31.1 C
Bhubaneswar
Friday, October 18, 2024
Homeଓଡିଶାକଡ଼ାସୁରକ୍ଷା ମଧ୍ୟରେ ହେବ ବିଏମ୍‌ସି ଭୋଟ୍‌: ଉପଜିଲ୍ଳାପାଳ

କଡ଼ାସୁରକ୍ଷା ମଧ୍ୟରେ ହେବ ବିଏମ୍‌ସି ଭୋଟ୍‌: ଉପଜିଲ୍ଳାପାଳ

ବ୍ରହ୍ମପୁର: ରାଜନୈତିକ ଦୃଷ୍ଟିକୋଣରୁ ବହୁ ଗୁରୁତ୍ୱ ବହନ କରୁଥିବା ବ୍ରହ୍ମପୁର ମହାନଗର ନିର୍ବାଚନ ଉପରେ ସମଗ୍ର ରାଜ୍ୟର ଦୃଷ୍ଟି ରହିଛି । ଏଠାରେ ଶାନ୍ତିଶୃଙ୍ଖଳାର ସହ ମତଦାନ କାର୍ଯ୍ୟକ୍ରମ କରାଯିବା ନେଇ ସମସ୍ତଙ୍କ ଆଶା ଓ ଆକାଂକ୍ଷା ରହିଛି । ତେଣୁ ଏଠାରେ ନିର୍ବାଚନକୁ ସୂଚାରୁ ରୁପେ ସମାପନ କରିବା ନେଇ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଥିôବା କୁହାଯାଇଛି । ଏହି ପରିପ୍ରେକ୍ଷୀରେ ବିଏମସିର ନିର୍ବାଚନ ଅଧିକାରୀ ଭାବେ ବ୍ରହ୍ମପୁର ଉପ ଜିଲ୍ଳାପାଳଙ୍କ ସର୍ବାଧିକ ଦାୟିତ୍ୱ ରହିଛି । ନିର୍ବାଚନକୁ କଡା ସୁରକ୍ଷା ମଧ୍ୟରେ କରାଯିବା ସହ ସଂପୂର୍ଣ୍ଣ ଭାବେ ଅବାଧ, ଭୟମୁକ୍ତ କରାଯିବ ବୋଲି ଉପ ଜିଲ୍ଳାପାଳ ୱି.କିର୍ତ୍ତୀ ୱାସନ୍ କହିଛନ୍ତି । ଏ ନେଇ ପ୍ରସ୍ତୁତି ସରିଛି । ସହରରେ ଚିହ୍ନଟ ହୋଇଥିବା ସମସ୍ତ ଅତି ସ୍ପର୍ଶକାତର ବୁଥ ଏବଂ ସ୍ପର୍ଶକାତର ବୁଥ ଉପରେ ସ୍ୱତନ୍ତ୍ର ନଜର ରହିବ । ଏହା ବ୍ୟତୀତ ସହରର ସମସ୍ତ ବୁଥ ଉପରେ ନଜର ରଖିବା ପାଇଁ ଷ୍ଟ୍ରାଇକିଂ ଫୋର୍ସ ସବୁବେଳେ ସଜାଗ ରହିବ । ଅତି ସ୍ପର୍ଶ କାତର ବୁଥ ଠାରେ ଜଣେ ପୁଲିସ ଏଏସଆଇ ରହିବେ । ସହରରେ ରହିଥିବା ହାତଗଣତିର କ୍ଲଷ୍ଟର ବୁଥ ଉପରେ ନଜର ରଖିବା ପାଇଁ ଜଣେ ପୁଲିସ ଅଫିସର ରହିବେ । ସୁଚନା ଯୋଗ୍ୟ ଯେ ସହରରେ ମୋଟ ୩୬ଟି ଅତ୍ୟନ୍ତ ସ୍ପର୍ଶ କାତର ବୁଥ୍ ସହ ୧୧୪ଟି ସ୍ପର୍ଶକାତର ବୁଥ ମଧ୍ୟ ଚିହ୍ନଟ ହୋଇଛି । ନିର୍ବାଚନୀ କାର୍ଯ୍ୟ କରିବା ପାଇଁ ପ୍ରତ୍ୟେକ ବୁଥରେ ୫ଜଣ ଲେଖାଏଁ ଅଫିସର,କର୍ମଚାରୀ ରହିବେ ବୋଲି ଶ୍ରୀ ୱାସନ୍ ସୁଚନା ଦେଇଛନ୍ତି । ସହରରେ ମୋଟ ୨୫୦ଟି ବୁଥରେ ସମୁଦାୟ ୧୨୫୦ ଜଣ କର୍ମଚାରୀ କାର୍ଯ୍ୟନିର୍ବାହ କରିବେ । ପ୍ରତ୍ୟେକ ବୁଥରେ ପିଇବା ପାଣି, ଦିବ୍ୟାଙ୍ଗଙ୍କ ପାଇଁ ର‌୍ୟାମ୍ପସ ରହିବ । ଏହା ବ୍ୟତୀତ ୫ଟି ଆଦର୍ଶ ବୁଥରେ ସମସ୍ତ ସୁବିଧା ରହିବ, ସେହିଭଳି କେବଳ ମହିଳାଙ୍କ ପାଇଁ ଉଦିଷ୍ଟ ୫ଟି ପିଙ୍କ୍ ବୁଥରେ ସମସ୍ତ କର୍ମଚାରୀ ମହିଳା ରହିବେ । ଫଳରେ ମହିଳା ମାନେ ଅଧିକା ଉ୍‌ତ୍ସାହିତ ହୋଇ ସେଠାରେ ମତଦାନ କରିବାକୁ ଆଗ୍ରହ ପ୍ରକାଶ କରିବେ ବୋଲି ଉପ ଜିଲ୍ଲାପାଳ ଶ୍ରୀ ୱାସନ୍ କହିଛନ୍ତିି । ମୋଟ ୨୧ ଜଣ ସେକ୍ସନ ଅଫିସରଙ୍କ ସମେତ ୬ ଜଣ ସିନିୟର ପର୍ଯବେକ୍ଷକ ରହି ସମସ୍ତ କାର୍ଯ୍ୟକ୍ରମର ତଦାରଖ କରିବେ । ପୁର୍ବରୁ ପ୍ରଶାସନ ପକ୍ଷରୁ ନିର୍ବାଚନ ପରିପ୍ରେକ୍ଷୀରେ ଏକ ମୋବାଇଲ୍ ନଂ ଜାରି ହୋଇଛି, ଉକ୍ତ ନମ୍ବରକୁ କଲ୍ କରି କୌଣସି ଅସୁବିଧା ଥିଲେ ଜନ ସାଧାରଣ ପ୍ରଶାସନକୁ ଜଣାଇପାରିବେ । ଅଧିକାଂଶ ବୁଥରେ ବରିଷ୍ଠଙ୍କ ପାଇଁ ହ୍ୱିଲ୍ ଚେୟାରର ବ୍ୟବସ୍ଥା ମଧ୍ୟ କରାଯାଇଛି । ଗ୍ରୀଷ୍କଋତୁ ଆରମ୍ଭ ହୋଇଥିବାରୁ ବୁଥ ଗୁଡିକ ନିକଟରେ ବିଶ୍ରାମ ସ୍ଥଳର ବ୍ୟବସ୍ଥା କରାଯିବ । ପୂର୍ବରୁ ପ୍ରଶାସନ ପକ୍ଷରୁ ସୁଚିତ “ଆପ୍‌’ ଯୋଗେ ଭୋଟର ନିଜର ବୁଥ ସଂପର୍କିତ ତଥ୍ୟ ମଧ୍ୟ ପାଇପାରିବେ । ତେଣୁ ସମସ୍ତ ଭୋଟର ନିଜ ମତାଧିକାରକୁ ସାବ୍ୟସ୍ତ କରିବା ପାଇଁ ଶ୍ରୀ ୱାସନ୍ ଆହ୍ୱାନ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking