24.1 C
Bhubaneswar
Wednesday, November 6, 2024
Homeଓଡିଶାବିବାହ ପ୍ରତିଶ୍ରୁତି ଦେଇ ଧୋକା ଦେଲେ ଯୁବକ, ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ମହିଳା

ବିବାହ ପ୍ରତିଶ୍ରୁତି ଦେଇ ଧୋକା ଦେଲେ ଯୁବକ, ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ମହିଳା

ଆନନ୍ଦପୁର: ବିବାହ ପ୍ରତିଶ୍ରୁତି ଦେଇ ଧୋକା ଦେଲେ ଯୁବକ । ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ମହିଳା । ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନାରେ ଜଣେ ମହିଳା ଅଭିଯୋଗ କରିଥିଲେ । ମହିଳାଙ୍କ ଅଭିଯୋଗକୁ ଆଧାର କରି ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ସମ୍ପୃକ୍ତ ଯୁବତୀଙ୍କ ଅଭିଯୋଗ ଅନୁଯାୟୀ ବିବାହିତ ସ୍ୱାମୀଙ୍କୁ ୨ ବର୍ଷ ପୂର୍ବରୁ ଛାଡପତ୍ର ଦେଇ ରାମଚଦ୍ରପୁର ଥାନା ବଣିଆପଶି ଗାଁର ଦିଲ୍ଲୀପ ବେହେରା ନାମକ ଜଣେ ଯୁବକ ସହିତ ବେଙ୍ଗାଲୁରୁ ପଳାଇ ଥିଲେ ।

ଯୁବକ ଜଣକ ମହିଳାଙ୍କୁ ବିବାହ ପ୍ରତିଶ୍ରୁତି ଦେବା ପରେ ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ଗଢି ଉଠିଥିଲା । କିଛି ଦିନ ତଳେ ଦିଲ୍ଲୀପ ବାଙ୍ଗାଲୋରରୁ ନିଜ ଘରକୁ ଆସିବା ପରେ ସଂପୃକ୍ତ ମହିଳାଙ୍କ ସହ ଯୋଗାଯୋଗ ଛିନ୍ନ କରିଥିଲେ । ମହିଳା ଜଣକ ବୋଙ୍ଗାଲୁରୁରୁ ଆସି ଯୁବକଙ୍କୁ ଦେଖା କରିବା ପରେ ବିବାହ କରିବାକୁ ମହିଳା ଜଣକ ଜିଦ ଧରିଥିଲେ । ଏହି ସମୟରେ ଯୁବକ ଜଣକ ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି ମହିଳା ଜଣକ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking