32.1 C
Bhubaneswar
Tuesday, October 22, 2024
Homeଦେଶ ବିଦେଶପ୍ରେମିକାର ବାପାକୁ ପାନେ ଦେବାକୁ ପ୍ରେମିକ କଲା ଏମିତି କାଣ୍ଡ...

ପ୍ରେମିକାର ବାପାକୁ ପାନେ ଦେବାକୁ ପ୍ରେମିକ କଲା ଏମିତି କାଣ୍ଡ…

ନୂଅଦିଲ୍ଲୀ: ଗର୍ଲଫ୍ରେଣ୍ଡର ବାପା ଭାରି ହଇରାଣ କରୁଥିଲା । ଝିଅ ସହ ମିଶିବାକୁ ଦେଉନଥିଲା । ତେଣୁ ପାନେ ଦେବାକୁ ଚିନ୍ତା କଲା ଯୁବକ । ଚୋରାଇ ଆଣିଲା ଗର୍ଲଫ୍ରେଣ୍ଡ ର ବାପାଙ୍କ ମୋବାଇଲ ଫୋନ୍ । ଆଉ କଲ କରିଦେଲା, ସିଧା ମୁଖ୍ୟମନ୍ତ୍ରୀଙ୍କୁ ! ଖାଲି ସେତିକି ନୁହେଁ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ ବି ଦେଲା । ଆଉ ତା’ପରେ… ପୁରା ଦେଶ ଉଠିଲା ପଡ଼ିଲା.. । ଏହା କୌଣସି ବାହାର ଦେଶ କଥା ନୁହେଁ, ଏଭଳି ଘଟଣା ଭାରତରେ ଘଟିଛି । ଏକଥା ଆପଣଙ୍କୁ ରହସ୍ୟ ଲାଗୁଥାଇପାରେ । କିନ୍ତୁ କଥାଟା ପୁରା ସତ । ଏନେଇ ଖୋଦ ପୋଲିସ କମିଶନରେଟ ପକ୍ଷରୁ ସୂଚନା ଦିଆଯାଇଛି । ଯଦି ଆପଣ ପ୍ରତ୍ୟେକ ଦିନ ଖବର ସହ ଜଡ଼ିତ ଥିବେ, ତେବେ ଜାଣିଥିବେ ଦୁଇ ଦିନ ତଳେ ଜଣେ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ ମିଳିଥିଲା ।

ଆଉ ତାପରେ ପୁରା ଦେଶରେ ଚହଳ ସୃଷ୍ଟି ହୋଇଥିଲା । ସେହି ମୁଖ୍ୟମନ୍ତ୍ରୀ ଜଣକ ଆଉ କେହି ନୁହନ୍ତି, ସେ ହେଉଛନ୍ତି ୟୁପି ସିଏମ୍ ଯୋଗୀ ଆଦିତ୍ୟନାଥ । ତେବେ ଯୋଗୀଙ୍କ ଫୋନ୍ରେ ହତ୍ୟା ଧମକ ଦେଇଥିବା ବ୍ୟକ୍ତିକୁ ପୋଲିସ ମଙ୍ଗଳବାର ଗିରଫ କରିସାରିଛି । ତାର ନାଁ ଆମିନ୍ ବା ଆଲିଆସ୍ ଛୋଟୁ । ବାବୁପୁରା ଥାନା ଅନ୍ତର୍ଗତ ବାବୁପୁରା ଅଞ୍ଚଳରେ ତାର ଘର । ସେ ଗର୍ଲ ଫ୍ରେଣ୍ଡର ବାପାଙ୍କ ଫୋନ୍ ଆଣି ସେଥିରୁ ୧୧୨କୁ କଲ କରି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ ଦେଇଥିଲା । ଗର୍ଲଫ୍ରେଣ୍ଡର ବାପାଠାରୁ ବଦ୍ଲା ନେବା ଉଦେଶ୍ୟରେ ସେ ଏଭଳି କାଣ୍ଡ ଭିଆଇଥିବା ପୋଲିସ ଆଗରେ ସ୍ୱୀକାର କରିଛି । ଦକ୍ଷିଣ ଇଊଉଚ ଅଙ୍କିତା ଶର୍ମା କହିଛନ୍ତି ଅମିନ୍କୁ ଗିରଫ କରାଯାଇଛି ।

ତା ନାଁରେ ଏବେ ସୁଦ୍ଧା ତିନୋଟି ମାମଲା ରୁଜୁ ହୋଇଛି । ମୋବାଇଲ ଚୋରି କରିବା, ଜଣେ ଝିଅକୁ ହଇରାଣ କରିବା ସହ ତା’ଉପରେ ନଜର ରଖିବା ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଧମକ ଦେବା, ଆମିନ୍ ନାଁରେ ଏଭଳି ତିନୋଟି ମାମଲା ରୁଜୁ କରାଯାଛି । ବାସ୍ତବରେ ଯୁବତୀଙ୍କ ବାପା ଆମିନ୍‌ଙ୍କୁ ପସନ୍ଦ କରନ୍ତି ନାହିଁ, ଆଉ ଯେତେବେଳେ ସେ ଆମିନ୍ ସହ ତାଙ୍କ ଝିଅର ପ୍ରେମ ସମ୍ପର୍କ କଥା ଜାଣିପାରିଲେ, ସେତେବେଳେ ଉଭୟଙ୍କ ମିଳାମିଶା ବନ୍ଦ କରିଦେଲେ । ଯାହାଫଳରେ ଆମିନ୍ ତାଙ୍କୁ ପାନେ ଦେବ ବୋଲି ଚିନ୍ତା କଲା । ସେ ତାଙ୍କ ମୋବାଇଲ ଚୋରି କରି ଆଣିଲା । ଆଉ ମଙ୍ଗଳବାର ସକାଳେ ସେହି ଫୋନ୍ରୁ ୧୧୨କୁ କଲ କଲା ଏବଂ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ ଦେଲା । ଏହା ଏକ ହାଇପ୍ରୋଫାଇଲ୍ କେସ୍ ହୋଇଥିବାରୁ ପୋଲିସ ତୁରନ୍ତ ଆକ୍ସନ୍ ମୋଡ୍କୁ ଚାଲି ଆସିଲା । ସନ୍ଧ୍ୟା ସୁଦ୍ଧା ଅଭିଯୁକ୍ତକୁ ଗିରଫ କଲା । ୫୦୬, ୫୦୭ ଏବଂ ଆଇଟି ଆକ୍ଟ ୫୬ରେ ମାମଲା ରୁଜୁ କରିଛି ପୋଲିସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking