ବଲାଙ୍ଗୀର, – ଓଡିଶା ମୋ ପରିବାର ତରଫରୁ ବିଜେଡି ଦ୍ୱାରା ସମଗ୍ର ରାଜ୍ୟରେ ଜୀବନ ବିନ୍ଦୁ ନାରେ ସ୍ୱେଚ୍ଛାକୃତ ରକ୍ତଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ସେହି କ୍ରମରେ ଆଜି ବଲାଙ୍ଗୀର ସଦର ମହକୁମା ଠାରେ ବିଜେଡି ତରଫରୁ ସ୍ଥାନୀୟ ପ୍ୟାଲେସ ଲାଇନ ଠାରେ ଥିବା ମୀନା ଟେଣ୍ଟ ହାଉସ ଠାରେ ଏକ ମେଗା ରକ୍ତଦାନ ଶିବିର ଉଦ୍ଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଟୁକୁନୀ ସାହୁ ଓ ଜୀବନ ବିନ୍ଦୁ କାର୍ଯ୍ୟକ୍ରମର ରାଜ୍ୟ ସଂଯୋଜକ ଅରୁପ ପଟ୍ଟନାୟକ ଯୋଗ ଦେଇ ଏହାକୁ ଉଦ୍ଘାଟନ କରିଥିଲେ । ବର୍ତ୍ତମାନ କରୋନା ସଂକ୍ରମଣ ଯୋଗୁଁ ରାଜ୍ୟରେ ଥିବା ବ୍ଲକବ୍ୟାଙ୍କମାନଙ୍କରେ ରକ୍ତର ଘୋର ଅଭାବ ଦେଖାଦେଇଛି । ଏଭଳି ସମୟରେ ରାଜ୍ୟରେ ଯେଭଳି ରକ୍ତର ଅଭାବ ଦେଖାନଦେବ ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଧେଶରେ ବିଜେଡି ତରଫରୁ ଏହି ରକ୍ତଦାନ କାର୍ଯ୍ୟକ୍ରମ ଆୟୋଜିତ ହେଉଛି । ଏହି ଅବସରରେ ରକ୍ତଦାତାମାନଙ୍କୁ ଚାରା ଗଛ ଦେବା ସହିତ ବୃକ୍ଷରୋପଣ କରିବା ପାଇଁ ଉତ୍ସାହିତ କରିଥିଲେ ।
ସୁଚନା ଅନୁସାରେ, ତିନିଦିନ ଧରି ଏହି ରକ୍ତଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ପ୍ରତ୍ୟେକ ଦିନ ୫୦ ୟୁନିଟ ରକ୍ତ ସଂଗ୍ରହ କରାଯିବାର ଲକ୍ଷ୍ୟ ରଖାଯାଇଛି ବୋଲି ଜୀବନ ବିନ୍ଦୁ କାର୍ଯ୍ୟକ୍ରମର ଜିଲ୍ଲା ସଂଯୋଗକ ସାଗର ସଙ୍ଗମ ଶତପଥି କହିଛନ୍ତି । ତେବେ ଖବର ଲେଖା ଯିବା ପର୍ଯ୍ୟନ୍ତ ୭୦ ୟୁନିଟ ରକ୍ତଦାନ ହୋଇଥିବା ସୁଚନା ରହିଛି । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ବିଜେଡି ଦଳର ବିଭିନ୍ନ କାର୍ଯ୍ୟକର୍ତ୍ତାମାନଙ୍କ ମଧ୍ୟରେ ଅଶୋକ ମହାନ୍ତି , ପ୍ରବିଣ ମିଶ୍ର, ପ୍ରଦ୍ୟୁତ ମିଶ୍ର, ସଞ୍ଜିବ ମିଶ୍ର , ଭଗବାନ ବଗର୍ତ୍ତି , କୈଲାସ ମହାନ୍ତି , ଯୁବ ବିଜେଡି ସଭାପତି ଲୋଟସ ଷଡଙ୍ଗୀ , ଜିଲ୍ଲା ଆଇଟି ସେଲ ଅଧ୍ୟକ୍ଷ ବିଭୂତି ମିଶ୍ର , ଓମକାର ନାୟକ ,ରାଜେନ୍ଦ୍ର ହୋତା ,ପ୍ରଦୀପ ସାହୁ , ଗୁଞ୍ଜ ଖାନ ,ପ୍ରଦୀପ ଗୁରୁ,ସଦର ବ୍ଲକ ଅଧ୍ୟକ୍ଷ ଗୋଲାପ ବାଗ ,ମୁନା ଖାନ ,ନରସିଂହ ବାଗ ,ଧ୍ରୁବ ଜୁଏଡ , ମହେନ୍ଦ୍ର ବାଗ,ସନ୍ତୋଷ ଦନ୍ତା , ପୂର୍ବତନ ପୌରାଧ୍ୟକ୍ଷା ସନ୍ତୋଷିନୀ ବେହେରା , ମମତାଞ୍ଜଳି ଜେନା , ଲିପିଶ୍ରୀ ସାଏ , ସବିତା ଦାଶ , ଶିବ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।