ଝାଡ଼ଖଣ୍ଡ: ବୁଦାରୁ ଯୁବକଙ୍କ ମୃତଦେହ ଉଦ୍ଧାର। ଝାଡ଼ଖଣ୍ଡର ପୂର୍ବ ସିଂହଭୂମି ଜିଲ୍ଲାର ଡୁମାରିଆ ଥାନା ଅଞ୍ଚଳର ଏକ ବୁଦାରୁ ପ୍ରାୟ ୪୨ ବର୍ଷୀୟ ଅଜ୍ଞାତ ଯୁବକଙ୍କ ଗଳା କଟା ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ରବିବାର ସନ୍ଧ୍ୟାରେ ଦିବୁଡିହ-ବାହାଦ ରାସ୍ତାରେ ଏକ ବୁଦାରେ ଲୁଚାଇ ରଖାଯାଇଥିବା ଏକ ମୃତଦେହ ବିଷୟରେ ସୂଚନା ପାଇଥିଲା ପୋଲିସ। ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି ପୋଲିସ ଏହାକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ହସ୍ପିଟାଲକୁ ପଠାଇଛି। ଯୁବକଙ୍କୁ ଅନ୍ୟ କୌଣସି ସ୍ଥାନରେ ହତ୍ୟା କରାଯାଇ ମୃତଦେହକୁ ସେହି ସ୍ଥାନରେ ଫିଙ୍ଗି ଦିଆଯାଇଥିବା ନେଇ ସନ୍ଦେହ କରୁଛି ପୋଲିସ। ଏହି ଘଟଣାରେ ଏକ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି।










