25.1 C
Bhubaneswar
Monday, October 21, 2024
Homeଅପରାଧରକ୍ତ ଦେବାପାଇଁ ଲାଞ୍ଚ : ଧରାପଡିଲେ ଏସ୍‌ସିବି  ଟେକ୍ନିସିଆନ

ରକ୍ତ ଦେବାପାଇଁ ଲାଞ୍ଚ : ଧରାପଡିଲେ ଏସ୍‌ସିବି  ଟେକ୍ନିସିଆନ

କଟକ: ରୋଗୀକୁ ବଞ୍ଚାଇବା ଲାଗି ଆବଶ୍ୟକ ହେଉଥିବା ରକ୍ତ ଦେବାକୁ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲ୍‌ରେ ଲାଞ୍ଚ ନିଆଯାଉଛି। ଏନେଇ ବାରମ୍ବାର ଅଭିଯୋଗ ହେବାପରେ ଭିଜିଲାନ୍ସ ଆଜି ମେଡ଼ିକାଲ୍‌ରେ ଚଢଉ କରିଛି । ଏହି ଚଢଉରେ ଏସ୍‌ସିବି ବ୍ଲଡ ବ୍ୟାଙ୍କ, କ୍ୟାନସର ୱାର୍ଡର ଟେକ୍ନିସିଆନ କିଶୋର ଚନ୍ଦ୍ର ସ୍ୱାଇଁକୁ ଧରିଛି ।

ସେ ଦୁଇ ୟୁନିଟ ରକ୍ତ ଦେବାଲାଗି ଜଣେ ରୋଗୀଙ୍କ ସଂପର୍କୀୟଙ୍କଠାରୁ ୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଛନ୍ତି । ଲାଞ୍ଚ ଟଙ୍କା କିଶୋରଠାରୁ ଭିଜିଲାନ୍ସ ପକ୍ଷରୁ ଜବତ କରାଯାଇଛି । ଲାଞ୍ଚ ନେଇ ଧରାପଡ଼ିବାପରେ ଭିଜିଲାନ୍ସ କିଶୋରର କଟକ ଚାନ୍ଦିନଚୌକ ଏବଂ ତାଙ୍କ ଜନ୍ମସ୍ଥାନ ଗୋବିନ୍ଦପୁର ଘରେ ଏକକାଳୀନ ଭାବେ ଚଢଉ କରାଯାଉଛି ।  ଚଢଉ ପରେ ବିପୁଳ ଆୟବର୍ହିଭୂତ ସମ୍ପତ୍ତି ଠାବ ହେବାର ସମ୍ଭାବନା ରହିଛି ବୋଲି ଭିଜିଲାନ୍ସ ଆକଳନ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking