27.1 C
Bhubaneswar
Saturday, July 6, 2024
Homeଓଡିଶାବାରିପଦା ସହରରେ କଳା ପଲସର ଆତଙ୍କ

ବାରିପଦା ସହରରେ କଳା ପଲସର ଆତଙ୍କ

ବାରିପଦା : ଲୁଟେରା ସକ୍ରିୟ। ପୁଣି ଲେଉଟିଲା କଳା ପଲସର ଆତଙ୍କ। ଲୁଟେରାଙ୍କ ପାଇଁ ରାସ୍ତା ଘାଟରେ ମହିଳାଙ୍କ ଚଳାଚଳ ଅସୁରକ୍ଷିତ।ରାସ୍ତା ଘାଟରେ ଲୁଟି ମନମାନିଲା ନାହିଁ ଚତୁରତାର ସହ ଘରେ ପଶି ଲୁଟିଲେ ଲୁଟେରା। ମୁଣ୍ଡରେ ବନ୍ଧୁକ ଲଗାଇ ମହିଳାଙ୍କ ଠାରୁ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର। ଚିନ୍ତାରେ ପୋଲିସ ଅସୁରକ୍ଷିତ ସାଧାରଣ ଧନଜୀବନ। ଆଉ ସ୍ପଷ୍ଟ ଦିବାଲୋକରେ ଘରେ ପଶି ଜଣେ ମହିଳାଙ୍କ ଠାରୁ ବନ୍ଧୁକ ମୁନରେ ସୁନାଚେନ ଲୁଟିନେଲେ ଲୁଟେରା। ଘଟଣାଟି ଘଟିଛି ବାରିପଦା ସହରରେ। ସୂଚନାଅନୁସାରେ ବାରିପଦା ସହର ଉପକଣ୍ଠ ଦେବେନ୍ଦ୍ରପୁର ଅଂଚଳରେ ପ୍ରିୟଙ୍କା ଦାସ ଆଜି ଘରେ ଏକୁଟିଆ ଥିଲେ। ଘରେ ଏକୁଟିଆ ମହିଳା ଥିବା ସୁଯୋଗ ନେଇ ଲୁଟେରା ନିଜକୁ ଡେଲିଭରି ବୟ ପରିଚୟ ଦେଇ ଘରେ ପଶି ମହିଳାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଦୁଇ ଲୁଟେରା ବେକରୁ ସୁନାଚେନ ସହ ମୁଦି ଓ କାନଫୁଲ ଲୁଟି ନେଇ ଏକ କଳା ରଙ୍ଗର ପଲସର ମଟର ସାଇକେଲରେ କ୍ଷୀପ୍ର ଗତିରେ ପଳାଇ ଯାଇଥିଲେ। ଏନେଇ ବାରିପଦା ଥାନାରେ ଅଭିଯୋଗ କରିଛନ୍ତି ଲୁଟର ଶିକାର ମହିଳା। ଲୁଟେରା ଏକ କଳା ରଙ୍ଗର ପଲ୍ସର ବାଇକରେ ଆସି ଲୁଟ କରି ଫେରାର ହୋଇଥିବା ଅଭିଯୋଗରେ ଦର୍ଶାଯାଇଛି। ଘଟଣା ସମ୍ପର୍କରେ ଅଭିଯୋଗ ପରେ ବାରିପଦା ଟାଉନ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତନାଘନା କରୁଥିବାର ଜଣାପଡ଼ିଛି।

ଲୁଟ ହୋଇଥିବା ସୁନା ଅଳଙ୍କାରର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ପ୍ରକାଶ । ତେବେ ଏଘଟଣାକୁନେଇ ବାରିପଦା ସହରରେ ଆତଙ୍କ ଖେଳିଯାଇଛି। ଘରେ ମଧ୍ୟ ଅସୁରକ୍ଷିତ ମଣୁଛନ୍ତି ସାଧାରଣ ଲୋକେ। ଏପରି ସ୍ଥିତିରେ ପୋଲିସ କିପରି ତାର କାର‌୍ୟ୍ୟ ନିର୍ବାହ କରୁଛି ତାହା ଏ ଘଟଣାରୁ ସ୍ପଷ୍ଟ ପ୍ରମାଣିତ ହେଉଛି ବୋଲି ମତପ୍ରକାଶ ପାଉଛି। ଅନ୍ୟପଟେ ଏହି ପୋଲିସ ବେଶ ସକ୍ରିୟ ହୋଇ ରାସ୍ତା ଘାଟରେ ଗାଡି ମଟର ଯାଞ୍ଚ ବେଳେ ଦାମ୍ଭିକତା ଦେଖାଇ ସାଧାରଣ ଲୋକଙ୍କ ପ୍ରତି ରୁକ୍ଷ ବ୍ୟବହାର ପ୍ରଦର୍ଶନ କରିବାରେ କୌଣସି ସୁଯୋଗ ହାତଛଡା କରୁନଥିବା ବେଳେ ଲୁଟେରାଙ୍କୁ ଧରିବାରେ ସେହି ପୋଲିସ ବିଫଳ କାହିଁକି ବୋଲି ଆଲୋଚନା ହେଉଥିବା ଲକ୍ଷ୍ୟ କରାଯାଇଛି। ଅନ୍ୟପଟେ ସେହି ପୋଲିସ କର୍ମଚାରୀ ରାସ୍ତା ଘାଟରେ ଗାଡ଼ି ମଟର ଯାଞ୍ଚ ବେଳେ ସକ୍ରିୟ ରହି ସାଧାରଣ ଲୋକଙ୍କୁ ଦୁର୍ବ୍ୟବହାର କରିବାକୁ ପଛାଉ ନ ଥିବା ବେଳେ ଲୁଟେରାଙ୍କୁ ଧରିବାରେ ବିଫଳ ହେବା ଘଟଣାକୁ ସାଧାରଣ ଲୋକେ ସହଜରେ ଗ୍ରହଣ କରି ପାରୁନଥିବା ନେଇ ହେଉଥିବା ଆଲୋଚନାରୁ ଜାଣିବାକୁ ମିଳୁଛି। ଏପରି ଆଲୋଚନାକୁ ତର୍ଜମା କଲେ ପୋଲିସ ବାସ୍ତବରେ କାହାର ସୁରକ୍ଷା ପାଇଁ କାର‌୍ୟ୍ୟ କରୁଛି ବୋଲି ଚର୍ଚ୍ଚା ଜୋର ଧରିଥିବା ଲକ୍ଷ୍ୟ କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking