21.1 C
Bhubaneswar
Wednesday, January 14, 2026
Homeଅପରାଧଯୁବତୀର ବେକ କାଟି ମାରିଦେଲା ପ୍ରେମିକ

ଯୁବତୀର ବେକ କାଟି ମାରିଦେଲା ପ୍ରେମିକ

ବାଲେଶ୍ୱର: ଝିଅକୁ କରୁଥିଲା ଏକ ତରଫା ପ୍ରେମ। ହେଲେ ଏଥିରେ ରାଜି ନହେବାରୁ ରାଗି ଯାଇଥିଲା ପ୍ରେମିକ ଜଣକ। ତେଣୁ ସବୁଦିନ ପାଇଁ ବାଟରୁ ଶେଷ କରିଦେବାକୁ ରଚିଥିଲା ଷଡ଼ଯନ୍ତ୍ର। ମୋର ନୁହଁ ତ ଆଉ କାହାର ନୁହଁ। ପୂର୍ବରୁ ମଧ୍ୟ ଏକତରଫା ପ୍ରେମକୁ ନେଇ ଝିଅଟିକୁ ହଇରାଣ କରୁଥିଲା ପ୍ରେମିକ ଜଣକ। ଯାହାକୁ ନେଇ ଥାନାରେ ଅଭିଯୋଗ କରିଥିଲା ନିଜେ ଝିଅ। ଆଉ ଶେଷରେ ପ୍ରତିଶୋଧ ପରାୟଣ ହୋଇ ପ୍ରେମିକ ଜଣକ ଭିଆଇଲା ନାରକୀୟ କାଣ୍ଡ। ଏକତରଫା ପ୍ରେମରେ ବିଫଳ ପିଶାଚ ପ୍ରେମିକ ରଚିଲା ବର୍ବର କାଣ୍ଡ। ଘରେ କେହି ନଥିବାର ସୁଯୋଗ ନେଇ ଘରେ ପଶିଥିଲା। ଆଉ ପୂର୍ବରୁ ଘରେ ଥିଲା ଝିଅଟି। ଆଉ ସୁଯୋଗର ହାତ ଛଡ଼ା ନକରି ଝିଅଟିର ବେକ କାଟି ଦେଇ ମାରିଦେଲା ପିଶାଚ ପ୍ରେମିକ। ଏହି ହତ୍ୟାକାଣ୍ଡ ଘଟିଛି ବାଲେଶ୍ୱର ଜିଲ୍ଲା ସୋର ଥାନା ଲିଙ୍ଗାପଡ଼ା ଗାଁରେ। ଘରେ କେହି ନଥିବାର ସୁଯୋଗ ନେଇ ଯୁବତୀର ହତ୍ୟା କରିଥିବା ଅଭିଯୋଗ ହୋଇଛି। ହତ୍ୟାକାଣ୍ଡ ଭିଆଇ ଫେରାର ହୋଇଯାଇଛି ଅଭିଯୁକ୍ତ ଯୁବକ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନଭିନ ଆରମ୍ଭ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking