22.1 C
Bhubaneswar
Friday, December 5, 2025
Homeଓଡିଶାଡିଭାଡର ଡେଇଁ ଟ୍ୟାଙ୍କର୍‌କୁ ଧକ୍କା ଦେଲା ବୋଲେରୋ: ୩ ମୃତ, ୨ ଗୁରୁତର

ଡିଭାଡର ଡେଇଁ ଟ୍ୟାଙ୍କର୍‌କୁ ଧକ୍କା ଦେଲା ବୋଲେରୋ: ୩ ମୃତ, ୨ ଗୁରୁତର

ଟାଙ୍ଗୀ: ପାଞ୍ଚଜଣ ଯୁବକ ଖୁସି ମନରେ ବାହାରିଥିଲେ ଜଗା ଦର୍ଶନ କରିବାକୁ। ମାତ୍ର ସେମାନଙ୍କର ଏହି ଖୁସି ବେଶୀ ସମୟ ରହିଲାନି। ସଡ଼କ ଦୃର୍ଘଟଣାରେ ୩ ଜଣଙ୍କ ପ୍ରାଣ ଚାଲିଗଲା, ଆଉ ଅଧା ରହିଗଲା ଜଗା ଦର୍ଶନ। ଏଭଳି ଦୁଃଖଦ ଘଟଣା ଘଟିଛି ଟାଙ୍ଗୀ ଥାନା ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥର ରଜକଣା ନିକଟରେ। ଭୋର୍ ସମୟରେ ସେମାନଙ୍କ ବୋଲେରୋଟି ଡିଭାଡର ଡେଇଁ ଏକ ଟ୍ୟାଙ୍କର ସହ ମୁହାମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି। ଏହି ଯୁବକମାନେ କେନ୍ଦୁଝରରୁ ଜଗା ଦର୍ଶନ କରିବାକୁ ପୁରୀ ଯାଉଥିବା ବେଳେରଜକଣା ନିକଟରେ ବୋଲେରୋ ଚାଳକଙ୍କ ଆଖି ଲାଗିଯାଇଥିଲା। ଫଳରେ ବୋଲେରୋଟି ଭାରସ୍ୟାମ ହରାଇ ବିପରୀତ ରାସ୍ତାରେ ଚଣ୍ଡିଖୋଲ ଅଭିମୁଖେ ଯାଉଥିବା ଟ୍ୟାଙ୍କର ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଭୟଙ୍କର ଦୁର୍ଘଟଣାରେ ବୋଲେରୋ ଚାଳକ ସହ ଚାରିଜଣ ଯୁବକ ଚାପି ହୋଇ ରହିଯାଇଥିଲୋ। ଖବର ପାଇ ରାଜପଥ ପୁଲିସ ପହଞ୍ଚିି ସେମାନଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରି ବିଫଳ ହେବାରୁ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନଶମ ବିଭାଗ କର୍ମଚାରୀ ପହଞ୍ଚି ଗ୍ୟାସ୍ କଟର୍ ସାହାଯ୍ୟରେ ବୋଲେରୋର ଆଗ ଅଂଶକୁୂ କାଟି ପାଞ୍ଚଜଣଙ୍କୁ ଉଦ୍ଧାର କରିଥିଲେ ମଧ୍ୟ ତିନିଜଣଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇସାରଥିଲା। ଅନ୍ୟ ଦୁଇ ଜଣଙ୍କୁ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲ୍ ପଠାଯାଇଥିଲା। ମୃତକ ତିନିଜଣ କେନ୍ଦୁଝର ଜିଲ୍ଲା କାଠବାନ୍ସୁଳି ଗ୍ରାମର ଅଶୋକ କୁମାର ବାରିକ, ଭଦ୍ରକ ଜିଲ୍ଲାର ପ୍ରକାଶ ବିଶ୍ୱାଳ, ଅନ୍ୟ ଜଣେ ବିହାର ରାଜ୍ୟର ଉମେଶ କୁମାର ବୋଲି ଜଣାପଡିଛି। ଗୁରୁତର ଆହତ ଦୁଇଜଣ କେନ୍ଦୁଝର ଜିଲ୍ଲାର ନୟନ ପଲେଇ ଏବଂ ପୁରୀ ଜିଲ୍ଲାର ବିଶ୍ୱରଞ୍ଜନ ରାଉତରାଏ। ସମସ୍ତେ ଏକ କମ୍ପନୀରେ କାର୍ଯ୍ୟ କରୁଥିଲେ। ଏହି ଭୟଙ୍କର ଦୁର୍ଘଟଣା ଟ୍ୟାଙ୍କର୍ ଲାଗିଥିବା ସିସିଟିଭିରେ କଏଦ୍ ହୋଇଥିବା ବେଳେ ପୁଲିସ ଗାଡି ଦୁଇଟିକୁ ଜବତ କରି ତଦନ୍ତ ଚଳାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking