23.1 C
Bhubaneswar
Saturday, October 19, 2024
Homeଅପରାଧତୁଚ୍ଛ ହେଲା ରକ୍ତ ସମ୍ପର୍କ; କୁକୁର ବନ୍ଧାକୁ ନେଇ ଭାଇର ଜୀବନ ନେଲା ଭାଇ

ତୁଚ୍ଛ ହେଲା ରକ୍ତ ସମ୍ପର୍କ; କୁକୁର ବନ୍ଧାକୁ ନେଇ ଭାଇର ଜୀବନ ନେଲା ଭାଇ

ବଲାଙ୍ଗୀର: ଘର ସମ୍ମୁଖରେ କୁକୁର ବନ୍ଧାକୁ ନେଇ ହତ୍ୟାକାଣ୍ଡ । ଏଭଳି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ କାଲସାଏ ପାଳିରେ । ତେବେ ଗତ ମାର୍ଚ୍ଚ ୨୮ ତାରିଖରେ କାଳସାଏ ପାଲି ଗ୍ରାମରେ ରହୁଥିବା ଶତୃଘ୍ନ କାଲସାଏଙ୍କୁ ତାଙ୍କ ଭାଇ ଓ ସମ୍ପର୍କୀୟ ମାନେ ମରଣାନ୍ତକ ଆକ୍ରମଣ କରିଥିଲେ । ଯେଉଁଥିରେ ଶତୃଘ୍ନ କାଲସାଏ ଓ ତାଙ୍କ ସ୍ତ୍ରୀ ଗୁରୁତର ଆହତ ହୋଇଥିଲେ । ତେବେ ଶତ୍ରୁଘ୍ନ କାଲସାଏଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ବେଳେ ତାକୁ ପ୍ରଥମେ ବଲାଙ୍ଗୀର ଭୀମ ଭୋଇ ମେଡିକାଲ୍ ଓ ପରେ ବୁର୍ଲା ଓ କଟକ ବଡ଼ ମେଡିକାଲ୍ ସ୍ଥାନାନ୍ତରିତ କରାଯାଇଥିଲା ।

ହେଲେ ସେଠାରୁ ପରବର୍ତ୍ତୀ ସମୟରେ ତାଙ୍କୁ ରାୟପୁରକୁ ସ୍ଥାନାନ୍ତରିତ କରାଯାଇଥିଲା । ଏନେଇ ଆଜି ଚିକିତ୍ସାଧୀନ ଅବସ୍ଥାରେ ସେଠି ତାଙ୍କର ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ, ଶତୃଘ୍ନ କାଲସାଏ ଓ ତାଙ୍କ ଭାଇଙ୍କ ମଧ୍ୟରେ ଜମି ଜମା ବିବାଦ ଲାଗି ରହିଥିଲା । ସେହିପରି ଘଟଣା ଦିନ ଭାଇର ଘର ସମ୍ମୁଖରେ କୁକୁର ବାନ୍ଧିବାକୁ ନେଇ ପୁଣି ତାଙ୍କ ମଧ୍ୟରେ ବିବାଦ ଦେଖା ଦେଇଥିଲା । ଯେଉଁଥିରେ ତାଙ୍କ ଭାଇ ଓ ଅନ୍ୟ ମାନେ ତାଙ୍କୁ ଲୁହା ଶାବଳ ଠେଙ୍ଗା ଦ୍ୱାରା ଆକ୍ରମଣ କରିଥିଲେ । ତେବେ ଏଥିରେ ଶତୃଘ୍ନ କାଲସାଏ ଓ ତାଙ୍କ ସ୍ତ୍ରୀ ଗୁରୁତର ଆହତ ହୋଇଥିଲେ ।

ଏନେଇ ଗ୍ରାମବାସୀ ଉଭୟଙ୍କୁ ଉଦ୍ଧାର କରି ବଲାଙ୍ଗୀର ଭୀମ ଭୋଇ ମେଡିକାଲରେ ଭର୍ତ୍ତି କରିଥିଲେ । ସେହିପରି ମୃତକଙ୍କ ସ୍ତ୍ରୀ ଏହାକୁ ନେଇ ସଦର ଥାନାରେ ମରଣାନ୍ତକ ଆକ୍ରମଣର ଲିଖିତ ଅଭିଯୋଗ କରିଥିଲେ । ତେବେ ଆଜି ଏହି ମାମଲା ହତ୍ୟାରେ ପରିବର୍ତ୍ତନ ହୋଇଛି । ଏବଂ ପୋଲିସ ଅଭିଯୁକ୍ତଙ୍କୁ ଧରିବା ପାଇଁ ଖାନ ତଲାସୀ ଜାରି ରଖିଥିବା ବେଳେ ଏଯାଏଁ କାହାରିକୁ ଏଥିରେ ଗିରଫ କରାଯାଇ ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking