19.1 C
Bhubaneswar
Monday, November 18, 2024
Homeଦେଶ ବିଦେଶଉଡାଣ ବେଳେ ଭାଙ୍ଗି ବାହାରିଗଲା ବିମାନର ଗିୟର ଟାୟାର, ଏଭଳି ହେଲା ଅବତରଣ

ଉଡାଣ ବେଳେ ଭାଙ୍ଗି ବାହାରିଗଲା ବିମାନର ଗିୟର ଟାୟାର, ଏଭଳି ହେଲା ଅବତରଣ

ନୂଆଦିଲ୍ଲୀ : ସାରା ଦୁନିଆରେ ବିମାନ ଦୁର୍ଘଟଣାର ଅନେକ ଭିଡିଓ ଆମେ ଦେଖି ସାରିଛୁ। ନିକଟରେ ଏଭଳି ଏକ ଭିଡିଓ ସାମନାକୁ ଆସିଥିଲା, ଯେଉଁଥିରେ ଦେଖିପାରିବେ କିଭଳି ଏକ ବିମାନର ଚକ ହଠାତ୍ ଭାଙ୍ଗି ଅଲଗା ହୋଇଯାଇଛି। ଏହା ସେତେବେଳେ ହେଲା ଯେତେବେଳେ ବିମାନ ଟେକଅଫ୍ କରିଥିଲା ଓ ଏହାର ଏକ ଚକ ଭାଙ୍ଗି ଯାଇଥିଲା। ଏହି ସମୟରେ ଏଥିରେ ନିଆଁ ମଧ୍ୟ ଦେଖିବାକୁ ମିଳିଥିଲା। ଉଲ୍ଲେଖନୀୟ ଯେ, ନ୍ୟୁଜ ଏଜେନ୍ସିର ରିପୋର୍ଟ ଅନୁସାରେ ଏହି ଘଟଣା ଇଟାଲୀର ଟରୋଣ୍ଟା ଏୟାରପୋର୍ଟର। ଏହା ଆଟଲାସ୍ ଏୟାର ଡ୍ରିମ୍ଲିଫ୍ଟର ବୋଇଂ ୭୪୭ ବିମାନର ଉଡାଣ ଭରିବାର ଥିଲେ। ଯେତେବେଳେ ଉଡାଣ ଆରମ୍ଭ କରିଥିଲା ଏହାର ମେନ୍ ଲିଡିଙ୍ଗ ଗିୟର ଟାୟାର ଟେକ୍ ଅଫ୍ କରିବା ମାତ୍ରେ ବିମାନଠାରୁ ଅଲଗା ହୋଇଯାଇଥିଲା। ବୋଧହୁଏ ବିମାନରେ ବସିଥିବା ଷ୍ଟାଫ୍ ଏହାର ସୂଚନା ତୁରନ୍ତ ମିଳିନଥିଲା, କିନ୍ତୁ ପରେ ଜାଣି ପାରିଥିଲେ।ପ୍ରଥମେ ଲୋକଙ୍କ ଭିତରେ ଆତଙ୍କ ଖେଳି ଯାଇଥିଲା। ପରେ ଏହାର ଲ୍ୟାଣ୍ଡିଂ ବିମାନରେ ଲାଗିଥିବା ଅନ୍ୟ ଚକ ସାହାରାରେ ଆମେରିକାରେ କରାଯାଇଥିଲା। ବୋଇଂ ନିଜର ଏକ ବୟାନରେ କହିଛି ଯେ, କାର୍ଗୋ ବିମାନ ଆମେରିକା ଚାର୍ଲସଟନ୍ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ସୁରକ୍ଷିତ ଭାବରେ ଲ୍ୟାଣ୍ଡିଂ କରିଥିଲା। ବର୍ତ୍ତମାନ ଏହି ଦୁର୍ଘଟଣାର କାରଣ ସମ୍ପର୍କରେ ତଦନ୍ତ କରାଯାଉଛି। କୁହାଯାଉଛି ଯେ, ସେଠାରେ ଯେତେବେଳେ ଏହାର ଚକ ଖସିଥିଲା ସେଥିରେ ନିଆଁ ଲାଗିଯାଇଥିବାର ଦେଖିବାକୁ ମିଳିଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking