17.1 C
Bhubaneswar
Sunday, February 8, 2026
Homeଅପରାଧରକ୍ତରେ ଭିଜିଲା ରକ୍ତ ସମ୍ପର୍କ

ରକ୍ତରେ ଭିଜିଲା ରକ୍ତ ସମ୍ପର୍କ

କୁଳିଅଣା: ପୁଅ ନା ସୈତାନ? ବାପାକୁ ହତ୍ୟା କରି ମୁଣ୍ଡ କାଟି ନେଲା ପୁଅ। ରକ୍ତରେ ଭିଜିଲା ରକ୍ତ ସମ୍ପର୍କ। ଫାର୍ସାରେ ହାଣି ବାପାକୁ ଦୁଇ ଗଡ଼ କରିଦେଲା ପୁଅ। ମୟୁରଭଞ୍ଜ ଜିଲ୍ଲା ଚାନ୍ଦୁଆ ଥାନା ଅନ୍ତର୍ଗତ ଚାନ୍ଦୁଆ ଗ୍ରାମରେ ଘଟିଛି ଏଭଳି ବିଭତ୍ସ, ହୃଦୟବିଦାରକ ଏବଂ ଲୋମଟାଙ୍କୁରା ଘଟଣା। ସୂଚନାନୁଯାୟୀ, ଚାନ୍ଦୁଆ ଗ୍ରାମର ବାଇଧର ସିଂଙ୍କୁ ତାଙ୍କ ପୁଅ ଶମ୍ଭୁନାଥ ସିଂ ଗତକାଲି ବିଳମ୍ବିତ ରାତିରେ ଫାର୍ସାରେ ହାଣି ମୁଣ୍ଡରୁ ଗଣ୍ଡିକୁ ଅଲଗା କରିଦେଇଥିଲା। ସକାଳୁ କଟା ମୁଣ୍ଡଟିକୁ ବ୍ୟାଗରେ ପୁରାଇ ଥାନା ଅଭିମୁଖେ ଆସୁଥିଲା।

ଏତିକି ବେଳେ ମର୍ଣ୍ଣିଂ ୱାକ୍‌ରେ ଆସୁଥିବା ଥାନା ଅଧିକାରୀ ମଧୁସୂଦନ ଦତ୍ତ ଶମ୍ଭୁନାଥକୁ ଥାନା ସମ୍ମୁଖରେ ଦେଖି ଘଟଣା ବିଷୟରେ ପଚାରିଥିଲେ। ଅଭିଯୁକ୍ତ ବାପାର କଟା ମୁଣ୍ଡ ଧରି ଆସିଥିବାର ପ୍ରକାଶ କରିଥିଲା। ଅଭିଯୁକ୍ତକୁ ଥାନାରେ ଅଟକ ରଖି ପଚରାଉଚରା କରିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ସ୍ଥାନୀୟ ବାସିନ୍ଦାଙ୍କ କହିବା ମୁତାବକ, ଅଭିଯୁକ୍ତ ଶମ୍ଭୁନାଥଙ୍କ ମାନସିକ ଅବସ୍ଥା ଠିକ୍ ନଥିଲା। ତାଙ୍କ ସ୍ତ୍ରୀ ସହିତ ସବୁବେଳେ ମନୋମାଳିନ୍ୟ ଲାଗି ରହୁଥିଲା। ଗତକାଲି ମଧ୍ୟ ଝଗଡା ହୋଇଥିଲା ଏବଂ ସ୍ତ୍ରୀ ପୋଡଶୀ ଘରକୁ ପଳାଇ ଯାଇଥିଲେ। ପରେ ବାପାଙ୍କୁ ଖଇନି ପାଇଁ ଅଭିଯୁକ୍ତ ଦଶ ଟଙ୍କା ମାଗିଥିଲା। ଟଙ୍କା ନଦେବାରୁ ଉତକ୍ଷିପ୍ତ ହୋଇ ଅଭିଯୁକ୍ତ ବାଇଧରଙ୍କୁ ହତ୍ୟା କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking