18.1 C
Bhubaneswar
Saturday, November 23, 2024
Homeଓଡିଶାଫୁଲୁଛି ବୈତରଣୀ, ବିପଦ ସଙ୍କେତ ପାର

ଫୁଲୁଛି ବୈତରଣୀ, ବିପଦ ସଙ୍କେତ ପାର

ଯାଜପୁର: ଲଘୁଚାପ ପ୍ରଭାବରେ ରାଜ୍ୟ ଜାରି ରହିଛି ବର୍ଷା । ଲଗାଣ ବର୍ଷା ଯୋଗୁଁ ନଦୀ ଗୁଡିକ ଜଳସ୍ତର ମଧ୍ୟ ବୃଦ୍ଧି ହେବାରେ ଲାଗିଛି । ଫଳରେ ରାଜ୍ୟରେ ଛୋଟ ଧରଣର ବନ୍ୟା ଆସିବା ନେଇ ଆଶଙ୍କା ପ୍ରକାଶ ପାଇଛି । ଲଘୁଚାପ ଜନିତ ବର୍ଷା ଯୋଗୁଁ ଯାଜପୁର ଜିଲ୍ଲାର ବୈତରଣୀର ଜଳସ୍ତର ବୃଦ୍ଧି ହୋଇଛି । ଆଖୁଆପଦା ଠାରେ ବିପଦ ସଂକେତ ୧୭.୮୩ ମିଟର ରହିଥିଵା ଵେଳେ ଜଳସ୍ତର ସକାଳ ୭ଟା ସୁଦ୍ଧା ୧୭.୯୬ରେ ପ୍ରଵାହିତ ହେଉଛି । ଜଳସ୍ତର କ୍ରମଶଃ ବୃଦ୍ଧିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଖାଲି ବୈତରଣୀ ନୁହଁ ହୀରାକୁଦ ଜଳ ଭଣ୍ଡାରର ୩୪ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଥିବା ବେଳେ ମହାନାନଦୀର ଜଳସ୍ତର ମଧ୍ୟ ବୃଦ୍ଧି ହୋଇଛି । ଯାଜପୁର ଜିଲ୍ଲାର ଦଶରଥ ପୁର ବ୍ଲକର ବୈତରଣୀ ନଦୀର ଶାଖା ନଦୀ କାଣୀ ନଦୀର ନଦୀ ବନ୍ଦର ୪ଟି ସ୍ଥାନ ରେ ଅତଡ଼ା ଖସିଛି ଜଳ ସେଚନ ବିଭାଗ ଖବର ପାଇ ବାଲି ବସ୍ତା ଦେଇ ମରା ମତି କାର‌୍ୟ୍ୟ ଆରମ୍ଭ କରି ଦେଇ ଛନ୍ତି ଯାଜପୁର ଜିଲ୍ଲାର କୋରେଇ ଯାଜପୁର ଓ ଦଶରଥ ପୁର ପ୍ରଭୁତି ଅଞ୍ଚଳ ରେ ବିଲ ବାଡ଼ି ରେ ବନ୍ୟା ଜଳ ପ୍ରବେଶ କରୁଛି କ୍ଷ ନଦୀ ର ଜଳ ପତନ ବୃଦ୍ଧି ପାଉଛି ଜିଲ୍ଲା ପ୍ରଶାସନ ବନ୍ୟା ପରିସ୍ଥିତି କୁ ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହି ଛନ୍ତି କ୍ଷ ବୈତରଣୀ ନଦୀ ର ଜଳ ପତନ ୧୮, ୨ଉପରେ ବନ୍ୟା ଜଳ ପ୍ରଭାବିତ ହେଉଛି ସମଗ୍ର ଜିଲ୍ଲା ରେ ଝିପି ଝିପି ବର୍ଷା ହେଉଛି କ୍ଷ ଖାଳୁ ଅଞ୍ଚଳ ରେ ବର୍ଷା ପାଣି ପ୍ରବେଶ କରିଛି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking