17.1 C
Bhubaneswar
Saturday, December 20, 2025
Homeଦେଶ ବିଦେଶ୩୦ଲକ୍ଷରେ ବିକ୍ରି ହୋଇଗଲା ‘ବ୍ଲୁ ବାର୍ଡ’

୩୦ଲକ୍ଷରେ ବିକ୍ରି ହୋଇଗଲା ‘ବ୍ଲୁ ବାର୍ଡ’

ସାନ୍ ଫ୍ରାନସିସ୍‌କୋ: ଏକଦା ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଟ୍ୱିଟର’ର ଅନ୍ୟନାମ ପରିଚୟ ପାଲଟିଥିବା ‘ବ୍ଲୁ ବାର୍ଡ’ ଲୋଗୋ ଏବେ ନିଜ ଅସ୍ତିତ୍ୱ ହରାଇବସିଛି। ଟ୍ୱିଟରକୁ ଏଲନ୍ ମସ୍କ କ୍ରୟ କରିନେବା ପରେ ଏହାର ନାମ ପରିବର୍ତ୍ତନ କରି ‘ଏକ୍ସ’ କରିଦେଇଥିଲେ। ଏକ୍ସ ପାଇଁ ସ୍ୱତନ୍ତ୍ର ଲୋଗୋ ଢ ମଧ୍ୟ ଆସିଥିଲା। ଏକ୍ସ ପାଇଁ ସ୍ୱତନ୍ତ୍ର ଲୋଗୋ ଆସିବା ପରେ ଟ୍ୱିଟରର ପୁରୁଣା ଲୋଗୋ ‘ବ୍ଲୁ ବାର୍ଡ଼ ବା ନୀଳ ପକ୍ଷୀ’ ଏକରକମ ନିଷ୍କ୍ରିୟ ବା ଅଦରକାରୀ ହୋଇପଡିଥିଲା। ସୁତରାଂ ସାନ୍ ଫ୍ରାନ୍‌ସିସ୍‌କୋ ସ୍ଥିତ ଏକ୍ସ’ କମ୍ପାନୀର ମୁଖ୍ୟାଳୟରେ ଲାଗିଥିବା ଏହି ବିଶ୍ୱ ଆଦୃତ ‘ଲୋଗୋ’ର ମାଲିକାନା ସତ୍ତ୍ୱକୁ ନିଲାମ ସୂତ୍ରରେ ବିକ୍ରି କରିଦେଇଛି। ରିପୋର୍ଟ ଅନୁସାରେ ବ୍ଲୁ ବାର୍ଡ଼’ ଲୋଗୋ ପ୍ରାୟ ୩୪ ହଜାର ୩୭୫ ଆମେରିକୀୟ ଡଲାର ଅର୍ଥାତ୍ ଭାରତୀୟ ମୂଲ୍ୟ ଅନୁସାରେ ପ୍ରାୟ ୩୦ ଲକ୍ଷ ଟଙ୍କାରେ ନିଲାମ ହୋଇଛି। ନିଲାମ ପ୍ରକ୍ରିୟା ସମ୍ପର୍କୀତ ଖବରକୁ କମ୍ପାନୀର ପିଆର ଟିମ୍ ମଧ୍ୟ ନିଶ୍ଚିତ କରିଛନ୍ତି। ତେବେ ପ୍ରାୟ ୨୫୪ କିଲୋଗ୍ରାମ ଓଜନ ଏବଂ ୧୨ ଫୁଟ୍ ଲମ୍ବା ଏବଂ ୯ ଫୁଟ ଚଉଡା ଏହି ନୀଳ ପକ୍ଷୀ ଲୋଗୋର କ୍ରେତାଙ୍କ ପରିଚୟ ପ୍ରକାଶ କରାଯାଇନାହିଁ। ଉଲ୍ଲେଖନୀୟ ୨୦୨୨ରେ, ଏଲନ ମସ୍କ ପ୍ରାୟ ୩୩୬୮ ବିଲିୟନ ଟଙ୍କା (୪୪ ବିଲିୟନ ଡଲାର)ରେ ମାଇକ୍ରୋ-ବ୍ଲଗିଂ ୱେବସାଇଟ୍ ଟ୍ୱିଟର କମ୍ପାନୀକୁ କିଣିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking