18.1 C
Bhubaneswar
Wednesday, November 27, 2024
Homeଦେଶ ବିଦେଶପ୍ରଶ୍ନ ପାଇଁ ଲାଞ୍ଚ ମାମଲା; ହାଜର ହେବାକୁ ସମୟ ମାଗିଲେ ମହୁଆ

ପ୍ରଶ୍ନ ପାଇଁ ଲାଞ୍ଚ ମାମଲା; ହାଜର ହେବାକୁ ସମୟ ମାଗିଲେ ମହୁଆ

ନୂଆଦିଲ୍ଲୀ :  ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୈତ୍ର ଲୋକସଭା ଏଥିକ୍ସ କମିଟି ମୁଖ୍ୟ ବିନୋଦ କୁମାର ସୋନକରଙ୍କୁ ପତ୍ର ଲେଖି ଅକ୍ଟୋବର ୩୧ ତାରିଖରେ ହାଜର ହେବାକୁ ନିଜର ଅସମର୍ଥତା ପ୍ରକାଶ କରିଛନ୍ତି । ତାଙ୍କ କହିବା ଅନୁସାରେ ସେ ନଭେମ୍ବର ୪ ପର୍ଯ୍ୟନ୍ତ ପୂର୍ବନିର୍ଦ୍ଧାରିତ କାର୍ଯ୍ୟକ୍ରମକୁ ନେଇ ବ୍ୟସ୍ତ ଅଛନ୍ତି । ତେଣୁ ତାଙ୍କୁ ହାଜର ହେବାକୁ ନଭେମ୍ବର ୫ ପରେ ତାରିଖ ଦିଆଯାଉ । ସୂଚନାଯୋଗ୍ୟ, ସଂସଦରେ ପ୍ରଶ୍ନ ପଚାରିବା ନିମନ୍ତେ ବ୍ୟବସାୟୀ ଦର୍ଶନ ହିରାନନ୍ଦାନୀ ତାଙ୍କୁ ଲାଞ୍ଚ ଦେଇଥିବା ଅଭିଯୋଗ ହୋଇଛି ।

ଅବଶ୍ୟ ମହୁଆ ଅଭିଯୋଗାକୁ ଅସ୍ୱୀକାର କରିବା ସହିତ ଏହା ରାଜନୀତି ଦ୍ୱାରା ପ୍ରେରିତ ବୋଲି କହିଛନ୍ତି । ଏହା ସହିତ ସମନକୁ ନେଇ ମଧ୍ୟ ସେ ଲେଖିଥିବା ପତ୍ରରେ ପ୍ରଶ୍ନ ଉଠାଇଛନ୍ତି । ତାଙ୍କୁ ଏଥିକ୍ସ କମିଟି ଅଧ୍ୟକ୍ଷ ସକାଳ ୭ଟା ୨୦ ମିନିଟ୍‌ରେ ଇ-ମେଲ୍ କରିଥିବା ବେଳେ ଏହାର ବହୁ ପୂର୍ବରୁ ଲାଇଭ୍ ଟିଭିରେ ତାଙ୍କ ସମନ ସମ୍ପର୍କରେ ଘୋଷଣା କରାଯାଇଥିଲା । ସେହିପରି ସମସ୍ତ ଅଭିଯୋଗ ଏବଂ ଆଫିଡେଭିଟ୍ ମଧ୍ୟ ମିଡିଆରେ ଜାରୀ କରାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking