31.1 C
Bhubaneswar
Friday, September 20, 2024
Homeଓଡିଶାପଥର ଖାଦାଦରେ ବ୍ଲାଷ୍ଟିଂ; ୫ ଗୁରୁତର, ପଥର ତଳେ ଛଟପଟ ଶ୍ରମିକ

ପଥର ଖାଦାଦରେ ବ୍ଲାଷ୍ଟିଂ; ୫ ଗୁରୁତର, ପଥର ତଳେ ଛଟପଟ ଶ୍ରମିକ

ବ୍ୟୁରୋ : ପଥର ଖାଦାଦରେ ବ୍ଲାଷ୍ଟିଂ ହୋଇ ୫ ଶ୍ରମିକ ଗୁରୁତର । ଏପରି ଏକ ଘଟଣା ଆଜି ବାଲେଶ୍ୱର ଜିଲ୍ଲା ସୋର ଥାନା ବାଗୁଡ଼ି ପଥର ଖାଦାନରେ ଘଟିଛି। ଏହି ଅଘଟଣ ଯୋଗୁ ପଥର ତଳେ ଜଣେ ଶ୍ରମିକ ଚାପି ହୋଇ ଯାଇଥିବା ଜଣାଯାଇଛି।ଆଜି ସକାଳେ ବାଗୁଡ଼ି ପଥର ଖାଦାନରେ ବ୍ଲାଷ୍ଟିଂ କରାଯାଇଥିଲା। ଉକ୍ତ ସମୟରେ ସେଠାରେ ଉପସ୍ଥିତ ଥିବା ଶ୍ରମିକଙ୍କ ଉପରେ ପଥର ଖଣ୍ଡମାନ ପଡ଼ିଥିଲା। ଫଳରେ ୫ ଜଣ ଗୁରୁତର ହୋଇ ପଡ଼ିଥିଲେ। ତୁରନ୍ତ ସେମାନଙ୍କୁ ସୋର ମେଡିକାଲରେ ଭର୍ତ୍ତି କରାଯାଇଛି। ସେଠାରେ ସେମାନଙ୍କ ଅବସ୍ଥା ଗୁରୁତର ଥିବା ଜଣାଯାଇଛି।ଏଥିସହ ଏବେବି ଜଣେ ଶ୍ରମିକ ପଥର ତଳେ ଚାପି ହୋଇ ରହିଥିବା ଜଣାଯାଇଛି। ଖବର ପାଇ ପୁଲିସ୍‌ ଓ ଅଗ୍ନିଶମ କର୍ମଚାରୀ ତୁରନ୍ତ ଘଟଣାସ୍ଥଳ ଅଭିମୁଖେ ଯାଇଥିବା ଜଣାଯାଇଛି।ସୂଚନାଯୋଗ୍ୟ, ସୋରର ବାଗୁଡ଼ିରେ ବାରମ୍ବାର ଏପରି ଅଘଟଣ ଘଟୁଛି l ହେଲେ ପ୍ରଶାସନ ଏପରି ଘଟଣା ପ୍ରତି ଆଖି ବୁଜି ଦେଉଥିବା ଆଲୋଚନା ହେଉଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking