27.1 C
Bhubaneswar
Saturday, June 22, 2024
Homeଦେଶ ବିଦେଶମେଣ୍ଟାଲ ହସ୍ପିଟାଲକୁ ବମ୍‌ ଧମକ

ମେଣ୍ଟାଲ ହସ୍ପିଟାଲକୁ ବମ୍‌ ଧମକ

ଚଣ୍ଡିଗଡ : ହସ୍ପିଟାଲକୁ ମିଳିଛି ବମ୍‌ ଧମକ । କିଛିଦିନ ହେବ ଦେଶ ବିଦେଶର ବିଭିନ୍ନ ଅନୁଷ୍ଠାନକୁ ବୋମା ଧମକ ଆସୁଛି । କେତେବେଳେ ଏୟାରପୋର୍ଟ ତା କେତେବେଳେ ଏୟାରଲାଇନ ଏବଂ ପ୍ଲେନକୁ ମଧ୍ୟ । ତେବେ ଏ ଭିତରେ ଚଣ୍ଡିଗଡର ଏକ ମେଣ୍ଟାଲ ହସ୍ପିଟାଲକୁ ବମ୍‌ରେ ଉଡାଇଦେବାକୁ ଧମକ ମିଳିଛି। ଯାହାକୁ ନେଇ ସମଗ୍ର ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। ହସ୍ପିଟାଲ ଏବଂ ତାର ଆଖପାଖ ଅଞ୍ଚଳକୁ ଖାଲି କରାଯାଉଛି। ଚଣ୍ଡିଗଡର ସେକ୍ଟର ୩୨ରେ ଥିବା ଏହି ହସ୍ପିଟାଲକୁ ମେଲ୍ ଜରିଆରେ ଧମକ ମିଳିଛି। ଏବଂ ସେଥିରେ ଉଲ୍ଲେଖ ରହିଛି ଯେ , କିଛି ସମୟ ମଧ୍ୟରେ ଏହି ହସ୍ପିଟାଲକୁ ବମରେ ଉଡାଇ ଦିଆଯିବ। ସୁରକ୍ଷାକୁ ଆଖି ଆଗରେ ରଖି ସମ୍ପୂର୍ଣ୍ଣ ହସ୍ପିଟାଲକୁ ଖାଲି କରାଯାଇଛି। ହସ୍ପିଟାଲର ଆଖପାଖ ଅଞ୍ଚଳରେ ବହୁ ସ୍କୁଲ , କଲେଜ ଆଦି ରହିଛି। ଧମକ ମିଳିବା ପରେ ସବୁ ସ୍କୁଲ , କଲେଜ, ଦୋକାନ ବଜାର ଆଦିକୁ ବନ୍ଦ କରାଯାଉଛି। ଖବର ପାଇ ଚଣ୍ଡିଗଡ ପୋଲିସର ସିନିୟର ଅଧିକାରୀ, ଅପରେସନ୍ ସେଲ ଟିମ୍, ଉଦ୍ଧାରକାରୀ ଟିମ୍, କ୍ରାଇମବ୍ରାଞ୍ଚ ଟିମ୍ ଏବଂ ଯବାନ ଘଟଣାସ୍ଥଳରେ ପହଞ୍ଚି କଡାକଡି ଭାବେ ଯାଞ୍ଚ କରୁଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking