28.1 C
Bhubaneswar
Saturday, November 16, 2024
Homeଓଡିଶା୧୨ ପ୍ରସ୍ତାବ ଉପରେ ରାଜ୍ୟ କ୍ୟାବିନେଟରେ ମୋହର; ୧.୫ ଲକ୍ଷ କାର୍ଯ୍ୟନିର୍ବାହୀ କମିଟି ସଦସ୍ୟା ପାଇବେ...

୧୨ ପ୍ରସ୍ତାବ ଉପରେ ରାଜ୍ୟ କ୍ୟାବିନେଟରେ ମୋହର; ୧.୫ ଲକ୍ଷ କାର୍ଯ୍ୟନିର୍ବାହୀ କମିଟି ସଦସ୍ୟା ପାଇବେ ୨ ହଜାର

– ୭୦ ଲକ୍ଷ ଏସ୍‌ଏଚ୍‌ଜି ମହିଳାଙ୍କୁ ୟୁନିଫର୍ମ ପାଇଁ ୧ ହଜାର
– ମିଶନଶକ୍ତିକୁ ରାଜ୍ୟ ସରକାର ୭୩୦ କୋଟି ଟଙ୍କା ଅନୁମୋଦନ

ଭୁବନେଶ୍ୱର: ଓଡ଼ିଶା ସରକାର ସାଧାରଣ ଜନତାଙ୍କ ପାଇଁ ପୁଣି ଥରେ ହାତ ଖୋଲି ଦେଇଛନ୍ତି । ରାଜ୍ୟର ୭୦ ଲକ୍ଷ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ପ୍ରତ୍ୟେକ ସଦସ୍ୟା ୟୁନିଫର୍ମ ପାଇଁ ପାଇବେ ୧୦୦୦ ଟଙ୍କାର ସହାୟତା । ସେହିପରି ୧.୫ ଲକ୍ଷ କାର୍ଯ୍ୟ ନିର୍ବାହୀ କମିଟି ଓ ପରିଚାଳନା କମିଟି ସଦସ୍ୟା ପ୍ରତ୍ୟେକ ପାଇବେ ୨୦୦୦ ଟଙ୍କାର ସହାୟତା । ମିଶନ ଶକ୍ତିବିଭାଗକୁ ରାଜ୍ୟ ସରକାର ୭୩୦ କୋଟି ଟଙ୍କା ପ୍ରଦାନ କରିଛନ୍ତି । ଏଥି ସମ୍ପର୍କିତ ପ୍ରସ୍ତାବରେ କ୍ୟାବିନେଟ୍ ମୋହର ବାଜିଛି ।

ଶୁକ୍ରବାର ଲୋକସେବା ଭବନର ତୃତୀୟ ମହଲା ସମ୍ମିଳନୀ କକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ରାଜ୍ୟ କ୍ୟାବିନେଟ୍ ବୈଠକ । ଏଥିରେ କ୍ୟାବିନେଟ୍ ମନ୍ତ୍ରୀମାନେ ଉପସ୍ଥିତ ଥିଲେ । ମୋଟ୍ ୧୦ ବିଭାଗର ୧୨ଟି ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର ଲାଗିଛି । ବୈଠକ ପରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ୍ କୁମାର ଅମାତ୍‌ଙ୍କ ଉପସ୍ଥିତରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଏହି ସୂଚନା ଦେଇଛନ୍ତି । ଶ୍ରୀ ଜେନା କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାନସ ସନ୍ତାନ ହେଉଛି ମିଶନ ଶକ୍ତି । ଏହା ଏବେ ଓଡ଼ିଶାରେ ଏକ ମହାଦ୍ରୁମରେ ପରିଣତ । ଏହି ସଶକ୍ତିକରଣ ସମାଜରେ ମହିଳାଙ୍କ ଭୂମିକାକୁ ପୁନଃନିର୍ଦ୍ଧାରଣ କରିଛି । ପରିବାର ପରିଚାଳନା ଠାରୁ ଉଦ୍ୟୋଗୀରେ ପରିଣତ ହେବା ପର୍ଯ୍ୟନ୍ତ ମିଶନ ଶକ୍ତି ଅଧୀନରେ ଆଜି ୬ ଲକ୍ଷରୁ ଅଧୁକ ସ୍ୱୟଂ ସହାୟକ ଗୋଷ୍ଠୀ(ଏସ୍‌ଏଚ୍‌ଜି) ରାଜ୍ୟରେ ସାମାଜିକ ତଥା ଅର୍ଥନୈତିକ ଅଭିବୃଦ୍ଧି ଓ ପରିବର୍ତ୍ତନର ଏକ ଜ୍ୱଳନ୍ତ ଉଦାହରଣ ହୋଇପାରିଛନ୍ତି ।

ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା କହିଛନ୍ତି ଯେ, ମିଶନ ଶକ୍ତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା ଏବଂ ମହାସଂଘ ଗୁଡିକର କାର୍ଯ ନିର୍ବାହୀ କମିଟି (ଗ୍ରାମାଞ୍ଚଳ)ଏବଂ ପରିଚାଳନା କମିଟି (ସହରାଞ୍ଚଳ)ସଦସ୍ୟାଙ୍କ ନିମନ୍ତେ ୟୁନିଫର୍ମ ଓ ବ୍ଲେଜର ପାଇଁ ଆର୍ôଥକ ସହାୟତା ପାଇଁ କ୍ୟାବିନେଟ୍ ଅନୁମୋଦନ ଦେଇଛନ୍ତି । ସେ କହିଛନ୍ତି ଯେ, ୫-ଟି ଶାସନ ଅଧୀନରେ ଓଡ଼ିଶା ହେଉଛି ମହିଳା ସଶକ୍ତିକରଣର ଏକ ଅନନ୍ୟ ମଡେଲ । ମିଶନ ଶକ୍ତି ମହିଳାଙ୍କ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ପ୍ରତିବଦ୍ଧ । ରାଜ୍ୟର ୫-ଟି ପଦକ୍ଷେ ପଦକ୍ଷେପ ଅନ୍ତର୍ଗତ ମିଶନ ଶକ୍ତି ଦେଶରେ ମହିଳା ସଶକ୍ତିକରଣର ଏକ ଆଦର୍ଶ ମଡେଲ ଭାବେ ଉଭା ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ମିଶନ ଶକ୍ତି, ମହିଳାମାନଙ୍କ ସଶକ୍ତିକରଣ ଓ ସେମାନଙ୍କର ସାମାଜିକ ତଥା ଅର୍ଥନୈତିକ ଅଭିବୃଦ୍ଧି ସମ୍ଭବ ହୋଇପାରିଛି ।

ଶ୍ରୀ ଜେନା କହିଛନ୍ତି ଯେ, ମିଶନ ଶକ୍ତି ମାଧ୍ୟମରେ ମହିଳା ସଶକ୍ତିକରଣ ପାଇଁ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା ବିଭିନ୍ନ କ୍ଷେତ୍ରରେ ସଦସ୍ୟାଙ୍କର ପ୍ରବେଶ ସୁନିଶ୍ଚିତ କରିଛି । ଏସ୍‌ଏଚ୍‌ଜିଙ୍କ ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ଭିତ୍ତିଭୂମିର ବ୍ୟବସ୍ଥା ଓ ସରକାରୀ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମରେ ନିଯୋଜିତ କରି ଏସ୍‌ଏଚ୍‌ଜିଙ୍କୁ ଏସ୍‌ଏଏମ୍‌ଇରେ ପରିଣତ କରୁଛି ମିଶନ ଶକ୍ତି । ୧୬ ଫେବୃଆରୀ ୨୦୨୪ରେ ଅନୁଷ୍ଠିତ କ୍ୟାଟିନେଟ୍ ବୈଠକରେ ରାଜ୍ୟର ସମସ୍ତ ୭୦ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା, ୧.୫ ଲକ୍ଷରୁ ଅଧିକ ଗ୍ରାମ ପଞ୍ଚାୟତ ସ୍ତରୀୟ ମହାସଂଘ (ଜିପିଏଲ୍‌ଏଫ୍‌), ବ୍ଲକ୍ ସ୍ତରୀୟ ଭୀୟ ମହାସଂଘ (ବିଏଲ୍‌ଏଫ୍‌), ଜିଲ୍ଲା ସ୍ତରୀୟ ଓ ସହରାଞ୍ଚଳ ଅଧୀନରେ ଥିବା ଆଞ୍ଚଳିକ ମହାସଂଘର (ଡିଏଲ୍‌ଏଫ୍‌) ସହରାଞ୍ଚଳ ଅଧିନରେ ଥିବା ପରିଚାଳନା କମିଟି (ଏମସି) ସଦସ୍ୟାଙ୍କ ପାଇଁ ୟୁନିଫର୍ମ ଯୋଗାଣ ଦିଗରେ ୨୦୨୩-୨୪ ଆର୍ôଥକ ବର୍ଷରେ ୭୩୦ କୋଟି ଟଙ୍କା ଅନୁମୋଦନ ହୋଇଛି । ନିଜ ପସନ୍ଦର ୟୁନିଫର୍ମ କିଣିବା ପାଇଁ ସମସ୍ତ ମିଶନ ଶକ୍ତି ଗୋଷ୍ଠୀର ପ୍ରତ୍ୟେକ ସଦସ୍ୟାଙ୍କୁ ୧୦୦୦ ଟଙ୍କା ଲେଖାଏଁ ଆର୍ôଥକ ସହାୟତା ପ୍ରଦାନ କରାଯିବ । ସ୍ୱୟଂ ସହାୟିକାମାନେ ଗୋଷ୍ଠୀମାନେ ନିଜ ପସନ୍ଦର ୟୁନିଫର୍ମ ଚୟନ କରିବେ ।

ସେହିପରି ଗ୍ରାମ ପଞ୍ଚାୟତ, ବ୍ଲକ୍‌, ଜିଲ୍ଲା ସ୍ତରୀୟ ମହାସଂଘର କାର୍ଯ୍ୟ ନିର୍ବାହୀ କମିଟି ସଦସ୍ୟା ଏବଂ ଆଞ୍ଚଳିକ ମହାସଂଘର ପରିଚାଳନା କମିଟି ସଦସ୍ୟାଙ୍କ ପାଇଁ ମନ ପସନ୍ଦର ବ୍ଲେଜର କ୍ରୟ କରିବା ନିମନ୍ତେ ପ୍ରତ୍ୟେକ ସଦସ୍ୟାଙ୍କୁ ୨୦୦୦ ଟଙ୍କା ଲେଖାଏଁ ଆର୍ôଥକ ସହାୟତା ଯୋଗାଇ ଦିଆଯିବ । ସଦସ୍ୟା ମାନେ ନିଜ ମନ ପସନ୍ଦର ବ୍ଲେଜର ଚୟନ କରିବେ । ଏହି ରାଶି ସ୍ୱୟଂ ସହାୟକ ଗୋଷ୍ଠୀ ଓ ମହାସଂଘର ବ୍ୟାଙ୍କ୍ ଆକାଉଣ୍ଟରେ ସିଧାସଳଖ ଜମା ହେବ । ଏଭଳି ଐତିହାସିକ ନିଷ୍ପତ୍ତି ଯୋଗୁୂଁ ମିଶନ ଶକ୍ତି ଅଧୀନରେ ଥିବା ଏସ୍‌ଏଚ୍‌ଜି ତଥା ସେମାନଙ୍କ ମହାସଂଘର ସଦସ୍ୟାଙ୍କ ଅନନ୍ୟ ପରିଚୟକୁ ସମୃଦ୍ଧ ହେବ । ସେମାନଙ୍କୁ ପ୍ରୋତ୍ସାହିତ କରିବା ସହ ରୂପାନ୍ତରିତ ଭୂମିକାକୁ ସୁଦୃଢ଼ କରିବା ସହ ଏସ୍‌ଏମ୍‌ଇରେ ପରିଣତ ହେବା ପାଇଁ ଉତ୍ସାହିତ କରିବ ବୋଲି ଶ୍ରୀ ଜେନା ସ୍ପଷ୍ଟ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲୋହାନୀ, ପ୍ରମୁଖ ଶାସନ ସଚିବ ବୀର ବିକ୍ରମ ଯାଦବ, ପ୍ରମୁଖ ଶାସନ ସଚିବ ଊଷା ପାଢ଼ୀ, କମିଶନର ତଥା ଶାସନ ସଚିବ ସୁଜାତା ଆର. କାର୍ତ୍ତିକେୟନ, କମିଶନର ତଥା ଶାସନ ସଚିବ ରୂପା ରୋଶନ ସାହୁ, କମିଶନର ତଥା ଶାସନ ସଚିବ ଅରବିନ୍ଦ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking