26.7 C
Bhubaneswar
Thursday, April 9, 2026
Homeଦେଶ ବିଦେଶପାଣି ଟାଙ୍କିରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର

ପାଣି ଟାଙ୍କିରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର

ଭୋପାଲ : ମଧ୍ୟପ୍ରଦେଶର ଭୋପାଲ ଘଟିଛି ଅଭାବନୀୟ ଘଟଣା । ନିଖୋଜ ହୋଇଯାଇଥିବା ୫ ବର୍ଷୀୟ ଶିଶୁ କନ୍ୟାର ମୃତଦେହ ଉଦ୍ଧାର ହୋଇଛି। ତାକୁ ଅପହରଣ କରି ନିଆଯାଇଥିବା ଆଶଙ୍କା କରାଯାଉଥିଲେ ହେଁ ଆଜି ସେ ରହୁଥିବା ବିଲଡିଂର ପାଣି ଟାଙ୍କିରୁ ମୃତଦେହକୁ ପୁଲିସ ଉଦ୍ଧାର କରିଛି। କେହି ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରି ପାଣି ଟାଙ୍କିରେ ଫିଙ୍ଗି ଦେଇଥିବା ପୁଲିସ୍‌ ସନ୍ଦେହ କରୁଛି। ଘଟଣାଟି ଅତ୍ୟନ୍ତ ସମ୍ବେଦନଶୀଳ ହୋଇଥିବାରୁ ରାଜ୍ୟ ସରକାର ସ୍ୱତନ୍ତ୍ର ତଦନ୍ତକାରୀ ଟିମ ଗଠନ କରିଛନ୍ତି।୩ ଦିନ ତଳେ ୫ ବର୍ଷୀୟ ଝିଅଟି ନିଖୋଜ ହୋଇଥିବା ଖବର ମିଳିଥିଲା। ତା’କୁ ଠାବ କରିବା ପାଇଁ ୫ଟି ପୁଲିସ ଷ୍ଟେସନର ୧୦୦ରୁ ଅଧିକ ପୁଲିସ୍‌ କର୍ମଚାରୀ ଲାଗି ପଡ଼ିଥିଲେ। ଡଗ ସ୍କ୍ୱାଡ ଓ ଡ୍ରୋନ ମଧ୍ୟ ବ୍ୟବହାର ହୋଇଥିଲା । ବିଲଡିଂରେ ଥିବା ୧୦୦୦ ଫ୍ଲାଟ ସହ ୱାଶିଂ ମେସିନକୁ ପୁଲିସ ଯାଞ୍ଚ କରିଥିଲା। ତେବେ ୭୨ ଘଣ୍ଟା ପରେ ଗୋଟିଏ ପାଣି ଟାଙ୍କିରୁ ମୃତଦେହ ମିଳିଛି।ଆଜି ମୃତଦେହ ମିଳିବା ପରେ ପୁଲିସ୍‌ କଳା ଯାଦୁ, ବ୍ୟକ୍ତିଗତ ଶତ୍ରୁତା ଓ ଯୌନ ନିର୍ଯାତନା ଭଳି ସବୁ ଦିଗରୁ ଘଟଣାର ତଦନ୍ତ ଆରମ୍ଭ କରିଛି। ବରିଷ୍ଠ ପୁଲିସ୍‌ ଅଧିକାରୀ ଶାଳିନୀ ଦିକ୍ଷୀତ କହିଛନ୍ତି, “ବର୍ତ୍ତମାନ ଘଟଣାର ତଦନ୍ତ ଚାଲିଛି। ଆମେ ସବୁ ଦିଗରୁ ଏହାର ଯାଞ୍ଚ କରୁଛୁ। ତଦନ୍ତ ପରେ ପୂରା ଘଟଣା ସାମ୍ନାକୁ ଆସି ପାରିବ।”

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking