ଭୁବନେଶ୍ୱର: ବିଏମସି ଘଟଣାରେ ଚତୁର୍ଥ ଅଭିଯୁକ୍ତ ସଞ୍ଜୀବ ମିଶ୍ର ଗିରଫ ହୋଇଛନ୍ତି । କିଛି ସମୟ ପୂର୍ୱରୁ ବିଜେପିରୁ ନିଲମ୍ବିତ ହୋଇଥିଲେ ସଞ୍ଜୀବ । କାଲି ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା । ଆକ୍ରମଣରେ ଗିରଫଡରି 4କୁ ବୃଦ୍ଧି ହୋଇଛି ବିଜେପିର ୫ କର୍ମୀଙ୍କୁ ନିଲମ୍ବନ କଲେ ରାଜ୍ୟ ସଭାପତି ା ହିଂସାକାଣ୍ଡ ପାଇଁ ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବନ କରାଯାଇଛି । କର୍ପୋରେଟର ଅପରୂପ ରାଉତ ନିଲମ୍ବନ ହୋଇଛନ୍ତି । ଏବା ସହିତ ରଶ୍ମିରଞ୍ଜନ ମହାପାତ୍ର, ଦେବାଶିଷ ପ୍ରଧାନ, ସଚ୍ଚିକାନ୍ତ ସ୍ୱାଇଁ , ସଞ୍ଜିବ ମିଶ୍ର ନିଲମ୍ବନ ହୋଇଛନ୍ତି । ସୂଚନା ଥାଉ କି, ଆସନ୍ତାକାଲି ବିଏମସି ଅଫିସରେ ପଶି ଅତିରିକ୍ତ କମିସନର ରତ୍ନାକର ସାହୁଙ୍କୁ ବିଧା, ଗୋଇଠା, ଚାପୁଡା ମାରିଥିଲେ ୫ରୁ ୬ ଜଣ ବ୍ୟକ୍ତି ।










