19.1 C
Bhubaneswar
Saturday, November 23, 2024
Homeଅପରାଧବିବାହ ପାଇଁ ବାଧ୍ୟ କରିବାରୁ ଯୁବତୀଙ୍କ ଉପରେ ଇଟା ଛେଚି, ଟ୍ରାକ୍ଟର୍ ଚଢ଼ାଇ ହତ୍ୟା କରିଦେଲା...

ବିବାହ ପାଇଁ ବାଧ୍ୟ କରିବାରୁ ଯୁବତୀଙ୍କ ଉପରେ ଇଟା ଛେଚି, ଟ୍ରାକ୍ଟର୍ ଚଢ଼ାଇ ହତ୍ୟା କରିଦେଲା ପ୍ରେମିକ

ଫତେହପୁର: ପ୍ରେମ, ପ୍ରତାରଣା ଆଉ ତାପରେ ହତ୍ୟା ଏହିଭଳି ଘଟଣା ପ୍ରତିଦିନ କେଉଁଠି ନା କେଉଁଠି ଘଟୁଥିବା ଦେଖିବାକୁ ମିଳିଛି । ଫେସବୁକ୍ ରୁ ପ୍ରେମ ହେବା ପରେ ଝିଅ ଯେତେବେଳେ ବିବାହ ପାଇଁ ବାଧ୍ୟ କରିଥିଲା ପ୍ରେମିକ ଜଣ ଯୁବତୀଙ୍କ ଉପରେ ଟ୍ରାକ୍ଟର୍ ଚଢ଼ାଇ ମାରିଦେଇଥିବା ଜଣାପଡ଼ିଛି । ଏହିଭଳି ଏକ ଅମାନବୀୟ ଘଟଣା ଉତ୍ତରପ୍ରଦେଶର ଫତେହପୁର ଜିଲ୍ଲାର ଗାଜୀପୁର ଥାନା ଅଞ୍ଚଳରୁ ସାମନାକୁ ଆସିଛି । ଫେବୃଆରୀ ୧୮ ତାରିଖ ସକାଳ ସମୟରେ ଜଣେ ଅଜ୍ଞାତ ଯୁବତୀଙ୍କ ଶବ ଠାବ କରାଯାଇଥିଲା । ମୃତଦେହକୁ ଦେଖି ଏପରି ଲାଗୁଥିଲା ଯେପରି ଗାଡ଼ି ଚଢ଼ି ମୃତ୍ୟୁ ହୋଇଛି । ହେଲେ ପୋଲିସ୍ କୁ ମିଳିଥିବା ପ୍ରମାଣରୁ ଜଣାପଡ଼ିଥିଲା ଯେ, ଏହା ଏକ ହତ୍ୟା । ଯାଞ୍ଚର ୨୦ ଦିନ ପରେ ପୋଲିସ୍ ଘଟଣାର ଖୁଲାସା କରି ମୃତ ଯୁବତୀଙ୍କ ପ୍ରେମିକ ଓ ତାର ଭାଇକୁ ଗିରଫ କରିଛି ।

ଉକ୍ତ ଅଞ୍ଚଳର ଡିଏସପିଙ୍କ କହିବାନୁସାରେ, ଫେବୃଆରୀ ୧୮ ତାରିଖରେ ଜଣେ ଅଜ୍ଞାତ ଯୁବତୀଙ୍କ ମୃତଦେହ ରାସ୍ତା ଉପରେ ମିଳିଥିଲା । ଏହାପରେ ଯୁବତୀଙ୍କ ସମ୍ପର୍କିୟଙ୍କ ସହାୟତାରେ ତାର ପ୍ରେମିକର ଖବର ପାଇଥିଲା ପୋଲିସ୍ । ଯୁବତୀଙ୍କ କପଡ଼ା ଓ ଅନ୍ୟାନ୍ୟ ଜିନିଷରୁ ତାଙ୍କ ପରିଚୟ ଠାବ କରାଯାଇଥିଲା । ଏହାପରେ ପୋଲିସ୍ ପ୍ରେମିକ ଅଭିମନ୍ୟୁ ଓ ତାର ଭାଇକୁ ହେପାଜତରେ ନେଇ ପଚରାଉଚରା କରିଥିଲା । ଏହି ସମୟରେ ଅଭିମନ୍ୟୁ କହିଥିଲା ଯେ, ୫ ବର୍ଷ ତଳେ ଫେସବୁକ୍ ଜରିଆରେ ଦୁହେଁ ପରିଚିତ ହୋଇଥିଲେ । ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିବା ପରେ ମୃତକ ଅନୀତା ବିବାହ ପାଇଁ ବାଧ୍ୟ କରୁଥିଲେ ।

ବିବାହ କଥାରେ ଉତକ୍ଷିପ୍ତ ହୋଇ ଫେବୃଆରୀ ୧୭ ତାରିଖରେ ବିବାହ କରିବା ବାହାନାରେ ରାତିରେ ତାକୁ ନେଇ ଫତେହପୁରକୁ ବାହାରିଯାଇଥିଲା ଅଭିମନ୍ୟୁ । ଏହା ପରେ ଗାଜୀପୁର ଥାନାର ବଲୀପୁର ନିକଟରେ ଟ୍ରାକ୍ଟର୍ ଚଢ଼ାଇ ଯୁବତୀଙ୍କୁ ହତ୍ୟା କରିଦେଇଥିଲା । ଏହି ହତ୍ୟାକୁ ଦୁର୍ଘଟଣାର ରୂପ ଦେବାକୁ ଯାଇ ଟ୍ରାକ୍ଟର୍ ଚଢ଼ାଇ ସେଠାରୁ ଫେରାର୍ ହୋଇଯାଇଥିଲା । ବର୍ତ୍ତମାନ ସତ ସାମନାକୁ ଆସିବା ପରେ ପୋଲିସ୍ ଉଭୟ ଅଭିଯୁକ୍ତ ଓ ତାର ଭାଇକୁ ଗିରଫ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking