ବାରିକପୁର: ଆଧୁନିକ ସମାଜରେ ବାପା ମାଆ ଏବେ ପୁଅ ବୋହୂଙ୍କ ଅତ୍ୟାଚାରର ଶିକାର ହେଉଥିବା ଦେଖାଯାଉଛି । ସୂଚନା ଅନୁଯାୟୀ ଭଣ୍ଡାରିପୋଖରୀ ଥାନା ପାଟୁଳି ଗ୍ରାମର ଜନୈକ ବୃଦ୍ଧା ବୋହୂର ମାଡ଼ରେ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଗ୍ରାମର ମନୋରମା ଦେ ବାଡ଼ିରେ ଫୁଲ ତୋଳୁଥିବା ବେଳେ ପାରିବାରିକ କଳହକୁ କେନ୍ଦ୍ର କରି ତାଙ୍କ ବୋହୂ ମମତା ତାଙ୍କୁ ଆକ୍ରମଣ କରିଥିବା ପୁଲିସ ନିକଟରେ ଅଭିଯୋଗ ହୋଇଛି ।
ବୋହୂର ମାଡରେ ମନୋରମାଙ୍କ ମୁଣ୍ଡ ଫାଟିଥିବା ବେଳେ କ୍ଷେତ ସ୍ଥାନରେ ୫ଟି ଷ୍ଟିଜ ପଡିଥିବା ଜଣାପଡିଛି । ଅଭିଯୋଗ ପାଇବା ପରେ ପୁଲିସ ବୋହୁ ମମତାକୁ ଗିରଫ କରି କୋର୍ଟଚାଲାଣ କରିଛି । ଏନେଇ ୧୪୯/୨୩ରେ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି । ଏହାଛଡ଼ା ଅପରପକ୍ଷଙ୍କ ଅଭିଯୋଗ ଅନୁଯାୟୀ ମଧ୍ୟ ୧୫୦/୨୩ରେ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି ।