16.1 C
Bhubaneswar
Monday, January 12, 2026
Homeଓଡିଶାରାଜଧାନୀରେ ଫୁଟିଲା ବୋମା

ରାଜଧାନୀରେ ଫୁଟିଲା ବୋମା

ଭୁବନେଶ୍ୱର: ରାଜଧାନୀରେ ଫୁଟିଲା ବୋମା । ଗୋଷ୍ଠୀ ସଂଘର୍ଷ ବେଳେ ହାତରେ ବୋମା ଫୁଟି ଯୁବକ ଗୁରୁତର । ଛିଡିପଡିଲା ପାପୁଲି । ଯୁବକକୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମାଉସୀ ମା ଛକରେ ବଡ ଅଘଟଣ ଘଟିଛି । ପ୍ରତିପକ୍ଷ ଗୋଷ୍ଠୀକୁ ଆକ୍ରମଣ କରିବାକୁ ଆସିଥିବା ଯୁବକଙ୍କୁ ହାତରେ ବୋମା ଫୁଟିଥିବା ଜଣାପଡିଛି । ହାତରେ ବୋମା ଫୁଟିବାରୁ ହାତ ପାପୁଲି ସମ୍ପୁର୍ଣ୍ଣ ନଷ୍ଟ ହୋଇଯାଇଥିବା ଜଣାପଡିଛି । ସୂଚନା ଅନୁସାରେ ଚିନ୍ତାମଣିଶ୍ୱର ଅଞ୍ଚଳରେ କିଛି ଦିନ ହେଲା ଦୁଇ ଗୋଷ୍ଠୀ ବିଭିନ୍ନ ସମୟରେ ମୁହାଁମୁହିଁ ହେଉଥିଲେ । ବୁଧବାର ରାତିରେ କଳ୍ପନା ଛକ ନିକଟରେ ଗୋଟିଏ ଗୋଷ୍ଠୀର କିଛି ଯୁବକ ବସି ଖଟି କରିଥିଲେ । ଏହି ସମୟରେ ପ୍ରତିପକ୍ଷ ଗୋଷ୍ଠୀ ଆସି ସେଠାରେ ଆକ୍ରମଣ କରିଥିଲେ । ଜଣେ ଯୁବକ ବୋମା ମାଡ କରିବାକୁ ହାତରେ ବୋମା ଧରି ଆସିଥିଲା । ଧସ୍ତାଧସ୍ତି ସମୟରେ ଯୁବକ ତଳେ ପଡିଯିବାରୁ ହାତରେ ବୋମା ଫୁଟିଯାଇଥିଲା । ସୂଚନା ପାଇ ପୋଲିସ ପହଞ୍ଚି ଯୁବକକୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣାରେ ଜଣଙ୍କୁ ଅଟକ ରଖି ପଚରା ଉଚରା କରାଯାଉଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking