28.1 C
Bhubaneswar
Friday, November 22, 2024
Homeଦେଶ ବିଦେଶସିକ୍ୟୁରିଟିଜ୍ ମାର୍କେଟରୁ ବମ୍ବେ ଡାଇଙ୍ଗ୍ ୨ ବର୍ଷ ବାସନ୍ଦ: ୧୫.୭୫ କୋଟି ଜୋରିମାନା ଲାଗୁ

ସିକ୍ୟୁରିଟିଜ୍ ମାର୍କେଟରୁ ବମ୍ବେ ଡାଇଙ୍ଗ୍ ୨ ବର୍ଷ ବାସନ୍ଦ: ୧୫.୭୫ କୋଟି ଜୋରିମାନା ଲାଗୁ

ନୂଆଦିଲ୍ଲୀ : ସିକ୍ୟୁରିଟିଜ୍ ଆଣ୍ଡ୍ ଏକ୍ସଚେଞ୍ଜ ବୋର୍ଡ ଅଫ୍ ଇଣ୍ଡିଆ (ସେବି) ପକ୍ଷରୁ ନାମୀ କପଡା ନିର୍ମାତା କମ୍ପାନୀ ବମ୍ବେ ଡାଇଙ୍ଗ୍‌କୁ ୨ ବର୍ଷ ପାଇଁ ସିକ୍ୟୁରିଟିଜ୍ ମାର୍କେଟରୁ ବାସନ୍ଦ କରାଯାଇଛି । ଏଥିସହିତ କମ୍ପାନୀର ଆର୍ôଥକ କାରବାର ସମ୍ପର୍କିତ ହିସାବ କିତାବରେ ହେରଫେର କରାଯାଇଥିବାରୁ ବମ୍ବେ ଡାଇଙ୍ଗ୍ ଉପରେ ୧୫.୭୫ କୋଟି ଟଙ୍କାର ଜୋରିମାନା ମଧ୍ୟ ଲାଗୁ କରାଯାଇଛି । ବମ୍ବେ ଡାଇଙ୍ଗ୍ ମାଲିକ ନସ୍‌ଲି ୱାଡିଆ, ନେସ୍ ୱାଡିଆ ଓ ଜାହାଙ୍ଗୀର ୱାଡିଆଙ୍କୁ ମଧ୍ୟ କଟକଣାର ସମ୍ମୁଖୀନ ହେବାକୁ ପଡିଛି ।

ଏହାବ୍ୟତୀତ ବମ୍ବେ ଡାଇଙ୍ଗ୍‌ର ଅନ୍ୟତମ ସହଯୋଗୀ ସଂସ୍ଥା ସ୍କାଲ୍ ସର୍ଭିସେସ୍ ଲିମିଟେଡ୍ ଏବଂ ଏହାର ତିନି ପୂର୍ବତନ ନିର୍ଦ୍ଦେଶକ ଡି.ଏସ୍‌.ଗାଗ୍ରାତ୍‌, ଏନ୍‌.ଏଚ୍‌.ଦାତନୱାଲା ଓ ଶୈଲେସ କାର୍ନିକ୍‌ଙ୍କ ସମେତ ପୂର୍ବତନ ଯୁଗ୍ମ ପରିଚାଳନା ନିର୍ଦ୍ଦେଶକ ଓ ଚିଫ୍ ଫାଇନାନ୍ସିଆଲ ଅଫିସର ଦୁର୍ଗେଶ ମେହେଟ୍ଟାଙ୍କ ଉପରେ ମଧ୍ୟ ସେବି କର୍ତ୍ତୃପକ୍ଷ ଅନୁରୂପ କଟକଣା ଲାଗୁ କରିଛନ୍ତି । ୪୫ ଦିନ ମଧ୍ୟରେ ଜୋରିମାନା ଅର୍ଥ ପୈଠ କରିବାକୁ କମ୍ପାନୀକୁ ନିର୍ଦ୍ଦେଶ ଦିଆଯାଇଛି । ଅଭିଯୋଗ ମିଳିବାପରେ ସେବି ପକ୍ଷରୁ ୨୦୧୧-୧୨ରୁ ୨୦୧୮-୧୯ ଆର୍ôଥକବର୍ଷ ପର୍ଯ୍ୟନ୍ତ ବମ୍ବେ ଡାଇଙ୍ଗ୍‌ର ଆର୍ôଥକ କାରବାରକୁ ଯାଞ୍ଚ କରାଯାଇଥିଲା । ଏହି ସମୟରେ କମ୍ପାନୀର ବିକ୍ରି ୨୪୯୨.୯୪ କୋଟି ଏବଂ ଲାଭ ୧୩୦୨.୨୦ କୋଟି ଟଙ୍କା ହୋଇଛି ବୋଲି କମ୍ପାନୀ ପକ୍ଷରୁ ଭ୍ରମାତ୍ମକ ତଥ୍ୟ ଦିଆଯାଇଥିବାର ପ୍ରମାଣ ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking