି ପୂର୍ତ୍ତ ବିଭାଗର ।

ତେବେ ରଥ ଚକରେ ଏଭଳି ଫାଟ ଦେଖାଯିବା, ଯାଞ୍ଚ ବ୍ୟବସ୍ଥାକୁ ନେଇ ଭକ୍ତ ତଥା ଶ୍ରୀଜଗନ୍ନାଥ ପ୍ରେମୀଙ୍କ ମନରେ ସନ୍ଦେହ ସୃଷ୍ଟି କରିଛି । ଏ ସମ୍ପର୍କରେ ବରିଷ୍ଠ ରଥ ତତ୍ତ୍ୱାବଧାରକ ସୁଦର୍ଶନ ମେକାପ କହିଥିଲେ ଯେ, କାଠରେ ଫାଟ ରୁହେ, ରଥ ନିର୍ମାଣ ବେଳେ ଏଭଳି ଫାଟ ସୃଷ୍ଟି ହୁଏ । କିନ୍ତୁ ଏହାର ମାନ ଯାଞ୍ଚ କରିବା ପାଇଁ ଯନ୍ତ୍ରୀମାନେ ନିୟୋଜିତ ହୋଇଛନ୍ତି । ସେମାନେ ଯଦି ଯାଞ୍ଚ ପରେ ଚକ, ଅଖ ବା ଅନ୍ୟାନ୍ୟ ଅଂଶକୁ ପରିବର୍ତ୍ତନ ପାଇଁ କହିବେ, ତେବେ ପରିବର୍ତ୍ତନ କରାଯାଇ ନୂଆ ନିର୍ମାଣ ହେବ ବୋଲି ଶ୍ରୀ ମେକାପ ମତ ପ୍ରକାଶ କରିଥିଲେ । ଅନ୍ୟପଟେ ପବିତ୍ର ଅକ୍ଷୟ ତୃତୀୟାରେ ରଥ ନିର୍ମାଣ ଅନୁକୂଳ ପରେ ରଥଖଳାରେ ରଥ ନିର୍ମାଣ କାର୍ଯ୍ୟକୁ ଜୋର ସୋର ରେ ଆରମ୍ଭ କରାଯାଇଥିଲା ।

ପୂର୍ବରୁ କେଉଁ ବର୍ଷ ଗୋଟିଏ ତ କେଉଁ ବର୍ଷ ଦେଢ଼ା ମଜୁରି ଦେଇ ରଥ ନିର୍ମାଣ କାର୍ଯ୍ୟ କରାଯାଇଥାଏ । କିନ୍ତୁ ଚଳିତବର୍ଷ ପ୍ରଥମଥର ରଥ ନିର୍ମାଣ ସେବକଙ୍କୁ ଦୁଇଗୁଣା ମଜୁରି ଦେଇ ନିର୍ମାଣ କାର୍ଯ୍ୟ କରାଯାଉଛି । ଏଥିସହ ରଥ ନିର୍ମାଣ ଜୋର ସୋରରେ ଆଗେଇ ଚାଲିଛି । ପୂର୍ବରୁ ଯେଉଁଠି ଦୈନିକ ୯୦ରୁ ଦେଢ଼ ଶହ ଭିତରେ ରଥ ନିର୍ମାଣ ସେବକ ନିୟୋଜିତ ହେଉଥିଲେ, ସେଠି ଚଳିତ ବର୍ଷ ପ୍ରାୟ ୨ଶହ ସେବକ ନିୟୋଜିତ ହେଉଛନ୍ତି । ଏଭଳି ସ୍ଥିତିରେ ରଥ ଚକରେ ଫାଟ ସୃଷ୍ଟି ହେବା, ସନ୍ଦେହ ସୃଷ୍ଟି କରିଛି । ତେବେ ଏନେଇ ସ୍ତିତି ଅନୁଧ୍ୟାନ କରିବା ସମୟରେ କେଉଁଠି ତୁମ୍ବରେ ଫାଟ ରହିଛି ତ କେଉଁଠି ଅର ଓ ପଇରେ ଫାଟ ରହିଥିଲା । ଏକ ଅର ସମ୍ପୂର୍ଣ୍ଣ ଦୁଇଫାଳ ହୋଇଯାଇଥିବା ବେଳେ ଏକ ପଇ ବି ଦୁଇପାର୍ଶ୍ୱରୁ ଫାଟ ରହିଥିବା ପରିଲକ୍ଷିତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking