କଟକ : ଜାନୁଆରୀ ୧୦ତାରିଖରୁ କରୋନା ପାଇଁ କଟକରେ ବୁଷ୍ଟର ଡ଼ୋଜ୍ ପ୍ରଦାନ ଆରମ୍ଭ ହେବ । ଏନେଇ ସୂଚନା ପ୍ରଦାନ କରାଯାଇଛି । ରାଜ୍ୟରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଚିନ୍ତା ବଢ଼ିଲାଣି । ତେଣୁ ଆଗୁଆ ପଦକ୍ଷେପ ଗ୍ରହଣ କରିଛନ୍ତି ସରକାର । ଏହାକୁ ଦୃଷ୍ଟିରେ ରଖି ବୁଷ୍ଟର ଡ଼ୋଜ୍ ଦିଆଯିବା ନେଇ ଚର୍ଚ୍ଚା ଚାଲିଥିଲା ।
ପ୍ରଥମ ପର୍ଯ୍ୟାୟରେ ଆଗ ଧାଡ଼ିର କୋଭିଡ଼ ଯୋଦ୍ଧାଙ୍କୁ ବୁଷ୍ଟର ଡ଼ୋଜ୍ ଦିଆଯିବ । ପରବର୍ତ୍ତି ପର୍ଯ୍ୟାୟରେ ବରିଷ୍ଠ ନାଗରିକଙ୍କୁ ବୁଷ୍ଟର ଡ଼ୋଜ୍ ଦିଆଯିବ । କେଉଁ କେଉଁ ସ୍ଥାନରେ ଟିକା ଦିଆଯିବ ସେନେଇ ଅନୁଧ୍ୟାନ ଚାଲିଛି । ଏନେଇ ସୂଚନା ପ୍ରଦାନ କରିଛନ୍ତି ସିଏମସି ଡ଼େପୁଟି କମିଶନର ଡକ୍ଟର ଅବିନାଶ ରାଉତ ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ , ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୫୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୯୩ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୬୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିଭିତରେ ୧୮ ବର୍ଷରୁ କମ୍ ବୟସ୍କ ୨୦ ଜଣ ଶିଶୁ ଓ କିଶୋର କରୋନା ପଜିଟିଭ ଅଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୮୩ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି।
ଗତ ୨୪ ଘଣ୍ଟା ମଧ୍ୟରେ ବାଲେଶ୍ବର ଜିଲ୍ଲାରୁ ୬ ଜଣ, ଭଦ୍ରକରୁ ୩ ଜଣ, କଟକରୁ ୬ ଜଣ, ଢେଙ୍କାନାଳରୁ ୨ ଜଣ, ଗଞ୍ଜାମରୁ ୩ ଜଣ, ଜଗତସିଂହପୁରରୁ ୨ ଜଣ, ଯାଜପୁରରୁ ୫ ଜଣ, ଝାରସୁଗୁଡ଼ାରୁ ୫ ଜଣ, କେନ୍ଦୁଝରରୁ ୪ ଜଣ, ଖୋର୍ଦ୍ଧାରୁ ୮୩ ଜଣ, କୋରାପୁଟରୁ ୧ ଜଣ, ମୟୂରଭଞ୍ଜରୁ ୨ ଜଣ, ନୟାଗଡ଼ରୁ ୧ ଜଣ, ପୁରୀରୁ ୫ ଜଣ, ସମ୍ୱଲପୁରରୁ ୩ ଜଣ, ସୁନ୍ଦରଗଡ଼ରୁ ୫ ଜଣ, ଓ ଷ୍ଟେଟ ପୁଲରୁ ୨୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୧୦ ଲକ୍ଷ ୫୪ ହଜାର ୧୬୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ୧୦ ଲକ୍ଷ ୪୪ ହଜାର ୦୯୩ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୧ ହଜାର ୫୫୯ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।