17.1 C
Bhubaneswar
Monday, November 25, 2024
Homeଓଡିଶାକ୍ୟାନ୍ସରର କାରଣ ସାଜିପାରେ ଆଖିରେ ଥିବା କଳା ଦାଗ

କ୍ୟାନ୍ସରର କାରଣ ସାଜିପାରେ ଆଖିରେ ଥିବା କଳା ଦାଗ

ନୂଆଦିଲ୍ଲୀ: କଣ ଆପଣଙ୍କ ଆଖି ଡୋଳାରେ ରହିଛି କି କଳାଦାଗ । ତେବେ ହୋଇଯାଆନ୍ତୁ ସାବଧାନ । କାହିଁକିନା ଆମ ଶରୀରରେ ସବୁଠୁ ମୂଲ୍ୟବାନ ଅଙ୍ଗ ହେଉଛି ଆଖି । ଏହି ଆଖି ଦ୍ୱାରା ଆମେ ପୁରା ସାରା ଦୁନିଆକୁ ଦେଖିପାରୁଛନ୍ତି, କିନ୍ତୁ ଥରେ ଭାବନ୍ତୁ ତ ଯେଉଁମାନଙ୍କର ଆଖି ଥାଇ ବି ସେମାନେ ଏହି ସୁନ୍ଦର ଦୁନିଆକୁ ଦେଖି ପାରୁନାହାନ୍ତି ସେମାନେ କେତେ ଅଭାଗା । ଆମର ସୌଭାଗ୍ୟ ଯେ ଆମେ ଏହି ସୁନ୍ଦର ଦୁନିଆକୁ ଦେଖିବାର ସୁଯୋଗ ପାଇଛୁ । ଯେଉଁ ଆଖି ଦ୍ୱାରା ଆମେ ସବୁ କିଛି ଦେଖି ପାରୁଛନ୍ତି,ସେଇଠୁ ସୃଷ୍ଟି ହୋଇପାରେ ଏକ ମାରାତ୍ମକ ରୋଗ । ହଁ ଆଜ୍ଞା କିଛି ଲୋକଙ୍କ ଆଖି ଡୋଳାରେ କଳା ଦାଗ ଦେଖିବାକୁ ମିଳିଥାଏ । କେହି କେହି ଏହି ଦାଗକୁ କଳାଜାଇ ବୋଲି କହିଥା’ନ୍ତି । ସମସ୍ତେ ଏହାକୁ ନିଜ ଆଖିରେ ଦେଖୁଥିଲେ ବି ଏହାକୁ ହାଲୁକା ଭାବେ ନେଇଥାନ୍ତି ।

ବ୍ୟସ୍ତବହୁଳ ଜୀବନ ଭିତରେ ଏହାକୁ ଆଦୌ ଧ୍ୟାନ ମଧ୍ୟ ଦେଇନଥାନ୍ତି । କିନ୍ତୁ ସମସ୍ତ କଳାଦାଗ ସାମାନ୍ୟ ନୁହେଁ । ଏହା ଦ୍ୱାରା ଆପଣଙ୍କୁ ଭବିଷ୍ୟତରେ କ୍ୟାନ୍ସର ମଧ୍ୟ ହୋଇପାରେ । ଡାକ୍ତରୀ ଭାଷାରେ ଏହି ଦାଗକୁ ‘ଆଇ ଫ୍ରେକଲ୍?ସ’ ବୋଲି କୁହାଯାଏ । ଯଦି ଆପଣଙ୍କ ଆଖିରେ ଏଭଳି କିଛି ଦାଗ ରହିଛି ତାହେଲେ ଆପଣ ଏହାକୁ ହାଲୁକା ଭାବେ ନିଅନ୍ତୁ ନାହିଁ । ତୁରନ୍ତ ଡାକ୍ତରଙ୍କ ପାଖକୁ ଯାଇ ଏହାର ଯାଞ୍ଚ କରାନ୍ତୁ । ନଚେତ ଏହା ଆପଣଙ୍କ ପାଇଁ କ୍ୟାନ୍ସରର କାରଣ ପାଲଟି ଯାଇପାରେ ।

କାହିଁକି ହୁଏ ଦାଗ ଜାଣନ୍ତୁ: ଏହି କଳା ଦାଗ ବା ଆଇ ଫ୍ରେକଲ୍ସ ଅନେକ କାରଣରୁ ହୋଇଥାଏ । ଡୋଳାର ଯେକୌଣସି ସ୍ଥାନରେ ଏହା ହୋଇପାରେ । ସେହିପରି କିଛି କିଛି ଆଇ ଫ୍ରେକଲ୍ସ ଦୃଶ୍ୟମାନ ହୁଅନ୍ତି ନାହିଁ । ପରୀକ୍ଷା ପରେ ଡାକ୍ତର ଏଗୁଡ଼ିକୁ ଧରି ପାରନ୍ତି । ଡୋଳାରେ ଦାଗ ହେବାର ଅନ୍ୟ ଏକ କାରଣ ହେଉଛି, ଯେଉଁମାନେ ଅତ୍ୟଧିକ ସୂର‌୍ୟ୍ୟକିରଣରେ ରହନ୍ତି, ସେମାନଙ୍କ ଆଖି ଡୋଳାରେ ମଧ୍ୟ ଏପରି ଦାଗ ସୃଷ୍ଟି ହୋଇଥାଏ । ଅନେକ ଜଣକଙ୍କ ଆଖି ଡୋଳାରେ ଜନ୍ମରୁ କଳା ଦାଗ ରହିଥାଏ । ବୟସ ବଢ଼ିବା ସହିତ ଏହି କଳା ଦାଗର ଆକାର ବି ବୃଦ୍ଧି ପାଇଥାଏ ।

କେମିତି ଜାଣିବେ ଲକ୍ଷଣ: ମହିଳାଙ୍କ କ୍ଷେତ୍ରରେ ଗର୍ଭାବସ୍ଥା ସମୟରେ ଆଖିରେ ଥିବା ଏହି ଦାଗ ରଙ୍ଗ ପରିବର୍ତ୍ତନ ହେବାର ସମ୍ଭାବନା ରହିଥାଏ । ସେହିପରି ଯେଉଁମାନଙ୍କର ଆଖି ନୀଳ ଡାକ୍ତରଙ୍କ କହିବା ମୁତାବକ ସେମାନଙ୍କ ଆଖି ଚେକ୍? କରିବା ପରେ ଏହି ଫ୍ରେକଲ୍ସ ସଂପର୍କରେ ଜଣାପଡ଼େ । ଆଇନା ସାମ୍ନାରେ ଛିଡା ହୋଇ ବି ଏହି ଦାଗକୁ ଆପଣ ଦେଖି ପାରିବେ । ଅଧିକାଂଶ ଆଇ ଫ୍ରେକଲ୍ସ କୌଣସି କ୍ଷତି ପହଞ୍ଚାଇ ନ ଥା’ନ୍ତି କିନ୍ତୁ ଆଖିରେ ଫ୍ରେକଲ୍ସ ଦେଖିଲା ମାତ୍ରେ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ । ନଚେତ ଏହା ଯୋଗୁ ଦୃଷ୍ଟି ଶକ୍ତି ପ୍ରଭାବିତ ହେବା ସହିତ କ୍ୟାନସର ହେବାର ଆଶଙ୍କା ମଧ୍ୟ ରହିଛି । ଏଥିଯୋଗୁ ହେଉଥିବା କ୍ୟାନ୍ସରକୁ ‘ମେଲାନୋମା’ ବୋଲି କୁହାଯାଏ । ତେଣୁ ସମୟ ଭିତରେ ହିଁ ଆପଣ ଏହାକୁ ଚିହ୍ନି ଏହାର ଚିକିତ୍ସା କରାଇନେବା ନିହାତି ଆବଶ୍ୟକ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking