ବ୍ରାସିଲିଆ : ବ୍ରାଜିଲର ସିନୋପ୍ ସହରରେ ଦୁଇଜଣ ଆତତାୟୀଙ୍କ ଗୁଳିରେ ୭ ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ମଙ୍ଗଳବାର ଏକ ସୁଇମିଂ ପୁଲ୍ରେ ଖେଳ ଚାଲିଥିବାବେଳେ ହତ୍ୟାକାରୀଜଣକ ଲଗାତାର ଦୁଇଟି ଗେମ୍ରେ ହାରିଯାଇଥିଲେ । ଏହି ସମୟରେ ସେଠାରେ ଉପସ୍ଥିତ ଲୋକେ ତାଙ୍କୁ ଉପହାସ କରି ହସିଦେବାରୁ କ୍ରୋଧାନ୍ୱିତ ଅବସ୍ଥାରେ ନିଜର ସାଙ୍ଗ ସହ ମିଶି ସେ ସୁଇମିଂ ପୁଲ ମାଲିକ ସମେତ ମୋଟ ୭ ଜଣଙ୍କୁ ଲାଇନରେ ଛିଡାକରି ଗୁଳି ଚଳାଇଥିବା ପୁଲିସ ପକ୍ଷରୁ କୁହାଯାଇଛି । ହତ୍ୟାକାଣ୍ଡ ପରେ ଆତତାୟୀ ଘଟଣାସ୍ଥଳରୁ ଚମ୍ପଟ ମାରିଛି । ସିସିଟିଭି ଫୁଟେଜ୍କୁ ଆଧାର କରି ପୁଲିସ ଅପରାଧୀକୁ ଧରିବାକୁ ଉଦ୍ୟମ ଜାରି ରଖିଛି ।