24.1 C
Bhubaneswar
Sunday, October 20, 2024
Homeଦେଶ ବିଦେଶପାକିସ୍ତାନରେ ବିସ୍ଫୋରଣ

ପାକିସ୍ତାନରେ ବିସ୍ଫୋରଣ

ନୂଆଦିଲ୍ଲୀ: ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ । ସୀମାନ୍ତ ସହର ପୁଖ୍‌ତୁନଖଓ୍ବାରେ ଆତଙ୍କବାଦୀ ହମାଲା । ଏହି ଶକ୍ତିଶାଳୀ ଆଇଡି ଧମାକାରେ ୫ ଜଣ ପୋଲିସ୍ କର୍ମୀ ପ୍ରାଣ ହରାଇଛନ୍ତି । ସେହିପରି ୨୦ରୁ ଅଧିକ ଲୋକ ଏଥିରେ ଆହତ ହୋଇଛନ୍ତି ।

ଉଦ୍ଧାରକାରୀ ଦଳ ସେମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ଖୈବର ପାସ୍ ବାଜୌର ଜିଲ୍ଲାରେ ପୋଲିସ ବାହିନୀ ଏକ ଆଣ୍ଟି ପୋଲିଓ ଅଭିଯାନରେ ଯାଉଥିବା ବେଳେ ସେମାନଙ୍କୁ ଟାର୍ଗେଟ୍ କରାଯାଇଥିଲା । ଆତଙ୍କବାଦୀମାନେ ଟ୍ରକ୍‌ ଉପରେ ଆଇଇଡି ବ୍ଲାଷ୍ଟ୍ କରିଥିଲେ । ତେବେ କିଛି ଗୁରୁତରଙ୍କ ଅବସ୍ଥା ସଂକଟାପନ୍ନ ରହିଥିବାରୁ ଆଗକୁ ମୃତ୍ୟୁ ବଢ଼ିପାରେ ବୋଲି କୁହାଯାଉଛି । ତେବେ ଏହି ବିସ୍ଫୋରଣ ପାଇଁ କୌଣସି ଆତଙ୍କବାଦୀ ସଂଗଠନ ନିଜକୁ ଦାୟୀ କରିନାହାଁନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking