18.1 C
Bhubaneswar
Saturday, November 23, 2024
Homeଓଡିଶାଆଖିବୁଜିଲା ସିମ୍ପାଞ୍ଜି କୁଇନ୍‌: ୭କୁ ଖସିଲା ସଂଖ୍ୟା

ଆଖିବୁଜିଲା ସିମ୍ପାଞ୍ଜି କୁଇନ୍‌: ୭କୁ ଖସିଲା ସଂଖ୍ୟା

ବାରଙ୍ଗ : ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପର୍ଯ୍ୟଟକଙ୍କ ଅନ୍ୟତମ ଆକର୍ଷଣ ସାଜିଥିବା ସିମ୍ପାଞ୍ଜି କୁଇନ୍‌ର ମୃତ୍ୟୁ ଘଟିଛି । ମୃତ୍ୟୁବେଳକୁ ତାକୁ ୮ମାସ ହୋଇଥିଲା । ୬୦ ନମ୍ବର ଖୁଆଡ଼ରେ ମା’ ରାକ୍ଷୀ ସହିତ ସେ ରହୁଥିଲା । ହଠାତ୍ ଅସୁସ୍ଥ ହୋଇ ଖିଆ ପିଆ ନକରିବାରୁ ନନ୍ଦନକାନନ ପଶୁ ଚିକିତ୍ସକଙ୍କ ଦ୍ୱାରା ତା’ର ଚିକିତ୍ସା କରାଯାଉଥିଲା । ପରୀକ୍ଷାରୁ ସେ ନିମୁନିଆରେ ଆକ୍ରାନ୍ତ ଥିବା ଜଣାପଡ଼ିଥିଲା । ଓୟୁଏଟି ପ୍ରଫେସରଙ୍କ ତତ୍ତ୍ୱାବଧାନରେ ନନ୍ଦନକାନନ ଡାକ୍ତରୀଦଳ ଏବଂ କିମ୍‌ସ, ଓୟୁଏଟିର ପ୍ରଫେସରଙ୍କର ମିଳିତ ଉଦ୍ୟମରେ ଚିକିତ୍ସା ଚାଲିଥିଲା । ସ୍ୱାସ୍ଥ୍ୟରେ ଉନ୍ନତି ନଘଟିବାରୁ ଗତ ବୁଧବାର ଖୁଆଡ଼ରୁ ଆଣିି ନନ୍ଦନକାନନ ଭେଟନାରୀ କେନ୍ଦ୍ରର ଏକ ସ୍ୱତନ୍ତ୍ର କୋଠରୀରେ ରଖି ଚିକିତ୍ସା କରାଯାଉଥିଲା । ନିଶ୍ୱାସ ପ୍ରଶ୍ୱାସରେ କଷ୍ଟ ହେବାରୁ ତିନି ଦିନ ଧରିି ଅକ୍ସିଜେନ ଲଗାଯାଇଥିଲା । ଚିକିତ୍ସାସତ୍ତ୍ୱେ ତା’ର ସ୍ୱାସ୍ଥ୍ୟର କୌଣସି ଉନ୍ନତି ଘଟିନଥିଲା । ସୋମବାର ସେ ଆଖି ବୁଜିଥିଲା ।

ବର୍ତ୍ତମାନ ନନ୍ଦନକାନନରେ ସିମ୍ପାଞ୍ଜି ଜୁଲୁ, ରାଜା, ପୂର୍ଣ୍ଣିମା, ପମ୍ପେଟା, ରାକ୍ଷୀ, ଲକ୍ଷ୍ମୀ, ଦୁର୍ଗା ଅଛନ୍ତି । ମା’ରାକ୍ଷୀକୁ ପର କରି କୁଇନ୍ ଚାଲି ଯାଇଛି । କୁଇନ୍‌ର ମୃତ୍ୟୁ ପରେ ନନ୍ଦନକାନନରେ ସିମ୍ପାଞ୍ଜିଙ୍କ ସଂଖ୍ୟା ୭କୁ ଖସି ଆସିଛି । ସେଥିମଧ୍ୟରୁ ୫ଟି ମାଈ ଥିଲାବେଳେ ଜୁଲୁ, ରାଜା ନାମକ ୨ଟି ଅଣ୍ଡିରା ଅଛନ୍ତି । ସୂଚନା ଥାଉକି ୧୯୯୪ ମେ ୧୬ରେ ପ୍ରାଣୀ ଉଦ୍ୟାନରୁ ଜନ୍ତୁ ବଦଳରେ ସିଙ୍ଗାପୁର ଚିଡ଼ିଆଖାନାରୁ ୪ବର୍ଷର ଅଣ୍ଡିରା ସିମ୍ପାଞ୍ଜି ଜୁଲୁ ଓ ୩ବର୍ଷର ମାଈ ସିମ୍ପାଞ୍ଜି ପାମ୍ପେଟାକୁ ପ୍ରଥମ ଥର କରି ନନ୍ଦନକାନନ ଅଣା ଯାଇଥିଲା । ଏମାନଙ୍କ ମିଳନରୁ ୨୦୦୧ ଜୁନ ମାସ ୯ରେ ଦ୍ୱିତୀୟ ଗର୍ଭରୁ ପୂର୍ଣ୍ଣିମା ଜନ୍ମ ଗ୍ରହଣ କରିଥିଲା । ୨୦୧୧ ଅଗଷ୍ଟ ୧୨ରେ ଜୁଲୁ ଓ ପୂର୍ଣ୍ଣିମା ଔରସରୁ ରାକ୍ଷୀ ଜନ୍ମ ହୋଇଥିଲା । ରାକ୍ଷୀ ୨୦୨୧ ଡିସେମ୍ବର ୨୮ରେ କୁଇନ୍‌କୁ ଜନ୍ମ ଦେଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking