27.1 C
Bhubaneswar
Thursday, June 27, 2024
Homeଓଡିଶାଭୁବନେଶ୍ୱରରାଜଧାନୀରେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ

ରାଜଧାନୀରେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ

ଭୁବନେଶ୍ୱର : ରାଜଧାନୀ ରେ ଘର ଭିତରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ମଂଚେଶ୍ୱର ଥାନା ଭାଗବତ ସନ୍ଧାନ ସ୍ଥିତ ଘର ଭିତରେ ଝୁଲନ୍ତା ମୃତଦେହ । ରାତିରେ ପଡୋଶୀ ଘରେ ସ୍ୱାମୀଙ୍କ ସହ ମିଶି ଭୋଜି କରିଥିଲେ । ସକାଳେ ନିଜ ଘର ଭିତରେ ମୃତଦେହ ମିଳିବାକୁ ନେଇ ସସପେନ୍ସ । ରାତିରେ କଣ ଘଟିଲା ଯେ ମହିଳା ଆତ୍ମହତ୍ୟା କଲେ ତାହା ଅସ୍ପଷ୍ଟ । ମୃତ ମହିଳାଙ୍କ ନାଁ ପ୍ରଜ୍ଞା ପରମିତା କର। ବୟସ ପାଖାପାଖି ୩୩ ବର୍ଷ ହେବ। ଗତକାଲି ରାତିରେ ସାମ୍ନା ଘରେ ଭୋଜି କରିବା ପରେ ସକାଳୁ ସକାଳୁ ଆତ୍ମହତ୍ୟା କରିଥିବା ନେଇ ସୂଚନା ମିଳିଛି। ଘଟଣାସ୍ଥଳରେ ମଞ୍ଚେଶ୍ୱର ପୋଲିସ୍ ପହଁଚି ଛାନଭିନ ଆରମ୍ଭ କରିଛି। ସ୍ୱାମୀଙ୍କ ପରକୀୟା ପ୍ରୀତିକୁ ନେଇ ଏଭଳି ହୋଇଥିବା ନେଇ ଶୁଣିବାକୁ ମିଳୁଛି। ତେବେ ପ୍ରକୃତ କଥା ଏଯାଏ ଜଣାପଡିନାହିଁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking