ନୂଆଦିଲ୍ଲୀ: ପଂଜାବ ଲୁଧିଆନାରେ ଗୁରୁବାର କୋର୍ଟ ପରିସର ଭିତରେ ଏକ ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟପଟେ ଏହି ବ୍ଲାଷ୍ଟରେ ୪ ଜଣ ଗୁରୁତର ଭାବରେ ଆହତ ହୋଇଥିବା ସୂଚନା ମିଳିଛି । କେଉଁ କାରଣ ପାଇଁ ବିସ୍ଫୋରଣ ଘଟିଲା ସେ ନେଇ ତଦନ୍ତ ଜାରି ରହିଛି । ମିଳିଥିବା ସୂଚନା ଅନୁସାରେ, ଏହି ଧମାକା ଲୁଧିଆନା କୋର୍ଟର ବାଥରୁମରେ ହୋଇଛି । ଏହାକୁ ନେଇ ଏବେ କୋର୍ଟ ପରିସରରେ ଆତଙ୍କ ଖେଳି ଯାଇଛି । ପୁଲିସ ପହଂଚି ଏହାର ତଦନ୍ତ ଆରମ୍ଭ କରିଛି । ଅଦାଲତର ଦ୍ୱିତୀୟ ମହଲାରେ ଥିବା ବାଥରୁମରେ ଏହି ବିସ୍ଫୋରଣ ୧୨ଟା ୨୨ ମିନିଟରେ ହୋଇଥିବା କୁହା ଯାଉଛି । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ଏହାଦ୍ୱାରା ବାଥରୁମର କାନ୍ଥ କ୍ଷତିଗ୍ରସ୍ତ ହୋଇ ଯାଇଛି ଓ ଆଖପାଖ କଠୋରୀର ଝରକା ଭାଙ୍ଗି ଯାଇଛି ।