32.1 C
Bhubaneswar
Friday, September 20, 2024
Homeଓଡିଶାଅଚାନକ ଫାଟିଲା ବୋମା: ବିଏସଏଫ୍ ଯବାନ ସହିଦ

ଅଚାନକ ଫାଟିଲା ବୋମା: ବିଏସଏଫ୍ ଯବାନ ସହିଦ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜ୍ୟରେ ବିଧାନସଭା ନିର୍ବାଚନ ରହିଥିବା ବେଳେ ମାଓ ଅଞ୍ଚଳରେ ଶାନ୍ତିପୂର୍ଣ୍ଣ ଭାବେରେ ନିର୍ବାଚନ କରିବା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଉଛି। ଏଭଳି ସ୍ଥିତିରେ ସୁରକ୍ଷା ଦାୟିତ୍ବରେ ଥିବା ଜଣେ ବିଏସଏଫ ଯବାନ ଧରିଥିବା ହାତବୋମା (ହେଣ୍ଡ ଗ୍ରେନେଡ) ଫାଟିଯିବାରୁ ଯବାନ ସହିଦ ହୋଇଛନ୍ତି। ଯବାନ ଜଣଙ୍କ ହେଲେ ହିମାଞ୍ଚଳ ପ୍ରଦେଶ ଅଞ୍ଚଳର କନେଷ୍ଟବଳ ବଲବିର ସିଂ।ସୂଚନା ଅନୁଯାୟୀ, ଆସନ୍ତା ୭ ତାରିଖରେ ଶାନ୍ତିଶୃଙ୍ଖଳାରେ ନିର୍ବାଚନ ପାଇଁ ରାଜ୍ୟବାହାରୁ ବିଭିନ୍ନ ଅଞ୍ଚଳରୁ ଯବାନମାନଙ୍କୁ ଆଣି ସୁରକ୍ଷା ଦାୟିତ୍ବରେ ନିୟୋଜିତ କରାଯାଇଛି। ଏଥିପାଇଁ ଦାନ୍ତେୱାଡା ଠାରେ ବିଏସଏଫ୍ ସି-୭୦ ଚାର୍ଲି ବାଟାଲିଆନକୁ ନିୟୋଜିତ କରାଯାଇଥିଲା। ଏଥିରେ ଯବାନ ବଲବିର ସିଂ କନେଷ୍ଟବଳ ଭାବେ କାର୍ଯ୍ୟ କରୁଥିଲେ। ସୁରକ୍ଷା ଦାୟିତ୍ବରେ ନିୟୋଜିତ ପାଇଁ ଏହି ବାଟାଲିଆନକୁ ଆଜି ପଠାଯାଉଥିଲା। ସେହି ସମୟରେ ବଲବିର ନିକଟରେ ଥିବା ବୋମାଟି ଅଚାନକ ଫାଟିଯାଇଥିଲା। ଯାହାଫଳରେ ବଲବିର ଗୁରୁତର ହୋଇପଡିଥିବା ବେଳେ ସହଯୋଗୀମାନେ ତାଙ୍କୁ ଚିକିତ୍ସାଳୟକୁ ନେଇଥିଲେ, ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ। ଏହି ଘଟଣାର ଯାଞ୍ଚ ହେଉଥିବା ନେଇ ପୁଲିସ ପକ୍ଷରୁ ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking