28.1 C
Bhubaneswar
Friday, June 21, 2024
Homeଓଡିଶାରକ୍ତଦାନ ଦିବସ ପାଳିତ

ରକ୍ତଦାନ ଦିବସ ପାଳିତ

ଯାଜପୁର: ଜିଲ୍ଲା ସ୍ବାସ୍ଥ୍ୟ ସମିତି, ଯାଜପୁର ଆନୁକୁଲ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସଭା ଗୃହଠାରେ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସୁଧାଂଶୁ ଶେଖର ବଳ ଙ୍କ ପୌରହିତ୍ୟରେ ରକ୍ତ ଦାନ ଦିବସ ପାଳିତ ହୋଇଯାଇଛି। ରକ୍ତ ଦାନ, ମହତ ଦାନ ଓ ମହାପୂର୍ଣ୍ୟ, ଜଣେ ରୋଗୀକୁ ମରଣ ମୁଖରୁ ଜୀବନ ଦାନ ଦେଇଥାଏ ବୋଲି ଡାକ୍ତର ସୁଧାଂଶୁ ଶେଖର ବଳ ପ୍ରକାଶ କରିବା ସହ ରକ୍ତ ଦାନ କରିବାକୁ ସମସ୍ତେ ସ୍ଵେଚ୍ଛାକୃତ ଭାବେ ଆଗେଇ ଆସିଲେ ଏକ ସୁସ୍ଥ ସମାଜ ଗଠନର ପରିପୂର୍ଣ୍ଣ ସମ୍ଭବ ବୋଲି ଗୁରୁତ୍ୱାରୋପ କରିଥିଲେ।

ସଭାରେ ଏ ଡି ପି ଏଚ ଓ(ଟିବି) ଡ଼ାକ୍ତର ଦେବରାଜ ହାଁସଦା ,ଡି ଏମ ଓ ଏମ ଏସ କମ ସୁପରି ଟେଡେଣ୍ଟ ଡାକ୍ତର ନଗେନ୍ଦ୍ର ମହାପାତ୍ର, ବ୍ଲଡ଼ ବ୍ୟାଙ୍କ ମେଡିକାଲ ଅଫିସର ଡାକ୍ତର ପ୍ରଶାନ୍ତ କୁମାର ବେହେରା, ରକ୍ତ ଦାନ ଶିବିର ପରିଚାଳକ, ପ୍ରବର୍ତ୍ତକ ଏବଂ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ମାନେ ଯୋଗଦାନ କରି ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୁଲ୍ୟରେ ଅନୁଷ୍ଠିତ ହେଉଥିବା ରକ୍ତଦାନ ଶିବିର ଗୁଡ଼ିକୁ ସଠିକ୍ ସଞ୍ଚାଳନ ଓ ପରିଚାଳନା ନିମନ୍ତେ ଆଲୋଚନା କରିଥିଲେ। ଦିବସ ପାଳନ ଉପଲକ୍ଷେ 30 ଜଣ ରକ୍ତ ଦାନ ଶିବିର ପରିଚାଳକ (ଅର୍ଗାନାଇଜର) ଏବଂ 25 ଜଣ ରକ୍ତ ଦାନ ଶିବିର ପ୍ରବର୍ତ୍ତକ (ମୋଟିଭେଟର) ଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଆଗାମୀ ଦିନ ମାନଙ୍କରେ ସେମାନଙ୍କର ନିଷ୍ଠାପର ସେବା ଏବଂ କର୍ତ୍ତବ୍ୟ ବଜାୟ ରଖିବାକୁ ସଭାପତି ଡାକ୍ତର ସୁଧାଂଶୁ ଶେଖର ବଳ ଆହ୍ଵାନ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking