18.1 C
Bhubaneswar
Monday, November 25, 2024
Homeଦେଶ ବିଦେଶଡିଜିସିଏ ପକ୍ଷରୁ ବ୍ରିଦିଙ୍ଗ୍ ଆନାଲାଇଜର ଟେଷ୍ଟ ନିୟମ ସଂଶୋଧିତ; ପାଇଲଟ୍‌, କ୍ୟାବିନ୍ କ୍ରିଉଙ୍କୁ ଏଣିକି ମାଉଥ୍‌ୱାସ...

ଡିଜିସିଏ ପକ୍ଷରୁ ବ୍ରିଦିଙ୍ଗ୍ ଆନାଲାଇଜର ଟେଷ୍ଟ ନିୟମ ସଂଶୋଧିତ; ପାଇଲଟ୍‌, କ୍ୟାବିନ୍ କ୍ରିଉଙ୍କୁ ଏଣିକି ମାଉଥ୍‌ୱାସ ଓ ଟୁଥ୍ ଜେଲ୍ ମନା

ନୂଆଦିଲ୍ଲୀ: ବିମାନ ଯାତ୍ରା ସମୟରେ ପାଇଲଟ୍ ଓ କ୍ୟାବିନ୍ କ୍ରିଉମାନେ ମଦ୍ୟପାନ କରିଛନ୍ତି କି ନାହିଁ, ତାହା ପରୀକ୍ଷା କରିବା ପାଇଁ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ପକ୍ଷରୁ ପୂର୍ବରୁ ନିୟମ ପ୍ରଚଳନ କରାଯାଇଛି । ତେବେ ମଦ୍ୟପ ପାଇଲଟ୍ ଓ କ୍ୟାବିନ କ୍ରିଉଙ୍କୁ ଧରିବାରେ ଏହା ଶହେ ପ୍ରତିଶତ ସଫଳ ହେଉନଥିବାରୁ ଡିଜିସିଏ କର୍ତ୍ତୃପକ୍ଷ ବର୍ତ୍ତମାନ ଏହି ନିୟମରେ କେତେକ ସଂଶୋଧନ କରିଥିବା ଜଣାପଡିଛି । ସଂଶୋଧିତ ନିୟମ ଅନୁଯାୟୀ ଏଣିକି ପାଇଲଟ୍ ଓ କ୍ୟାବିନ୍ କ୍ରିଉ ସଦସ୍ୟମାନେ ମାଉଥ୍‌ୱାସ୍ କିମ୍ବା ଟୁଥ୍ ଜେଲ୍ ବ୍ୟବହାର କରିପାରିବେ ନାହିଁ ବୋଲି କୁହାଯାଇଛି ।

କାରଣ ମାଉଥ୍‌ୱାସ୍ ଓ ଟୁଥ୍ ଜେଲ୍‌ରେ ମାଦକଦ୍ରବ୍ୟ ସାମଗ୍ରୀ ରହୁଥିବାରୁ ପ୍ରକୃତ ଦୋଷୀଙ୍କୁ ଧରିବା କଷ୍ଟକର ହୋଇପଡୁଛି । ଏହାବ୍ୟତୀତ ସବୁ ଏୟାରଲାଇନ୍ସ ପାଇଲଟ୍ ଓ କ୍ୟାବିନ କ୍ରିଉଙ୍କ ବ୍ରିଦିଙ୍ଗ୍ ଆନାଲାଇଜର ଟେଷ୍ଟ (ମଦ ପିଇଛନ୍ତି କି ନାହିଁ) କରିବା ସମୟରେ ଭିଡିଓ ରେକର୍ଡିଂ ମଧ୍ୟ ପ୍ରସ୍ତୁତ କରିବେ ବୋଲି କୁହାଯାଇଛି । ଏହି ନିୟମକୁ କଡାକଡି କରାଗଲେ ବିମାନଯାତ୍ରା ସୁରକ୍ଷିତ ହେବା ସହିତ ଯାତ୍ରୀମାନେ ମଧ୍ୟ ଆଶାନୁରୂପ ସେବା ପାଇବେ ବୋଲି ଆଶା କରାଯାଉଛି ।

ଏୟାରଲାଇନ୍ସଗୁଡିକ ସମୟାନୁଯାୟୀ ଏହି ରିପୋର୍ଟ ଡିଜିସିଏ କର୍ତ୍ତୃପକ୍ଷଙ୍କ ନିକଟରେ ଦାଖଲ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ପୂର୍ବରୁ ମାଉଥ୍‌ୱାସ୍ କିମ୍ବା ଟୁଥ୍ ଜେଲ୍ ବ୍ୟବହାର କରୁଥିବା ପାଇଲଟ୍ ଓ କ୍ୟାବିନ କ୍ରିଉ ବ୍ରିଦିଙ୍ଗ୍ ଆନାଲାଇଜର ଟେଷ୍ଟ ସମୟରେ ମଦ୍ୟପାନ କରିଥିବା କଷ୍ଟକର ହୋଇପଡିଥାଏ । ଯଦି କୌଣସି ପାଇଲଟ୍ କିମ୍ବା କ୍ୟାବିନ କ୍ରିଉ ମାଉଥ୍‌ୱାସ କିମ୍ବା ଟୁଥ୍ ଜେଲ୍ ବ୍ୟବହାର କରୁଥାନ୍ତି, ତେବେ ଉଠାଣ ପୂର୍ବରୁ ଏୟାରଲାଇନ୍ସ ଡାକ୍ତରଙ୍କ ନିକଟରୁ  ଏ ସଂକ୍ରାନ୍ତ ପ୍ରମାଣପତ୍ର ଆଣିବାକୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking