18.1 C
Bhubaneswar
Saturday, November 23, 2024
Homeଦେଶ ବିଦେଶସେବା ପାଇଁ ଜନ୍ମ ନେଇଛି: ପ୍ରଧାନମନ୍ତ୍ରୀ ମୋଦୀ

ସେବା ପାଇଁ ଜନ୍ମ ନେଇଛି: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ : ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ମତଦାନ ହେଉଥିବା ଛତିଶଗଡ଼ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଏକ ଜନସଭାକୁ ସମ୍ବୋଧନ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି, ଆଦିବାସୀଙ୍କ କଲ୍ୟାଣ ପାଇଁ କେନ୍ଦ୍ର ସରକାର ବଜେଟ୍‌ରେ ପାଞ୍ଚଗୁଣା ବୃଦ୍ଧି କରିଛନ୍ତି । ମୁଁ ସେବା କରିବା ପାଇଁ ଜନ୍ମ ହୋଇଛି ଏବଂ ଆପଣମାନଙ୍କ ସେବା କରିବା ପାଇଁ ଆପଣ ମୋତେ କାମ ଦେଇଛନ୍ତି ।

ମୋଦୀ କହିଛନ୍ତି, ଆଦିବାସୀଙ୍କ କଲ୍ୟାଣ ବିଜେପିର ପ୍ରାଥମିକତା । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମ୍ପର୍କରେ ଉଲ୍ଲେଖ କରି ସେ କହିଛନ୍ତି, କେହି କେବେ ଭାବିଥିଲେ କି ଆଦିବାସୀ ପରିବାରରୁ ଆସିଥିବା ଜଣେ ମହିଳା ଭାରତର ରାଷ୍ଟ୍ରପତି ହେବେ । ମୋଦୀ କହିଥିଲେ, ଆଦିବାସୀ ପରିବାରର ଅନେକ ଝିଅ ନିଖୋଜ ହୋଇଯାଇଛନ୍ତି । କଂଗ୍ରେସର ତୁଷ୍ଟୀକରଣ ନୀତି ଯୋଗୁଁ ଛତିଶଗଡ଼ର ସରଗୁଜା ଅଞ୍ଚଳରେ ପର୍ବପର୍ବାଣୀ ପାଳନ କରିବା କଷ୍ଟକର ହୋଇପଡ଼ିଛି । କଂଗ୍ରେସକୁ କଡ଼ା ସମାଲୋଚନା କରି ମୋଦୀ କହିଛନ୍ତି, ଛତିଶଗଡ଼ରେ ମାଓ ଉପଦ୍ରବ ରୋକିବାରେ ପାର୍ଟି ବିଫଳ ହୋଇଛି ।

ଯେତେବେଳେ ବି କଂଗ୍ରେସ କ୍ଷମତା ଆସିଛି, ଦେଶରେ ଆତଙ୍କବାଦୀ ଓ ମାଓବାଦୀଙ୍କ ସାହସ ବୃଦ୍ଧି ପାଇଛି । ନକ୍ସଲ ହିଂସା ନିୟନ୍ତ୍ରଣ କରିବାରେ କଂଗ୍ରେସ ବିଫଳ ହୋଇଛ । ନିକଟ ଅତୀତରେ ଏଠାରେ ଅନେକ ବିଜେପି କର୍ମୀଙ୍କୁ ହତ୍ୟା କରାଯାଇଛି ବୋଲି ସେ କହିଥିଲେ ।ସେ ଆହୁରି କହିଥିଲେ,
ବିନ୍ଧ୍ୟ ଅଞ୍ଚଳରେ ଦେଶର ଏକ ପ୍ରମୁଖ ସୋଲାର୍ ପାୱାର୍ ସେଣ୍ଟରକୁ ତାଙ୍କ ସରକାର ବିକଶିତ କରୁଛି । ଛତିଶଗଡ଼ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଆଜି ୨୦ଟି ଆସନ ପାଇଁ ମତଦାନ ହେଉଛି । ନଭେମ୍ବର ୧୭ରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ ହେବାକୁ ଥିବାବେଳେ ଡିସେମ୍ବର ୩ରେ ଭୋଟ୍ ଗଣତି ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking