23.1 C
Bhubaneswar
Saturday, October 19, 2024
Homeଦେଶ ବିଦେଶ୨ଠ୨୪ ଲୋକସଭା ନିର୍ବାଚନ ପାଇଁ ବିଜେପିର ନୂଆ ସ୍ଲୋଗାନ; ଅବ୍ କି ବାର ୪ଠଠ ପାର୍‌,...

୨ଠ୨୪ ଲୋକସଭା ନିର୍ବାଚନ ପାଇଁ ବିଜେପିର ନୂଆ ସ୍ଲୋଗାନ; ଅବ୍ କି ବାର ୪ଠଠ ପାର୍‌, ତିସରି ବାର୍ ମୋଦୀ ସରକାର

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି) ପକ୍ଷରୁ ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆଗାମୀ ଲୋକସଭା ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରାଯିବା ସହ ଦଳର ସ୍ଲୋଗାନ୍ ମଧ୍ୟ ଚୂଡାନ୍ତ ହୋଇଛି । ୨ଠ୨୪ ଲୋକସଭା ନିର୍ବାଚନ ପାଇଁ ବିଜେପି ପ୍ରସ୍ତୁତ କରିଥିବା ସ୍ଲୋଗାନ୍‌ଟି ହେଉଛି, “ଅବ୍ କି ବାର ୪ଠଠ ପାର୍‌, ତିସରି ବାର୍ ମୋଦୀ ସରକାର” । ମଙ୍ଗଳବାର ବସିଥିବା ଏହି ବୈଠକରେ ବିଜେପି ରାଜ୍ୟ, ଲୋକସଭା ଓ ବିଧାନସଭା ସ୍ତରରେ ଆବାହକ ଓ ସହ ଆବାହକ ମଧ୍ୟ ସ୍ଥିର କରିଦିଆଯାଇଛି । ଖୁବ୍‌ଶୀଘ୍ର ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ ଏବଂ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଲୋକସଭା ନିର୍ବାଚନ ପାଇଁ ଗସ୍ତ ଆରମ୍ଭ କରିବେ ବୋଲି ବୈଠକରେ ସୂଚନା ଦିଆଯାଇଛି ।

ପ୍ରକାଶ ଏହି ବୈଠକରେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ଠାରୁ ଆରମ୍ଭ କରି ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଭଳି ସମସ୍ତ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା । ମନ୍ଦିର ସମାରୋହ କାର୍ଯ୍ୟକ୍ରମକୁ କିପରି ସଫଳତା ପୂର୍ବକ ଶେଷ କରାଯିବ ସେନେଇ ସମସ୍ତେ ପରାମର୍ଶ ତଥା ମତମନ୍ତବ୍ୟ ଦେଇଥିଲେ । ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା, ବିଜେପି ରାଷ୍ଟ୍ରୀୟ ଦଳର ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହ ଦଳର ସାଧାରଣ ସମ୍ପାଦକ ସୁନୀଲ ବଂଶଲ, କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ଅଶ୍ୱିନୀ ବୈଷ୍ଣବ, ମନସୁଖ ମାଣ୍ଡଭୀୟ ଏବଂ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ ।

ସୂଚନାଯୋଗ୍ୟ, ୨ଠ୨୪ ଲୋକସଭା ନିର୍ବାଚନ ପାଇଁ ବିଜେପି ବହୁ ପୂର୍ବରୁ ଆଗାମୀ ଲୋକସଭା ନିର୍ବାଚନରେ ଭୋଟ୍ ହାରକୁ ୫୧% ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଦଳୀୟ କର୍ମୀ ଓ ନେତାଙ୍କୁ କହିସାରିଛି । ଅର୍ଥାତ୍ ବିଜେପି ଏବେ ଏଦିଗରେ ଯୋଜନା ପ୍ରସ୍ତୁତ କରିବାରେ ଲାଗିପଡିଛି । ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ କିପରି ଏଥର ୪ଠଠରୁ ଊର୍ଦ୍ଧ୍ୱ ଲୋକସଭା ଆସନ ହାସଲ କରିବ ସେନେଇ ଦିନରାତି ରଣନୀତି ପ୍ରସ୍ତୁତି କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking